Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ: ବିଶେଷଜ୍ଞ
ଆଜିର ଖବର

ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ: ବିଶେଷଜ୍ଞ

February 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଇନ୍ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ ହେବାରେ ଲାଗିଛି। ତେବେ ଏହି ସୁଯୋଗକୁ ଛାତ୍ରଛାତ୍ରୀମାନେ କିଭଳି ହାସଲ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ ଏବଂ ଏ ନେଇ ସେମାନେ ଶିକ୍ଷା ଗ୍ରହଣ କରୁଥିବା କଲେଜ ଏବଂ ବିଶ୍ୱବିଦ୍ୟାଳୟ ଦାୟିତ୍ୱବାନ ହେବା ଉଚିତ୍ ବୋଲି କହିଛନ୍ତି ଭାରତର ଆଗଧାଡିର ଆଇନ୍ ସେବା ପ୍ରଦାନ କରୁଥିବା ସଂସ୍ଥା ଅନୁଷ୍ଠାନ ୱାଡିଆ ଗାନ୍ଧି ଆଣ୍ଡ କମ୍ପାନୀର ପାର୍ଟନର ଜଶ ଅଗ୍ରୱାଲ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଲ କନ୍‌କ୍ଲେଭ୍ “ସୋଆ ଲେକ୍ସ କନ୍‌ସିଲିୟମ୍‌” ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଶ୍ରୀ ଅଗ୍ରୱାଲ୍।

ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ଦେଶରେ ପ୍ରାୟ ୧୭୦୦ ଆଇନ୍ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ୪ ଲକ୍ଷ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ସମାପ୍ତ କରି ବାହାରୁଛନ୍ତି। କେବଳ ଆଇନ୍ ଛାତ୍ରଛାତ୍ରୀ ଯେ କୋର୍ଟରେ ଓକିଲାତି କରିବେ କିମ୍ବା ବିଚାରପତି ହେବା ନିମନ୍ତେ ପ୍ରଚେଷ୍ଟା କରିବେ ତା ନୁହେଁ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବାରେ ଲାଗିଛି। ତେବେ ଏତେ ସଂଖ୍ୟାରେ ଚାକିରି ପାଇବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ହାତକୁ ଆସୁଥିବା ସୁଯୋଗକୁ ବୁଦ୍ଧିମତାର ସହ ଗ୍ରହଣ କରିବା ଉଚିତ୍। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କୁ କିଭଳି ଅନ୍ୟମାନଙ୍କ ଠାରୁ ଅଧିକ ସଫଳ କରାଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

ଏଭଳି କନ୍‌କ୍ଲେଭ୍‌ର ଆୟୋଜନ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ।

କନ୍‌କ୍ଲେଭ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ସୋଆରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ଏଠାରେ ୩୫ ପ୍ରତିଶତ ମହିଳା ଅଧ୍ୟାପିକା କାର୍ଯ୍ୟରତ ବୋଲି କହିଥିଲେ। ଏହା ଦ୍ୱାରା ସୋଆ ମହିଳା ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ଗବେଷଣାକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ବକ୍ତବ୍ୟ ରଖିଥିବା ବେଳେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ବିଭାଗର ମୁଖ୍ୟ ରିପ୍ତି ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଶିକ୍ଷା ଏବଂ ଆଇନ ସେବା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହ ଛାତ୍ରଛାତ୍ରୀମାନଙ୍କର ଆଲୋଚନା ଏବଂ ଆଇନ୍ ସହ ଅତ୍ୟାଧୁନିକ ଜ୍ଞାନ କୌଶଳର କିଭଳି ସମ୍ପର୍କ ରହିଛି ସେ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ହିଁ ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ଦାଶ କହିଥିଲେ।

ଏହି ଅବସରରେ “ଆଇନ ବୃତିର ଭବିଷ୍ୟତ” ଏବଂ “ଆଇନ୍ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରିବା” ଭଳି ଦୁଇଟି ପ୍ରସଙ୍ଗରେ କନ୍‌କ୍ଲେଭ୍‌ରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କନ୍‌କ୍ଲେଭ୍‌ରେ ମାଇଣ୍ଡକ୍ରେଷ୍ଟର ଭାଇସ୍ ପ୍ରେସିଡେଂଟ (ଏଚ୍‌ଆର୍‌) ପ୍ରମୋଦ ଆବୁଜ, ଆକ୍ଟସ୍ ଲିଗାଲ ଆସୋସିଏଟ୍ସ ଆଣ୍ଡ ଆଡଭୋକେଟ୍ସର ଫାଉଣ୍ଡିଙ୍ଗ ପାର୍ଟନର ରଜନୀଶ କୁମାର ଝା, କଶ୍ୟପ ପାର୍ଟନର୍ସ ଆଣ୍ଡ ଆସୋସିଏଟ୍‌ସ ଏଲ୍‌ଏଲ୍‌ପିର ପ୍ରତିଷ୍ଠାତା ଓ ମ୍ୟାନେଜିଙ୍ଗ ପାର୍ଟନର୍ ଆଭା ଅଭୟ କଶ୍ୟପ, ଇଣ୍ଡସ୍ ଲ’ର ପ୍ରାକ୍ଟିସ୍ ଡେଭଲପ୍‌ମେଂଟ ଗ୍ରୁପ୍ରର ୟଭନିକା ଶାହ, ଆର୍‌କେ ଦିୱାନ ଆଣ୍ଡ କୋର୍ ଲିଗାଲ୍ ଆସୋସିଏଟ ଇନ୍ଦ୍ରଜୀତ ମିତ୍ର, ମୋରେ ଗ୍ଲୋବାଲ୍‌ର ସିନିୟର ଡାଇରେକ୍ଟର ବିକାଶ କୁମାର ଓ ଡାଇରେକ୍ଟର ସାହିଦୁଲା ଏନ୍‌, ଲେକ୍ସ କ୍ରେଡେନ୍ସର ମ୍ୟାନେଜିଙ୍ଗ ପାର୍ଟନର ଏସ୍‌.ଭି ଅଭଙ୍ଗ୍‌, ଲକ୍ଷ୍ମୀକୁମାରନ୍ ଆଣ୍ଡ ଶ୍ରୀଧରନ୍‌ର ସିନିୟର ମ୍ୟାନେଜର ଏଚ୍‌ଆର୍ ବ୍ରଜେଶ କୁମାର ମଣ୍ଡଲ ଏବଂ ଲେକ୍ସଅର୍ବିଶର ପ୍ୟାଟେଂଟ ଆସୋସିଏଟ ସନ୍ତ୍ରିପ୍ତୀ ଖଣ୍ଡାଇ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇ ବିଭିନ୍ନ ଆଇନଗତ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ମୁଟ୍ କୋଟର ମଧ୍ୟ ଆୟୋଜନ କରାଯାଇଥିଲା।

ଏହି କାର୍ଯକ୍ରମରେ ସ୍ନିଲ୍‌ର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ଏବଂ ଆସୋସିଏଟ୍ ପ୍ରଫେସର ଚିନ୍ମୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇନ୍ ଶିକ୍ଷା ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.