Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର ତଦାରଖ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଥୁଆମୂଳ ରାମପୁର, ମୁଖିଗୁଡା, ଧର୍ମଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି। ଗ କାଲି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାରେ ବିଶେଷତଃ ଶିଳ୍ପ, କୃଷି ଭିତ୍ତିକ ଶିଳ୍ପର ସ୍ଥାପନ ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଊପରେ କିଭଳି ଆଖି ଦୃଶିଆ ଅଗ୍ରସର ହୋଇପାରିବ ତା’ଉପରେ କୃଷି, ପଶୁ ସମ୍ପଦ, ଉଦ୍ୟାନ, ମତ୍ସ୍ୟ, ଶିଳ୍ପ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ ମିଶ୍ର, ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, ଡବ୍ଲୁ ଓ ଡି ସି ଟେକନିକାଲ ପରାମର୍ଶଦାତା ସୁନୀଲ ନାୟକ, ଡି ଡି ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଭବାନୀପାଟଣା ସହରର ମତ୍ସ୍ୟ କାର୍ଯ୍ୟ।ଳୟ ଓ ବିମଳା କନଭେଣ୍ଟ ନିକଟସ୍ଥ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଜାଖମ ଇକୋ ଟୁରିଷ୍ଟ କଂପ୍ଲେକ୍ସ, କାନିଗୁମା କଫି ପ୍ଳାଣ୍ଟେସନ, ଥୁଆମୂଳ ରାମପୁରର କଫି ନର୍ସରୀ ପରିଦର୍ଶନ ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ।

ଥୁଆମୂଲ୍ ରାମପୁର ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କାର୍ଯ୍ୟ ଅଗ୍ରଗତି, ବିକାଶ ଓ ଏହାର ଅଧିକ ପରିସୀମା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ସଂପୃକ୍ତ ଅଧିକାରିଙ୍କୁ କହିଥିଲେ। ଥୂଆମୁଲ ରାମପୁର ର ପର୍ଯ୍ୟଟନ ଆକର୍ଷଣ “ହେଲୋ ପଏଣ୍ଟ” ସହ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ସେଭଳି ଧର୍ମଗଡ ସ୍ଥିତ ଟାଉନ ହଲ ର ପୁନରୁଦ୍ଧାର କାର୍ଯ୍ୟ , ସିଆଲିକାନୀ କଟା ବନ୍ଧ ପରିଦର୍ଶନ ସହ ଧର୍ମଗଡ ଆହାର ରୋଷେଇ କେନ୍ଦ୍ର ଉଦ୍ଘାଟନ କରିଥିଲେ।

ଧର୍ମଗଡ ଗସ୍ତ ସମୟରେ ଧର୍ମଗଡ ବିଧାୟକ ମୌଶଧି ବାଗ ଉପସ୍ଥିତ ଥିଲେ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଗଡିସାର ପୋଲ କାର୍ଯ୍ୟ ଅଗ୍ରଗତି ପରିଦର୍ଶନ କରିଥିଲେ। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ।

ଶେଷରେ ଭବାନୀପାଟଣା ସହର ନିକଟସ୍ଥ ଭଟାଙ୍ଗପଦର ଇକୋ ଟୁରିଜମ ପରିଦର୍ଶନ କରିଥିଲେ। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ସି ଡି ଓ ଜିଲ୍ଲା ପରିଷଦ ସଚିନ ପାୱାର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ, ବିଡିଓ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପାଇକପଡା ଠାରେ ଏକ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ କ୍ରମେ ସମ୍ପୁର୍ଣ୍ଣ କରାଯାଇଛି। ଏହି କଲ୍ୟାଣ ମଣ୍ଡପକୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଉଦଘାଟନ କରିଛନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ରୁ ୪୦ଲକ୍ଷ ଏବଂ ଅନ୍ୟାନ୍ୟ ପାଣ୍ଠିରୂ ୧୧ ଲକ୍ଷ ଅନୁଦାନରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଧାୟକ ଭୁପିନ୍ଦର ସିଂହ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାଓ୍ବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ ନାଏକ, ଉପ ନିର୍ଦେଶକ ଶ୍ରୀକାନ୍ତ ଦଳେଇ, ମରାମପୁର ବ୍ଳକ ଅଧ୍ୟକ୍ଷା ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ହଲଗୁଡିକୁ ୨୦୨୩ ସୁଦ୍ଧା ସମ୍ପୁର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ତାପରେ କର୍ଲାମୁଣ୍ଡା ବ୍ଳକ ରିଷିଡାର ବାପୁଜୀ ହାଇସ୍କୁଲ୍ ମିନି ଷ୍ଟାଡିୟମକୁ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲ କମିଟି ଓ ଗ୍ରାମବାସୀ ଖେଳ ପଡିଆର ଉନ୍ନତି କରଣ ପାଇଁ ଅନୁରୋଧ କରିଥିଲେ। ସେହିପରି କେସିଙ୍ଗା ବ୍ଲକର ବେଲଖଣ୍ଡି ଶିବ ମନ୍ଦିର ପରିଦର୍ଶନ କରିଥିଲେ। ଗସ୍ତ ସମୟରେ ମଦନପୁର ରାମପୁର ବ୍ଳକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ହରପ୍ରିୟା ରିଫ୍ରାକ୍ଟୋରିଜ ପ୍ରାଇଭେଟ୍ ଲିମିଟେଡ’ କୁ ପରିଦର୍ଶନ କରିଥିଲେ।

ଶ୍ରୀଯୁକ୍ତ ତ୍ରିପାଠୀ କଳାହାଣ୍ଡି ଗସ୍ତ ସମୟରେ ମଦନପୁର ରାମପୁରର ହରି ସାଗର ଏବଂ ନର୍ଲା ବ୍ଳକ ଅନ୍ତର୍ଗତ ରାଣୀ ବନ୍ଧ ପରିଦର୍ଶନ କରିଥିଲେ। ଦୁଇଟି ବୃହତ ଜଳାଶୟର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ସ୍ଥାନୀୟ ବିଧାୟକ, ସରପଞ୍ଚ ଏବଂ ଗ୍ରାମବାସୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥପୁର ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୩୯ ଲକ୍ଷ ଟଙ୍କାରେ ନିର୍ମାଣଧୀନ କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶ୍ରୀଯୁକ୍ତ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ବିଶ୍ଵନାଥପୁର ଠାରେ ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ ପକ୍ଷରୁ ଆୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କନଭେନସନକୁ ଉଦଘାଟନ କରିବା ସହିତ ବେଦାନ୍ତ ଦ୍ବାରା ଗଠିତ ଶକ୍ତିମୟୀ ଫେଡେରେସନର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରା କଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କା ଗୁଣ୍ଡ ଇତ୍ୟାଦିକୁ ପର୍ଯ୍ୟବେକ୍ଷଣ କରିଥିଲେ।

ଏହା ସହିତ ବୈଠକରେ ଶ୍ରୀ ତ୍ରିପାଠୀ କରିଥିଲେ ଯେ, ଶିଳ୍ପର ବିକାଶ ହେଲେ ସେହି ଅଞ୍ଚଳର ବିକାଶ ହୁଏ। ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବରେ ଅଞ୍ଚଳ ଓ ଲୋକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ପ୍ରତିଷ୍ଠା କରିବାସହ ଲୋକମାନଙ୍କ ଜୀବନ ଜୀବିକା ସହ ସର୍ବାଙ୍ଗୀନ ଉନ୍ନତି କିଭଳି ହୋଇପାରିବ ସେଥିପାଇଁ ସବୁବେଳେ ପ୍ରୟାସ କରୁଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି କ୍ରମରେ ସେ ପ୍ରଥମେ ମଦନପୁର-ରାମପୁର ପାଇକପଡ଼ାଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପକୁ ଉଦ୍‌ଘାଟନ କରିଛନ୍ତି। ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଭାବେ ପଡ଼ି ରହିଥିବା ଏହି କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୪୦ ଲକ୍ଷ ଓ ଅନ୍ୟାନ୍ୟ ପାଣ୍ଠିରୁ ୧୧ ଲକ୍ଷ ଅନୁଦାନ ଯୋଗାଇ ଦିଆଯାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯାଇଛି। ପରେ ଶ୍ରୀ ତ୍ରିପାଠୀ କର୍ଲାମୁଣ୍ଡା ବ୍ଲକ୍‌ସ୍ଥିତ ରିଷିଡ଼ା ବାପୁଜୀ ହାଇସ୍କୁଲର ମିନି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି। ତାଙ୍କ ପରିଦର୍ଶନ ସମୟରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏହି ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ପରିଷଦ ତରଫରୁ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଥିଲେ। ମିନିଷ୍ଟାଡିୟମ୍‌ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର ଏବଂ ଖେଳପଡ଼ିଆର ଉନ୍ନତି ନିମନ୍ତେ ଆବଶ୍ୟକ ଡିପିଆର୍‌ ପ୍ରସ୍ତୁତ କରି ପରିଷଦ କାର୍ଯ୍ୟାଳୟକୁ ପ୍ରେରଣ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ଗସ୍ତକାଳରେ ଶ୍ରୀ ତ୍ରିପାଠୀ କେସିଙ୍ଗା ଅନ୍ତର୍ଗତ ବେଲଖଣ୍ଡିର ପ୍ରାଚୀନ ଶୈବପୀଠ ପରିଦର୍ଶନ କରିଥିଲେ। ରତେଇ ଏବଂ ତେଲନଦୀର ସଂଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ। ଏହି ଶୈବପୀଠକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ବିଗତ ବର୍ଷଗୁଡ଼ିକରେ ନିର୍ମାଣାଧିନ ବିଶ୍ରାମସ୍ଥଳୀଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ପରିଷଦ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକ୍‌କୁ ସଂଯୋଗ କରୁଥିବା ତେଲନଦୀ ଉପରେ ନିର୍ମାଣାଧିନ ପୋଲକୁ ତୁରନ୍ତ ସଂପୂର୍ଣ୍ଣ କରିବା ଏବଂ ଆନିକଟ କରାଯାଇ ନଦୀଗର୍ଭରେ ଜଳଭଣ୍ଡାର ସୃଷ୍ଟି କରିବା ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ ଏହି ଗସ୍ତ ସମୟରେ ମଦନପୁର ରାମପୁର ବ୍ଲକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହରପି୍ରୟା ରିଫ୍ରାକେଫାରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ପରିଦର୍ଶନ କରିଥିଲେ। ଏଠାରେ ରାଇସ୍‌ ହକ୍ସ ପାଉଁଶରୁ ଥର୍ମାଲ ଇନ୍‌ସୁଲିନ୍‌ ତିଆରି କରାଯାଇ ଜେଏସ୍‌ଡବ୍ଲୁ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାରସୁଗୁଡ଼ା ଆର୍‌ଆଇଏନ୍‌ଏଲ୍‌ ବିଶାଖାପାଟଣା, ପ୍ରଭୃତି ସ୍ଥାନକୁ ପଠାଯାଉଛି। ଏପରିକି ଏହି ଉତ୍ପାଦକୁ ଭାରତ ବାହାରେ ତାଇୱାନ୍‌, ଇଜିପଫ, ବାହାରିନ୍‌ ଏବଂ ସାଉଦି ଆରବ ଭଳି ଦେଶକୁ ରପ୍ତାନୀ କରାଯାଉଛି।

ଶ୍ରୀ ସାହୁ ୨ କୋଟି ଟଙ୍କା ମୂଳଧନ ଖଟାଇ ଆରମ୍ଭ କରିଥିବା ଏହି ଉଦ୍ୟୋଗକୁ ଇତି ମଧ୍ୟରେ ଷ୍ଟାଟ୍‌ର୍ଅପ୍‌ ଓଡ଼ିଶା ତରଫରୁ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ଏହି ଗସ୍ତବେଳେ ମଦନପୁର ରାମପୁରର ହରିସାଗର ଓ ନର୍ଲା ବ୍ଲକ୍‌ରେ ରାଣୀବନ୍ଧ ପରିଦର୍ଶନ କରିଥିଲେ। ଏହି ଦୁଇଟି ବୃହତ୍‌ ଜଳାଶୟର ଉନ୍ନତିକରଣ ଓ ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ପାଣ୍ଠି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। ଶ୍ରୀ ତ୍ରିପାଠୀ ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟିଦେବେ ଏବଂ ଏହାକୁ ଏକ ଆକର୍ଷଣୀୟ ଜଳାଶୟ ଓ ପାର୍କ ଭାବେ ବିକଶିତ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ପରିଷଦ ଅନୁଦାନରେ ନର୍ଲା ହାଇସ୍କୁଲ ପଡ଼ିଆରେ ନିର୍ମାଣାଧିନ ମିନିଷ୍ଟାଡିୟମ୍‌କୁ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଲକ୍‌ ଗସ୍ତ କରି ବିଶ୍ୱନାଥପୁରଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କନ୍‌ଭେନ୍‌ସନ୍‌କୁ ଉଦ୍‌ଘାଟନ କରିଥିଲେ। ସେ ସେଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରାକଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କାଗୁଣ୍ଡ, ଛତୁଚାଷ ଇତ୍ୟାଦି ନିରୀକ୍ଷଣ କରିଥିଲେ।

ଏହି ଅବସରରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ତି୍ରପାଠୀ କହିଥିଲେ ଯେ ଶିଳ୍ପର ବିକାଶ ହେଲେ ଅଞ୍ଚଳର ବିକାଶ ସମ୍ଭବ ହୋଇଥାଏ। ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବେ ଏହି ଅଞ୍ଚଳର ଓ ଲୋକଙ୍କ ବିକାଶ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସର୍ବଦା ଶିଳ୍ପର ବିକାଶ ଓ ଲୋକଙ୍କ ଜୀବନଜୀବିକା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ପ୍ରୟାସ କରୁଥିବା ଦର୍ଶାଇ ରାଜ୍ୟରେ ୭ ହଜାର ଏସ୍‌ଏଚ୍‌ଜି ଜରିଆରେ ୭୦ ଲକ୍ଷ ମହିଳା ଆଜି ସ୍ୱାବଲମ୍ବୀ ହୋଇପାରିଥିବା କହିଥିଲେ। ସେ ଶକ୍ତିମୟୀ ଫେଡେରେସନ୍‌ରେ ପ୍ରାୟ ୨ ହଜାର ମହିଳା ଗୋଷ୍ଠୀଙ୍କୁ ଜଡ଼ିତ କରି ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଆଣିବା ଦିଗରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ତ୍ରିପାଠୀ ଏହି ଅବସରରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ୩୫ ଜଣ ଲୋକଙ୍କୁ ନେଇ ଯିବାକୁ ଥିବା ଏକ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏସବୁ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନେ୍ୱଷା ରେଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାୱାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ବେଦାନ୍ତ ସିଇଓ ଜି. ଜି. ପାଲ, ବେଦାନ୍ତ ଅଧିକାରୀ ବିଭୁ ପ୍ରସାଦ ପଣ୍ଡା, ଲାଞ୍ଜିଗଡ଼ ବ୍ଲକ୍‌ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କର୍ମକର୍ତ୍ତା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କର୍ମକର୍ତ୍ତା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଏହି ମିଶ୍ରଣ ପର୍ବ ଆୟୋଜିତ କରାଯାଇଛି। ଆସନ୍ତାକାଲି ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗଦେଇ କଳାହାଣ୍ଡିର ହିତାଧିକାରିମାନଙ୍କୁ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି।

ଆଜି ଜୁନାଗଡ଼ ବ୍ଲକ ମଥୁରାରୁ ଜୁନାଗଡ଼ ମିଶ୍ରଣ ପର୍ବ ସଭାସ୍ଥଳ ପର୍ଯ୍ୟନ୍ତ ବାଇକ ରେଲିରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ବିଶାଳ ମଟର ସାଇକେଲ ରେଲି ଆସିଥିଲେ। ଏହି ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲା କଲମପୁର, କୋକସରା, ଜୁନାଗଡ଼ ତଥା ବିଭିନ୍ନ ବ୍ଲକରୁ ବିଭିନ୍ନ ରାଜନୈତିକ ଦଳରୁ ଶତାଧିକ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ରାଜ୍ୟ ସଭା ସଦସ୍ୟ ସୁଜିତ୍ କୁମାର ସମେତ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଶତାଧିକ ଜନ ପ୍ରତିନିଧି ସମେତ ଶତାଧିକ ସାଧାରଣ ଲୋକ ବିଜେଡି ରେ ଯୋଗ ଦେଇଥିଲେ। ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଏବଂ ଲୋକ ସମ୍ପର୍କ ବୃଦ୍ଧି ହେତୁ ବିରୋଧିଙ୍କ ଚକ୍ଷୁ ଶୂଳ ହେବାକୁ ପଡୁଛି ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ବେଳେ ହଜାର ହଜାର ଜନ ସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଦେଖିବାକୁ ମିଲିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଗସ୍ତରେ ମୂଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ କାର୍ଯ୍ୟକ୍ରମର କଲେ ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ ଓ ସ୍ୱତନ୍ତ ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୂଖ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।

ଶନିବାର ସକାଳ ୧୦ଟା ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ ସେଠାରେ ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ, ଆଦି ବିଭିନ୍ନ ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ।

ଏହାପରେ ମୂଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ଠାରେ ନିର୍ମାଣାଧିନ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ର ନିର୍ମାଣ, ଅଗ୍ରଗତି, ଅଧ୍ୟାପନା ବ୍ଲକ, ଅଡିଟୋରିୟମ, ପୁରୁଷ ଓ ମହିଳା ହଷ୍ଟେଲ ଇତ୍ୟାଦି କାର୍ୟ୍ୟର ସମୀକ୍ଷା କରିଥିଲେ।

ସେହିପରି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ରୂପରେଖ ଓ ବଜେଟ ପ୍ରସ୍ତୃତ କରିବାକୁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମାଁ ଇନ୍ଦ୍ରାବତୀ ଟେମ୍ପଲ କମ୍ଲେକ୍ସ, ଭବାନୀପାଟଣା ନୂତନ ବସଷ୍ଟାଣ୍ଡ, ସାନ୍ଦୁଲ ପ୍ରକଳ୍ପ, ମେଗାଲିପ୍ଟ, କେସିଙ୍ଗା-ବଲାଙ୍ଗୀର ୨୨୦ କେଭି ଇଲେକ୍ଟ୍ରୀ ଲାଇନ, ବିଜୁ ଏକ୍ସପ୍ରେସ ୱେ, ଟାଉନ ହଲ, ଧର୍ମଗଡ ଆଟିଆଇ ଇତ୍ୟାଦି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ। ନିର୍ମାଣାଧିନ ପ୍ରକଳ୍ପ ଗୁଡିକ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନର୍ଲା ରୋଡ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବ୍ୟବସ୍ଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥରଲେ।

ରାଜ୍ୟ ସରକାରଙ୍କ ୫ଟି ଅଧିନରେ କଳାହାଣ୍ଡି ଜିଲ୍ଲାର ୨୬ ଟି ହାଇସ୍କୁଲକୁ ନିଆଯାଇଥିବା ବେଳେ ସେସବୁର ସମୀକ୍ଷା କରିବା ସହିତ ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଓ ଟାଉନ ହାଇସ୍କୁଲକୁ ପରିଦର୍ଶନରେ ଯାଇ ରୁପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର ଇତ୍ୟାଦି ନିର୍ମାଣ ଉପରେ ସନ୍ତୋଷ ପ୍ରକାଶ କରିବା ସହ ଅନ୍ୟାନ୍ୟ କାର୍ୟ୍ୟ ସବୁ ଶିଘ୍ର ସାରିଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହିସବୁ ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଏସପି ଶ୍ରବଣ ବିବେକ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଭବାନୀପାଟଣା ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡିର ବିକାଶର ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୃତ କରିବାକୁ ଜିଲ୍ଲା ପ୍ରଶାସନକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରୀପାଠୀ ନିର୍ଦ୍ଦଶ ଦେଇଛନ୍ତି। କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ତ୍ରୀପାଠୀ କଳାହାଣ୍ଡିରେ ନିର୍ମାଣାଧିନ ମେଡିକାଲ କଲେଜ, ଇନ୍ଦ୍ରାବତୀ ଟେମ୍ପଲ କମ୍ପେ୍ଲକ୍ସ, ନୂତନ ବସଷ୍ଟାଣ୍ଡ, ଉତ୍କେଳା ଏ୍ୟାରଷ୍ଟ୍ରିପ, ସାନ୍ଦୁଲ ଜଳସେଚନ ପ୍ରକଳ୍ପ, କେସିଙ୍ଗା–ବଲାଙ୍ଗୀର ୨୨୦ କେଭି ଲାଇନ, ବିଜୁ ଏକ୍ସପ୍ରେସ ୱେ, ଟାଉନହଲ, ଏମଏସଏମଇ ପାର୍କ, ଫୁଡପାର୍କ ଇତ୍ୟାଦି ସଂପର୍କରେ ଜିଲ୍ଲାପାଳ ଅବଗତ କରିଥିଲେ।

କଳାହାଣ୍ଡିର ବିକାଶକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୃତ କରିବା ପାଇଁ ବୈଷୟୀକ ଜ୍ଞାନ କୌଶଳ, ଦାୟୀତ୍ୱ ବୋଧ, ତାଲିମ ଆଧାରରେ ଲୋକଙ୍କ ଜୀବନଧାରଣର ମାନବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ। ପଶୁପାଳନ, ମତ୍ସ୍ୟ ଚାଷ, ଉଦ୍ୟାନକୃଷି, ଏମଏସଏମଇ ଆଦି କରିବାପାଇଁ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

ସମୀକ୍ଷା ବୈଠକ ପରେ ମାନ୍ୟବର ଶକ୍ତି, ଶିଳ୍ପ ତଥା ଏମଏସଏମଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ଭବାନୀପାଟଣା ଠାରେ ନିର୍ମାଣାଧିନ ଟାଉନହଲ, ଭଙ୍ଗାବାରୀ ଠାରେ ନିର୍ମାଣାଧିନ ଡାକ୍ତରଖାନା, ଜାରିଙ୍ଗସ୍ଥିତ ଛେଳି ପ୍ରଜନନ କେନ୍ଦ୍ର,ଭତ୍ରାଯୋର ଏମଆଇପି, ଜୁନାଗଡ ନେତ୍ର ଚିକିତ୍ସାଳୟ, ବିଜୁପଟ୍ଟନାୟକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ,ଛୋରିଆଗଡ ଶୀଳ୍ପି ଗ୍ରାମ ପରିଦର୍ଶନ କରିଥିଲେ। ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଡେଙ୍ଗାଗୁଡା-ବେହେରା ୩୩ କେଭି ଲାଇନ ର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧିବାଗ, ଧର୍ମଗଡ ପଂଚାୟତ ସମିତି ଅଧ୍ୟକ୍ଷ ବଳରାମ ପୂଝାରୀ ମଧ୍ୟ ଉପସ୍ଥିତ ଥିଲେ। କଳାହାଣ୍ଡି ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବା କାରନରୁ ଅଧରକରୁ ଅଧିକ ଚାଷିଙ୍କ ସାମିଲ କରାଯାଇ ଅଧିକ ସଂଖ୍ୟକ କୃଷିଭିତିକ ଯୋଜନା ପ୍ରସ୍ତୃତ କରାଗଲେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରାଶ ପାଇବାରେ ଲାଗିଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ପରିଚାଳନା ସମୀକ୍ଷା ପାଇଁ ମୂଖ୍ୟ ଶାସନ ସଚିବଙ୍କ ସହିତ ବରିଷ୍ଠ ଅଧିକାରୀଙ୍କ କଳାହାଣ୍ଡି ଗସ୍ତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ରେ କୋଭିଡ ସ୍ଥିତିର ଅନୁଧ୍ୟାନ ଓ ଏହାର ପରିଚାଳନା ସଂପର୍କରେ ସମୀକ୍ଷା ପାଇଁ ଓଡିଶା ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କଳାହାଣ୍ଡି ଗସ୍ତ କରଛନ୍ତି। ମୂଖ୍ୟ ଶାସନ ସଚିବଙ୍କ ସହିତ ଡିଏମଇଟି ଡଃ ସି.ବି.କେ. ମହାନ୍ତି, ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି। ମୂଖ୍ୟ ଶାସନ ସଚିବ ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଥମେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଔଷଧ ଯୋଗାଣ, ଆମ୍ବୁଲାନନ୍ସ ଇତ୍ୟାଦି ଆନିସଙ୍ଗୀକ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ।

ଏହି ଅବସରରେ ଭବାନୀପାଟଣା ନିକଟସ୍ଥ କାମଠଣା କୋଭୋଡ ହସପିଟାଲ ଓ ଜିଏନଏମ ନର୍ସୀଂ ସ୍କୁଲରେ କୋଭିଡ ପ୍ରସ୍ତୃତି ଉପରେ ଏକ ସମୀକ୍ଷା ବୈଠକ ହୋଇଯାଇଥିଲା। ରାଜ୍ୟ ପଦାଧିକାରୀଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଏବଂ କଳାହାଣ୍ଡି ଏସପି ଡଃ ଶବଚ୍ଚ ବିବେକ ଏମ ଉପସ୍ଥିତିରେ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କଳାହାଣ୍ଡିରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୀକାକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହିତ ରାତ୍ର କାଳୀନ କର୍ଫ୍ୟୂ, ମାସ୍କ ପରିଧାନ ଉପରେ ଗୁରୁତ୍ୱ, ସାମାଜିକ ଦୂରତା, ଆମ୍ବୁଲାନ୍ସ ବ୍ୟବସ୍ଥା, କୋଭିଡ କଟକଣାକୁ କଡାକଡି ପାଳନ ଓ ଜରିମାନା, ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର, ଟୀକାକରଣ ଇତ୍ୟାଦି ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇଥିଲା। ନିକଟରେ ନିଯୁକ୍ତି ପ୍ରାପ୍ତ ୧୦ ଜଣ ନୂଆ ଡାକ୍ତରଙ୍କୁ ଅବସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏକ ନୂତନ ଜୀବନ ରକ୍ଷାକାରୀ ଉନ୍ନତମାନର ଆମ୍ବୁଲାନ୍ସ ବ୍ୟବସ୍ଥା ତଥା ଆବଶ୍ୟକୀୟ ଭିତିଭୂମି ର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

କଳାହାଣ୍ଡି ଜିଲ୍ଲାରେ ୧୪୭୪୫ ଜଣ ଦ୍ୱତୀୟ ଡୋଜ ସହ ମୋଟ ୧ଲକ୍ଷ ୪୦ ହଜାର ୨୪୪ ଜଣଙ୍କୁ ଟୀକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରକାଶ କରିଥରଲେ। ସେହିପରି ଗତ ସପ୍ତାହ ମଧ୍ୟରେ ୩୩୧୧ ଜଣ କୋଭିଡ ନିୟମ ଉଲ୍ଲଂଘନକାରୀ ଅମାନିଆ ମାନଙ୍କ ଠାରୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ୬ଲକ୍ଷ ୯୩ ହଜାର ୬୬୦ ଟଙ୍କା ଜରିମାନା ଅସୁଲି କରାଯାଇଥିବା ପୋଲିସ ବିଭାଗ ରୁ ଜଣାପଡିଛି। ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ୱ ଦେବା ସହିତ ରାତ୍ର କାଳୀନ କର୍ଫ୍ୟୁ କୁ କଡାକଡି ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୀକ୍ଷା ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସିଡିଏମଓ ଡଃ ପ୍ରତାପ ବେହେରା,ଏଡିଏମଓ ଡଃ ନିହାରେନ୍ଦ୍ର ପଣ୍ଡା, ଡିପିଏଚଓ ଡଃ ରାକେଶ ସାହୁ,ଡିପିଏମ ଅବନୀ ମହାପାତ୍ର,ଆରଟିଓ, ଡିଆଇପିଆରଓ ମନୋଜ ବେହେରା ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ବ୍ୟାପକ ପ୍ରସ୍ତୃତି: ଜିଲ୍ଲାରେ ବ୍ୟସ୍ତ ଅଛନ୍ତି ବହୁ ମନ୍ତ୍ରୀ ଏବଂ ବିଧାୟକ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଆସନ୍ତା ୧୪ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ କଳାହାଣ୍ଡି ଚଳଚଂଚଳ ହୋଇଉଠିଛି। ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭବାନୀପାଟଣା ଠାରେ ମନ୍ତ୍ରୀ ଓ ଜିଲ୍ଲା ବାହାର ର ଏମଏଲଏ ମିଶି ପ୍ରାୟ ୬୧ ଜଣ ଡେରା ପକାଇଥିବା ଜଣାପଡିଛି। କୋଭିଡ୧୯ ପରେ ଏହା ମୂଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବା କାରଣରୁ ଏହାର ଗୁରୁତ୍ୱ ମଧ୍ୟ ବଢିଯାଇଛି।

ଅନ୍ୟପକ୍ଷରେ ଆଗାମୀ ସହରାଂଚଳ ନିର୍ବାଚନ ଏବଂ ପରବର୍ତ୍ତୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖାଯାଇ ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ କରାଯାଉଥିବା ବିଶେଷ କରି ମେଗା ଲିଫ୍ଟ ଯୋଜନାର ଲୋକାର୍ପଣ କରି ସରକାର ଚାଷୀ ମାନଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା ଚଳାଇଥିବା ରାଜନୈତିକ ବିଶେଷଜ୍ଞ ମାନେ ପ୍ରକାଶ କରୁଛନ୍ତି।

ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ଯୋରଦାର ପ୍ରସ୍ତୃତି ଚଳାଇଥିବା ବେଳେ ସଭାସ୍ଥଳକୁ ଯିବା ପାଇଁ କୋଭିଡ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ସରକାରୀ ପଦାଧିକାରୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି, ରାଜନେତା, କର୍ମୀ ଠାରୁ ଆରମ୍ଭ କରି ସଭାସ୍ଥଳରେ ସାମିଲ ହେବାକୁ ଥିବା ପ୍ରାୟ ୩୫୦୦ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ଜଣାପଡିଛି।

ମେଗା ଲିଫ୍ଟ ଯୋଜନାରେ ସାମିଲ ହେଉଥିବା ଜୟପାଟଣା ବ୍ଲକର ୧୨, କୋକସରା ବ୍ଲକର ୧୫ ଓ ଧର୍ମଗଡ ବ୍ଲକର ୧୧ ଖଣ୍ଡ ଗ୍ରାମକୁ ଆଜି ୧୩ ତାରିଖ ଦିନ ମନ୍ତ୍ରୀ ଓ ବିଧାୟକ ମାନଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଛି। ସେମାନେ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପ୍ରିନ୍ସ ଡାନ୍ସ ଗ୍ରୁପ, ବଲାଙ୍ଗୀରର ସାଂସ୍କୃତିକ ଦଳ ସମେତ ଜିଲ୍ଲା ବାହାରୁ ଆସୁଥିବା ରାଜନେତା, କର୍ମୀ, ଗଣମାଧ୍ୟମ ପ୍ରତିନିଧି ତଥା ସରକାରୀ ପଦାଧିକାରୀ ମାନେ ନିଜ ଜିଲ୍ଲାରେ କୋଭିଡ ପରୀକ୍ଷା କରାଇ ଆସୁଥିବା ଜଣାପଡିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ମୂଖ୍ୟମନ୍ତ୍ରୀ ସଭା ପାଇଁ ନିର୍ମାଣ କରାଯାଇଥିବା ତିନିଟି ଯାକ ମଂଚ ସମେତ ହେଲିପ୍ୟାଡ, ସଭାସ୍ଥଳ ଇତ୍ୟାଦିକୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯାଇଛି।

ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ କଳହାଣ୍ଡିରୁ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ତଥା ରାଜ୍ୟ ସଭା ସାଂସଦ ସୂଜିତ କୁମାର, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମ ଗଡ ବିଧାୟକ ମୌଷଧି ବାଗ ଏବଂ ଜିଲ୍ଲା ବିଜେଡି ସଭାପତି ପୂର୍ବ ମନ୍ତ୍ରୀ ପଷ୍ପେନ୍ଦୁ ସିଂଦେଓ ପ୍ରମୂଖ ଜିଲ୍ଲାପ୍ରଶାସନ ସହିତ ସଭାସ୍ଥଳ ଇତ୍ୟାଦି ତଦାରଖ କରୁଥିବା ଦେଖାଯାଉଛି।

ମୂଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରି ବହୁ ପ୍ରତିକ୍ଷିତ ମେଗା ଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କରିବା ସହିତ ମୋଟ ୧୦୬୪.୮୬୨ କୋଟୀ ଟଙ୍କା ବିନିମୟରେ ୫୪ ଟି ପ୍ରକଳ୍ପର ଉଦଘାଟନ ଏବଂ ୧୦୨୦.୩୪୭ କୋଟି ଟଙ୍କା ବିନମୟରେ ୫୨ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ଯୋଜନା ରହିଛି।