ଓଡିଶାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ବଜେଟ ଆଲୋଚନାରେ ନେବେ ଭାଗ

Published: Feb 17, 2023, 10:42 am IST
Nirmala Sitaraman

ଭୁବନେଶ୍ବର: ଓଡିଶାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ସେ ଭୁବନେଶ୍ବରେ ପହଁଚିଥିଲେ। ଆଜି ହୋଟେଲ ମେ ଫାୟାର ଲାଗୁନରେ ଆୟୋଜିତ ବଜେଟ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେବେ।

ଗତକାଲି ତାଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ସ୍ବାଗତ କରିଥିଲେ। ଆଜି ବଜେଟ ଆଲୋଚନା ପରେ ନିର୍ମଳା ଅରଗୁଳସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧୀତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ।

 

Related posts