ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ ଏବଂ ଲୁଟ୍: ୪ ଯୁବକ ଗିରଫ

Published: Jun 28, 2023, 11:50 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଗୁଣ୍ଡିଚା ନଗର ନିକଟରେ କୁନା ଡାକୁଆ ନାମକ ଜଣେ ଯୁବକକୁ ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ କରି ଲୁଟ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚଳାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ଵରେ ଏକ ଟିମ୍ ପୁରୀର ଏକ ହୋଟେଲ ଉପରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା ଏବଂ ପରେ କୋର୍ଟ ଚାଲାଣ କରିଥିଲା।

ଅଭିଯୁକ୍ତମାନେ ହେଲେ ପିଣ୍ଟୁ ନାହାକ, ରୁଦ୍ର ଡାକୁଆ, କାଳିଆ ସାହୁ ଓ ଅଜୟ ଲେଙ୍କା ବୋଲି ଜଣାପଡିଛି। ଏମାନଙ୍କ ଠାରୁ ପୋଲିସ ଦୁଇଟି ନମ୍ବର ବୀହିନ ମୋଟରସାଇକେଲ,‌ ଗୋଟିଏ ସ୍କୁଟି, ଦୁଇଟି ଖଣ୍ଡା, ୩ ଟି ବୋମା ଓ କିଛି ନଗଦ ଟଙ୍କା ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ପିଣ୍ଟୁ ନାହାକ ଓ କୁନା ଡାକୁଆ ମିଶି ପୁରୁଣା ଗାଡ଼ି ବ୍ୟବସାୟ କରୁଥିଲେ। ଦୁଇଙ୍କ ମଧ୍ୟରେ ବ୍ୟବସାୟିକ ଶତୃତା ଥିଲା ଓ କିଛି ଦିନ ତଳେ ଉଭୟେ ମୁହାଁମୁହିଁ ହୋଇଥିଲେ।

Related posts