Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ
ଆଜିର ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

February 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି କ୍ରମରେ ସେ ପ୍ରଥମେ ମଦନପୁର-ରାମପୁର ପାଇକପଡ଼ାଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପକୁ ଉଦ୍‌ଘାଟନ କରିଛନ୍ତି। ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଭାବେ ପଡ଼ି ରହିଥିବା ଏହି କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୪୦ ଲକ୍ଷ ଓ ଅନ୍ୟାନ୍ୟ ପାଣ୍ଠିରୁ ୧୧ ଲକ୍ଷ ଅନୁଦାନ ଯୋଗାଇ ଦିଆଯାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯାଇଛି। ପରେ ଶ୍ରୀ ତ୍ରିପାଠୀ କର୍ଲାମୁଣ୍ଡା ବ୍ଲକ୍‌ସ୍ଥିତ ରିଷିଡ଼ା ବାପୁଜୀ ହାଇସ୍କୁଲର ମିନି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି। ତାଙ୍କ ପରିଦର୍ଶନ ସମୟରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏହି ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ପରିଷଦ ତରଫରୁ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଥିଲେ। ମିନିଷ୍ଟାଡିୟମ୍‌ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର ଏବଂ ଖେଳପଡ଼ିଆର ଉନ୍ନତି ନିମନ୍ତେ ଆବଶ୍ୟକ ଡିପିଆର୍‌ ପ୍ରସ୍ତୁତ କରି ପରିଷଦ କାର୍ଯ୍ୟାଳୟକୁ ପ୍ରେରଣ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ଗସ୍ତକାଳରେ ଶ୍ରୀ ତ୍ରିପାଠୀ କେସିଙ୍ଗା ଅନ୍ତର୍ଗତ ବେଲଖଣ୍ଡିର ପ୍ରାଚୀନ ଶୈବପୀଠ ପରିଦର୍ଶନ କରିଥିଲେ। ରତେଇ ଏବଂ ତେଲନଦୀର ସଂଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ। ଏହି ଶୈବପୀଠକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ବିଗତ ବର୍ଷଗୁଡ଼ିକରେ ନିର୍ମାଣାଧିନ ବିଶ୍ରାମସ୍ଥଳୀଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ପରିଷଦ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକ୍‌କୁ ସଂଯୋଗ କରୁଥିବା ତେଲନଦୀ ଉପରେ ନିର୍ମାଣାଧିନ ପୋଲକୁ ତୁରନ୍ତ ସଂପୂର୍ଣ୍ଣ କରିବା ଏବଂ ଆନିକଟ କରାଯାଇ ନଦୀଗର୍ଭରେ ଜଳଭଣ୍ଡାର ସୃଷ୍ଟି କରିବା ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ ଏହି ଗସ୍ତ ସମୟରେ ମଦନପୁର ରାମପୁର ବ୍ଲକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହରପି୍ରୟା ରିଫ୍ରାକେଫାରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ପରିଦର୍ଶନ କରିଥିଲେ। ଏଠାରେ ରାଇସ୍‌ ହକ୍ସ ପାଉଁଶରୁ ଥର୍ମାଲ ଇନ୍‌ସୁଲିନ୍‌ ତିଆରି କରାଯାଇ ଜେଏସ୍‌ଡବ୍ଲୁ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାରସୁଗୁଡ଼ା ଆର୍‌ଆଇଏନ୍‌ଏଲ୍‌ ବିଶାଖାପାଟଣା, ପ୍ରଭୃତି ସ୍ଥାନକୁ ପଠାଯାଉଛି। ଏପରିକି ଏହି ଉତ୍ପାଦକୁ ଭାରତ ବାହାରେ ତାଇୱାନ୍‌, ଇଜିପଫ, ବାହାରିନ୍‌ ଏବଂ ସାଉଦି ଆରବ ଭଳି ଦେଶକୁ ରପ୍ତାନୀ କରାଯାଉଛି।

ଶ୍ରୀ ସାହୁ ୨ କୋଟି ଟଙ୍କା ମୂଳଧନ ଖଟାଇ ଆରମ୍ଭ କରିଥିବା ଏହି ଉଦ୍ୟୋଗକୁ ଇତି ମଧ୍ୟରେ ଷ୍ଟାଟ୍‌ର୍ଅପ୍‌ ଓଡ଼ିଶା ତରଫରୁ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ଏହି ଗସ୍ତବେଳେ ମଦନପୁର ରାମପୁରର ହରିସାଗର ଓ ନର୍ଲା ବ୍ଲକ୍‌ରେ ରାଣୀବନ୍ଧ ପରିଦର୍ଶନ କରିଥିଲେ। ଏହି ଦୁଇଟି ବୃହତ୍‌ ଜଳାଶୟର ଉନ୍ନତିକରଣ ଓ ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ପାଣ୍ଠି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। ଶ୍ରୀ ତ୍ରିପାଠୀ ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟିଦେବେ ଏବଂ ଏହାକୁ ଏକ ଆକର୍ଷଣୀୟ ଜଳାଶୟ ଓ ପାର୍କ ଭାବେ ବିକଶିତ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ପରିଷଦ ଅନୁଦାନରେ ନର୍ଲା ହାଇସ୍କୁଲ ପଡ଼ିଆରେ ନିର୍ମାଣାଧିନ ମିନିଷ୍ଟାଡିୟମ୍‌କୁ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଲକ୍‌ ଗସ୍ତ କରି ବିଶ୍ୱନାଥପୁରଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କନ୍‌ଭେନ୍‌ସନ୍‌କୁ ଉଦ୍‌ଘାଟନ କରିଥିଲେ। ସେ ସେଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରାକଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କାଗୁଣ୍ଡ, ଛତୁଚାଷ ଇତ୍ୟାଦି ନିରୀକ୍ଷଣ କରିଥିଲେ।

ଏହି ଅବସରରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ତି୍ରପାଠୀ କହିଥିଲେ ଯେ ଶିଳ୍ପର ବିକାଶ ହେଲେ ଅଞ୍ଚଳର ବିକାଶ ସମ୍ଭବ ହୋଇଥାଏ। ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବେ ଏହି ଅଞ୍ଚଳର ଓ ଲୋକଙ୍କ ବିକାଶ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସର୍ବଦା ଶିଳ୍ପର ବିକାଶ ଓ ଲୋକଙ୍କ ଜୀବନଜୀବିକା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ପ୍ରୟାସ କରୁଥିବା ଦର୍ଶାଇ ରାଜ୍ୟରେ ୭ ହଜାର ଏସ୍‌ଏଚ୍‌ଜି ଜରିଆରେ ୭୦ ଲକ୍ଷ ମହିଳା ଆଜି ସ୍ୱାବଲମ୍ବୀ ହୋଇପାରିଥିବା କହିଥିଲେ। ସେ ଶକ୍ତିମୟୀ ଫେଡେରେସନ୍‌ରେ ପ୍ରାୟ ୨ ହଜାର ମହିଳା ଗୋଷ୍ଠୀଙ୍କୁ ଜଡ଼ିତ କରି ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଆଣିବା ଦିଗରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ତ୍ରିପାଠୀ ଏହି ଅବସରରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ୩୫ ଜଣ ଲୋକଙ୍କୁ ନେଇ ଯିବାକୁ ଥିବା ଏକ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏସବୁ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନେ୍ୱଷା ରେଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାୱାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ବେଦାନ୍ତ ସିଇଓ ଜି. ଜି. ପାଲ, ବେଦାନ୍ତ ଅଧିକାରୀ ବିଭୁ ପ୍ରସାଦ ପଣ୍ଡା, ଲାଞ୍ଜିଗଡ଼ ବ୍ଲକ୍‌ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।

ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

August 24, 2025

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025

କଟକ ଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ

August 24, 2025
Latest News

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

August 24, 2025

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗିରଫଦାରୀରେ ଚିନ୍ତିତ କଂଗ୍ରେସ ସାଂସଦ, କିନ୍ତୁ କାହିଁକି?

August 24, 2025

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025

କଟକ ଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.