Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଗସ୍ତରେ ମୂଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ କାର୍ଯ୍ୟକ୍ରମର କଲେ ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ ଓ ସ୍ୱତନ୍ତ ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୂଖ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।

ଶନିବାର ସକାଳ ୧୦ଟା ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ ସେଠାରେ ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ, ଆଦି ବିଭିନ୍ନ ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ।

ଏହାପରେ ମୂଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ଠାରେ ନିର୍ମାଣାଧିନ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ର ନିର୍ମାଣ, ଅଗ୍ରଗତି, ଅଧ୍ୟାପନା ବ୍ଲକ, ଅଡିଟୋରିୟମ, ପୁରୁଷ ଓ ମହିଳା ହଷ୍ଟେଲ ଇତ୍ୟାଦି କାର୍ୟ୍ୟର ସମୀକ୍ଷା କରିଥିଲେ।

ସେହିପରି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ରୂପରେଖ ଓ ବଜେଟ ପ୍ରସ୍ତୃତ କରିବାକୁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମାଁ ଇନ୍ଦ୍ରାବତୀ ଟେମ୍ପଲ କମ୍ଲେକ୍ସ, ଭବାନୀପାଟଣା ନୂତନ ବସଷ୍ଟାଣ୍ଡ, ସାନ୍ଦୁଲ ପ୍ରକଳ୍ପ, ମେଗାଲିପ୍ଟ, କେସିଙ୍ଗା-ବଲାଙ୍ଗୀର ୨୨୦ କେଭି ଇଲେକ୍ଟ୍ରୀ ଲାଇନ, ବିଜୁ ଏକ୍ସପ୍ରେସ ୱେ, ଟାଉନ ହଲ, ଧର୍ମଗଡ ଆଟିଆଇ ଇତ୍ୟାଦି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ। ନିର୍ମାଣାଧିନ ପ୍ରକଳ୍ପ ଗୁଡିକ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନର୍ଲା ରୋଡ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବ୍ୟବସ୍ଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥରଲେ।

ରାଜ୍ୟ ସରକାରଙ୍କ ୫ଟି ଅଧିନରେ କଳାହାଣ୍ଡି ଜିଲ୍ଲାର ୨୬ ଟି ହାଇସ୍କୁଲକୁ ନିଆଯାଇଥିବା ବେଳେ ସେସବୁର ସମୀକ୍ଷା କରିବା ସହିତ ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଓ ଟାଉନ ହାଇସ୍କୁଲକୁ ପରିଦର୍ଶନରେ ଯାଇ ରୁପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର ଇତ୍ୟାଦି ନିର୍ମାଣ ଉପରେ ସନ୍ତୋଷ ପ୍ରକାଶ କରିବା ସହ ଅନ୍ୟାନ୍ୟ କାର୍ୟ୍ୟ ସବୁ ଶିଘ୍ର ସାରିଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହିସବୁ ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଏସପି ଶ୍ରବଣ ବିବେକ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଭବାନୀପାଟଣା ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ପରିଚାଳନା ସମୀକ୍ଷା ପାଇଁ ମୂଖ୍ୟ ଶାସନ ସଚିବଙ୍କ ସହିତ ବରିଷ୍ଠ ଅଧିକାରୀଙ୍କ କଳାହାଣ୍ଡି ଗସ୍ତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ରେ କୋଭିଡ ସ୍ଥିତିର ଅନୁଧ୍ୟାନ ଓ ଏହାର ପରିଚାଳନା ସଂପର୍କରେ ସମୀକ୍ଷା ପାଇଁ ଓଡିଶା ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କଳାହାଣ୍ଡି ଗସ୍ତ କରଛନ୍ତି। ମୂଖ୍ୟ ଶାସନ ସଚିବଙ୍କ ସହିତ ଡିଏମଇଟି ଡଃ ସି.ବି.କେ. ମହାନ୍ତି, ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି। ମୂଖ୍ୟ ଶାସନ ସଚିବ ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଥମେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଔଷଧ ଯୋଗାଣ, ଆମ୍ବୁଲାନନ୍ସ ଇତ୍ୟାଦି ଆନିସଙ୍ଗୀକ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ।

ଏହି ଅବସରରେ ଭବାନୀପାଟଣା ନିକଟସ୍ଥ କାମଠଣା କୋଭୋଡ ହସପିଟାଲ ଓ ଜିଏନଏମ ନର୍ସୀଂ ସ୍କୁଲରେ କୋଭିଡ ପ୍ରସ୍ତୃତି ଉପରେ ଏକ ସମୀକ୍ଷା ବୈଠକ ହୋଇଯାଇଥିଲା। ରାଜ୍ୟ ପଦାଧିକାରୀଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଏବଂ କଳାହାଣ୍ଡି ଏସପି ଡଃ ଶବଚ୍ଚ ବିବେକ ଏମ ଉପସ୍ଥିତିରେ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କଳାହାଣ୍ଡିରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୀକାକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହିତ ରାତ୍ର କାଳୀନ କର୍ଫ୍ୟୂ, ମାସ୍କ ପରିଧାନ ଉପରେ ଗୁରୁତ୍ୱ, ସାମାଜିକ ଦୂରତା, ଆମ୍ବୁଲାନ୍ସ ବ୍ୟବସ୍ଥା, କୋଭିଡ କଟକଣାକୁ କଡାକଡି ପାଳନ ଓ ଜରିମାନା, ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର, ଟୀକାକରଣ ଇତ୍ୟାଦି ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇଥିଲା। ନିକଟରେ ନିଯୁକ୍ତି ପ୍ରାପ୍ତ ୧୦ ଜଣ ନୂଆ ଡାକ୍ତରଙ୍କୁ ଅବସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏକ ନୂତନ ଜୀବନ ରକ୍ଷାକାରୀ ଉନ୍ନତମାନର ଆମ୍ବୁଲାନ୍ସ ବ୍ୟବସ୍ଥା ତଥା ଆବଶ୍ୟକୀୟ ଭିତିଭୂମି ର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

କଳାହାଣ୍ଡି ଜିଲ୍ଲାରେ ୧୪୭୪୫ ଜଣ ଦ୍ୱତୀୟ ଡୋଜ ସହ ମୋଟ ୧ଲକ୍ଷ ୪୦ ହଜାର ୨୪୪ ଜଣଙ୍କୁ ଟୀକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରକାଶ କରିଥରଲେ। ସେହିପରି ଗତ ସପ୍ତାହ ମଧ୍ୟରେ ୩୩୧୧ ଜଣ କୋଭିଡ ନିୟମ ଉଲ୍ଲଂଘନକାରୀ ଅମାନିଆ ମାନଙ୍କ ଠାରୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ୬ଲକ୍ଷ ୯୩ ହଜାର ୬୬୦ ଟଙ୍କା ଜରିମାନା ଅସୁଲି କରାଯାଇଥିବା ପୋଲିସ ବିଭାଗ ରୁ ଜଣାପଡିଛି। ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ୱ ଦେବା ସହିତ ରାତ୍ର କାଳୀନ କର୍ଫ୍ୟୁ କୁ କଡାକଡି ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୀକ୍ଷା ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସିଡିଏମଓ ଡଃ ପ୍ରତାପ ବେହେରା,ଏଡିଏମଓ ଡଃ ନିହାରେନ୍ଦ୍ର ପଣ୍ଡା, ଡିପିଏଚଓ ଡଃ ରାକେଶ ସାହୁ,ଡିପିଏମ ଅବନୀ ମହାପାତ୍ର,ଆରଟିଓ, ଡିଆଇପିଆରଓ ମନୋଜ ବେହେରା ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।