Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ ପରିଚାଳନା ସମୀକ୍ଷା ପାଇଁ ମୂଖ୍ୟ ଶାସନ ସଚିବଙ୍କ ସହିତ ବରିଷ୍ଠ ଅଧିକାରୀଙ୍କ କଳାହାଣ୍ଡି ଗସ୍ତ
ଆଜିର ଖବର

କୋଭିଡ ପରିଚାଳନା ସମୀକ୍ଷା ପାଇଁ ମୂଖ୍ୟ ଶାସନ ସଚିବଙ୍କ ସହିତ ବରିଷ୍ଠ ଅଧିକାରୀଙ୍କ କଳାହାଣ୍ଡି ଗସ୍ତ

April 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ରେ କୋଭିଡ ସ୍ଥିତିର ଅନୁଧ୍ୟାନ ଓ ଏହାର ପରିଚାଳନା ସଂପର୍କରେ ସମୀକ୍ଷା ପାଇଁ ଓଡିଶା ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କଳାହାଣ୍ଡି ଗସ୍ତ କରଛନ୍ତି। ମୂଖ୍ୟ ଶାସନ ସଚିବଙ୍କ ସହିତ ଡିଏମଇଟି ଡଃ ସି.ବି.କେ. ମହାନ୍ତି, ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି। ମୂଖ୍ୟ ଶାସନ ସଚିବ ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଥମେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଔଷଧ ଯୋଗାଣ, ଆମ୍ବୁଲାନନ୍ସ ଇତ୍ୟାଦି ଆନିସଙ୍ଗୀକ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ।

ଏହି ଅବସରରେ ଭବାନୀପାଟଣା ନିକଟସ୍ଥ କାମଠଣା କୋଭୋଡ ହସପିଟାଲ ଓ ଜିଏନଏମ ନର୍ସୀଂ ସ୍କୁଲରେ କୋଭିଡ ପ୍ରସ୍ତୃତି ଉପରେ ଏକ ସମୀକ୍ଷା ବୈଠକ ହୋଇଯାଇଥିଲା। ରାଜ୍ୟ ପଦାଧିକାରୀଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଏବଂ କଳାହାଣ୍ଡି ଏସପି ଡଃ ଶବଚ୍ଚ ବିବେକ ଏମ ଉପସ୍ଥିତିରେ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କଳାହାଣ୍ଡିରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୀକାକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହିତ ରାତ୍ର କାଳୀନ କର୍ଫ୍ୟୂ, ମାସ୍କ ପରିଧାନ ଉପରେ ଗୁରୁତ୍ୱ, ସାମାଜିକ ଦୂରତା, ଆମ୍ବୁଲାନ୍ସ ବ୍ୟବସ୍ଥା, କୋଭିଡ କଟକଣାକୁ କଡାକଡି ପାଳନ ଓ ଜରିମାନା, ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର, ଟୀକାକରଣ ଇତ୍ୟାଦି ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇଥିଲା। ନିକଟରେ ନିଯୁକ୍ତି ପ୍ରାପ୍ତ ୧୦ ଜଣ ନୂଆ ଡାକ୍ତରଙ୍କୁ ଅବସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏକ ନୂତନ ଜୀବନ ରକ୍ଷାକାରୀ ଉନ୍ନତମାନର ଆମ୍ବୁଲାନ୍ସ ବ୍ୟବସ୍ଥା ତଥା ଆବଶ୍ୟକୀୟ ଭିତିଭୂମି ର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

କଳାହାଣ୍ଡି ଜିଲ୍ଲାରେ ୧୪୭୪୫ ଜଣ ଦ୍ୱତୀୟ ଡୋଜ ସହ ମୋଟ ୧ଲକ୍ଷ ୪୦ ହଜାର ୨୪୪ ଜଣଙ୍କୁ ଟୀକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରକାଶ କରିଥରଲେ। ସେହିପରି ଗତ ସପ୍ତାହ ମଧ୍ୟରେ ୩୩୧୧ ଜଣ କୋଭିଡ ନିୟମ ଉଲ୍ଲଂଘନକାରୀ ଅମାନିଆ ମାନଙ୍କ ଠାରୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ୬ଲକ୍ଷ ୯୩ ହଜାର ୬୬୦ ଟଙ୍କା ଜରିମାନା ଅସୁଲି କରାଯାଇଥିବା ପୋଲିସ ବିଭାଗ ରୁ ଜଣାପଡିଛି। ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ୱ ଦେବା ସହିତ ରାତ୍ର କାଳୀନ କର୍ଫ୍ୟୁ କୁ କଡାକଡି ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୀକ୍ଷା ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସିଡିଏମଓ ଡଃ ପ୍ରତାପ ବେହେରା,ଏଡିଏମଓ ଡଃ ନିହାରେନ୍ଦ୍ର ପଣ୍ଡା, ଡିପିଏଚଓ ଡଃ ରାକେଶ ସାହୁ,ଡିପିଏମ ଅବନୀ ମହାପାତ୍ର,ଆରଟିଓ, ଡିଆଇପିଆରଓ ମନୋଜ ବେହେରା ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।

ଆରଟିପିସିଆର ଟେଷ୍ଟ କଳାହାଣ୍ଡି ଗସ୍ତ ମୂଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି କଲା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026
Latest News

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି କଲା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.