ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୫ ଅଭିଯୁକ୍ତ ଗିରଫ

Published: Jun 18, 2023, 9:54 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାରୁଅ ଅଞ୍ଚଳରୁ ଆଜି ଜିଲ୍ଲା ଅବକାରୀ ବିଭାଗ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ଧର୍ମେନ୍ଦ୍ର କୁମାର (୩୨), ସନ୍ତୋଷ କୁମାର (୩୨), ଚନ୍ଦନ ପାଶୱାନ (୩୦), ରାଧେଶ୍ୟାମ ପାଶୱାନ (୫୮) ଏବଂ ଉମାଶଙ୍କର ରାମ (୪୭)।

ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୫୬ କେଜି ଗଞ୍ଜେଇ ଏବଂ ନକଦ ୫୦ ହଜାର ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଅବକାରୀ ମୋବାଇଲ ଏସଆଇ ରୋହିତ ଦଣ୍ଡସେଣ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଏବଂ ବାଲୁଗାଁ, ଖୋର୍ଦ୍ଧା ଅବକାରୀ ଥାନା ଓ ଜିଲ୍ଲା ମୋବାଇଲ ଟିମ ର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Related posts