Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମ ସହିତ କ୍ରୀଡା ମନ୍ତ୍ରଣାଳୟ ଖେଳ ଖେଳୁଛି: ଧର୍ମଘଟରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କର ବଡ ଅଭିଯୋଗ
ଆଜିର ଖବର

ଆମ ସହିତ କ୍ରୀଡା ମନ୍ତ୍ରଣାଳୟ ଖେଳ ଖେଳୁଛି: ଧର୍ମଘଟରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କର ବଡ ଅଭିଯୋଗ

April 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଏହାର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କର ଜନ୍ତର ମନ୍ତ୍ରରରେ ଧର୍ମଘଟ ଜାରି ରହିଛି। ଏହି ଦ୍ୱିତୀୟ ପ୍ରତିବାଦରେ ବିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ସାମିଲ ହୋଇଛନ୍ତି। ଭାରତୀୟ ରେସଲିଂ ଫେଡେରେଶନ ବିରୋଧରେ ଅନୁସନ୍ଧାନ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଧର୍ମଘଟ ଜାରି ରଖିବେ ବୋଲି କହିଛନ୍ତି।

ଏହି ସମୟରେ ଜନ୍ତର ମନ୍ତ୍ରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିନେଶ ଫୋଗାଟ କ୍ରୀଡ଼ା ମନ୍ତ୍ରଣାଳୟ ଉପରେ ଏକ ବଡ ଅଭିଯୋଗ ଆଣି କହିଛନ୍ତି ଯେ, କମିଟି କେବଳ ନାମ ପାଇଁ, ସବୁକିଛି ବ୍ରିଜ ଭୂଷଣଙ୍କ ଦ୍ୱାରା କରାଯାଉଛି। ଫୋଗାଟ କହିଛନ୍ତି ଯେ, କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ରାଜନୀତି ଚାଲିଛି। ମନ୍ତ୍ରଣାଳୟ ଯାହା କହିଲା ଆମେ ତାହା କରିଥିଲୁ। ମୁଁ ନାମ ନେବି ନାହିଁ କିନ୍ତୁ ଯାହାକୁ ଆମେ ବିଶ୍ଵାସ କରିଥିଲୁ ସେ ହିଁ ଆମ ସହିତ ଖେଳିଲେ।

ଅନ୍ୟପକ୍ଷରେ ସାକ୍ସି ମଲିକ କହିଛନ୍ତି ଯେ, “ନିଜକୁ ରକ୍ଷା କରିବା ପାଇଁ ମୋତେ ଯୌନ ନିର୍ଯ୍ୟାତନା କମିଟିର ଏକ ଅଂଶ କରାଯାଇଥିଲା। ନା ମୁଁ କେବେ ଏହାର ଅଂଶ ହୋଇଥିଲି, ନା ମୋତେ କେବେ ପଚରାଯାଇ ସେଥିରେ ସାମିଲ କରାଯାଇଥିଲା, ନା ମୁଁ କେବେ କୌଣସି ଦଲିଲରେ ଦସ୍ତଖତ କରିଥିଲି। କାଗଜ ସ୍ୱାକ୍ଷରିତ ହୋଇଛି। ” ଏହା ବ୍ୟତୀତ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟି ବିଷୟରେ ସାକ୍ସି ମଲିକ କହିଛନ୍ତି ଯେ, “ସେତେବେଳେ ଆମେ ନିଶ୍ଚିତ ଥିଲୁ ଯେ କମିଟି ନ୍ୟାୟ ଦେବ କିନ୍ତୁ କିଛି ଘଟିଲା ନାହିଁ। ତିନି ଦିନ ପୂର୍ବରୁ ଅଭିଯୋଗ ଦିଆଯାଇଛି, ବର୍ତ୍ତମାନ ପର୍ଯ୍ୟନ୍ତ ଏଫଆଇଆର ପପଞ୍ଜୀକୃତ ହୋଇନାହିଁ। ”

ଏଥି ସହିତ ଜନ୍ତର ମନ୍ତ୍ରରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ, ବର୍ତ୍ତମାନ ଯିଏ ସେମାନଙ୍କ ସମର୍ଥନରେ ଆସନ୍ତି ତାଙ୍କୁ ସ୍ୱାଗତ କରାଯିବ ସେ କୌଣସି ରାଜନୈତିକ ଦଳ ହେଉ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୁଅନ୍ତୁ। ପ୍ରକାଶ ଜେ, ଶେଷ ଥର ପାଇଁ ଯେତେବେଳେ ବକ୍ସର ତଥା କଂଗ୍ରେସ ନେତା ବିଜେନ୍ଦର ସିଂ ଏହି ଖେଳାଳିଙ୍କ ସମର୍ଥନରେ ଜନ୍ତର ମନ୍ତ୍ରରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ମଞ୍ଚରୁ ଓହ୍ଲାଇ ଭିଡ଼ରେ ବସିବାକୁ କହିଥିଲେ। କୁସ୍ତିମାନଙ୍କ ବ୍ୟତୀତ ମଞ୍ଚରେ କାହାକୁ ସ୍ଥାନ ଦିଆଯାଇ ନଥିଲା।

କୁସ୍ତିଯୋଦ୍ଧା କ୍ରୀଡ଼ା ମନ୍ତ୍ରଣାଳୟ ଧର୍ମଘଟ ବ୍ରିଜ ଭୂଷଣ ସିଂ ଯୌନ ନିର୍ଯ୍ୟାତନା
Share. Facebook Twitter LinkedIn Email WhatsApp Copy Link

Related Posts

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026
Latest News

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.