Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ସର୍ଜନ୍‌ ଙ୍କ ସଫଳତା: ୪ ବର୍ଷର ଶିଶୁର ହେଲା ବିରଳ ଅସ୍ତ୍ରୋପଚାର
ଆଜିର ଖବର

ସମ୍ ସର୍ଜନ୍‌ ଙ୍କ ସଫଳତା: ୪ ବର୍ଷର ଶିଶୁର ହେଲା ବିରଳ ଅସ୍ତ୍ରୋପଚାର

March 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ୍‌ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍। ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି ଅଂଶ ନାଶାରନ୍ଧ୍ରରେ ପ୍ରବେଶ କରିଥିଲା।

ଏହା ଫଳରେ ଶିଶୁଟି କେବଳ ବାମ ନାକ ବା ପାଟିରେ ନିଶ୍ୱାସ ନେଉଥିଲା ଏବଂ ବାରମ୍ବାର ବାନ୍ତି ହେବା ସହ ଗନ୍ଧ ମଧ୍ୟ ବାରି ପାରୁନଥିଲା। ଏହି ସବୁ ସମସ୍ୟା ନେଇ ଶିଶୁଟିର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର।

ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଶିଶୁଟିର ମସ୍ତିଷ୍କରୁ ନାକକୁ ଆସିଥିବା ରାସ୍ତାରେ ଏକ ଛିଦ୍ର ରହିଥିଲା ଓ ମସ୍ତିଷ୍କର କିଛି ଅଂଶ ତଳକୁ ଚାଲିଆସି ବାହାରକୁ ଦେଖାଯାଉଥିଲା ବୋଲି ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ କାର୍ଯ୍ୟରତ ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି।

ଏଭଳି ସମସ୍ୟା ଖୁବ୍ ବିରଳ ଓ ପ୍ରାୟ ୩ ଲକ୍ଷରେ ଜଣେ ଶିଶୁଙ୍କ ଠାରେ ଏହି ଜନ୍ମଗତ ସମସ୍ୟା ଦେଖାଦେଇଥାଏ। ଗତ ୫୨ ବର୍ଷ ମଧ୍ୟରେ ଏମ୍‌ସ ନୂଆଦିଲ୍ଲୀରେ ଏଭଳି ପ୍ରାୟ ୧୪୦ଟି ସର୍ଜରୀ କରାଯାଇଥିବା ସେ କହିଛନ୍ତି।

ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ଚଳିତ ସପ୍ତାହରେ ଶିଶୁଟିର ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା। ଯେଉଁ ଅସ୍ତ୍ରୋପଚାର କରିବାକୁ ୧୯୬୦ ଓ ୧୯୭୦ ଦଶକରେ ୧୦ ରୁ ୧୨ ଘଂଟା ସମୟ ଲାଗୁଥିଲା ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ତାହା ମାତ୍ର ସାଢ଼େ ତିନିଘଂଟାରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ଶିଶୁ ଓ ତା’ର ବାପା ଉପସ୍ଥିତ ଥିଲେ। ମସ୍ତିଷ୍କରୁ ବାହାରି ନାକ ମଧ୍ୟକୁ ପଶିଆସିଥିବା ଅଂଶ ଅଦରକାରୀ ହୋଇଥିବାରୁ ତାହାକୁ ବାହାର କରି ଅସ୍ତ୍ରୋପଚାର ଦ୍ୱାରା ସୃଷ୍ଟି ହୋଇଥିବା ଛିଦ୍ରଟିକୁ ବନ୍ଦ କରି ଦିଆଯାଇଥିଲା। ଶିଶୁଟି ଏବେ ଧୀରେ ଧୀରେ ସୁସ୍ଥ ହେଉଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସମ୍‌ରେ ଗୋଟିଏ ଛାତ ତଳେ ପରୀକ୍ଷା, ଚିକିତ୍ସା, ଅସ୍ତ୍ରୋପଚାର ଏବଂ ଯତ୍ନ ସମ୍ଭବ ହୋଇପାରୁଛି ଏବଂ ଏଭଳି ସର୍ଜରୀରେ ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଇଏନ୍‌ଟି ଏବଂ ଆନେସଥେସିଆ ବିଭାଗ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।

ଶିଶୁଟିର ଚିକିତ୍ସା ଏବଂ ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସାହାଯ୍ୟରେ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି ବୋଲି ସେ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ରଞ୍ଜନ ଦାସ, ନ୍ୟୁରୋସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଓ ଡାକ୍ତର ରାମଚନ୍ଦ୍ର ଦେଓ, ଆସୋସିଏଟ ପ୍ରଫେସର ଡାକ୍ତର ସତ୍ୟଭୂଷଣ ସେନାପତି ଏବଂ ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଜୀବ ଲୋଚନ ସାମଲ୍ ଉପସ୍ଥିତ ଥିଲେ।

ବିରଳ ଅସ୍ତ୍ରୋପଚାର ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ

August 14, 2026

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

IndiGo Delay Sparks Anger: ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

August 14, 2026
Latest News

ରାହୁଲ ଗାନ୍ଧୀଙ୍କ ବିରୋଧରେ ଲୋକସଭା ବିଶେଷାଧିକାର କମିଟିର ନୋଟିସ: ଜାଣନ୍ତୁ କାରଣ

August 14, 2026

ଗତ ଦଶନ୍ଧିରେ ଦେଶ ଦ୍ରୁତ ପ୍ରଗତି କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 14, 2026

ବାଲୁଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ

August 14, 2026

‘ମୋ ବିବୃତ୍ତିକୁ ଭୁଲ ଭାବରେ ଦର୍ଶାଇ ଯୁବକମାନଙ୍କୁ ଭ୍ରମିତ କରାଯାଇଛି’: ସିଜେଆଇ

August 14, 2026

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.