Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁଙ୍କ ପ୍ରତି ସମ୍ମାନ ସ୍ୱରୂପ ଏନ୍‌ଏମ୍‌ଏସିସିର ସ୍ୱତନ୍ତ୍ର ଉତ୍ସବ “ପରମ୍ପରା’  ଆୟୋଜିତ
ଆଜିର ଖବର

ଗୁରୁଙ୍କ ପ୍ରତି ସମ୍ମାନ ସ୍ୱରୂପ ଏନ୍‌ଏମ୍‌ଏସିସିର ସ୍ୱତନ୍ତ୍ର ଉତ୍ସବ “ପରମ୍ପରା’  ଆୟୋଜିତ

July 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ ଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି)ର ସ୍ୱତନ୍ତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ “ପରମ୍ପରା’ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶିକା ନୀତା ଅମ୍ବାନି ରିଲାଏନ୍ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କୁ ନିଜର ଗୁରୁ କହିଛନ୍ତି। ଗୁରୁମାନଙ୍କ ପ୍ରତି ସମ୍ମାନ ସ୍ୱରୂପ ପରମ୍ପରା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ଅବସରରେ ନୀତା ଅମ୍ବାନି ଦେଶବାସୀଙ୍କୁ ଗୁରୁ ପୂର୍ଣ୍ଣିମାର ଶୁଭକାମନା ଜଣାଇଛନ୍ତି। ପ୍ରଦର୍ଶନୀର ଉଦ୍‌୍‌ଘାଟନୀ ସମାରୋହରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର କିମ୍ବଦନ୍ତୀ ପଦ୍ମ ବିଭୂଷଣ ହରିପ୍ରସାଦ ଚୌରସିଆ ଓ ପଣ୍ଡିତ କାର୍ତିକ କୁମାର ନିଜ ଶିଷ୍ୟ ରାକେଶ ଚୌରସିଆ ଓ ନୀଳାଦ୍ରୀ କୁମାରଙ୍କ ସହିତ ଉତ୍ସବର ଶୋଭା ବଢ଼ାଇଥିଲେ।

ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର୍‌ରେ ଉପସ୍ଥିତ ପ୍ରାୟ ୨୦୦୦ ଦର୍ଶକଙ୍କୁ ସମ୍ବୋଧିତ କରି ନୀତା ଅମ୍ବାନି ନିଜ ଶ୍ୱଶୂରଙ୍କୁ ଧୀରୁଭାଇ ଅମ୍ବାନିଙ୍କୁ ଜଣେ ସରଳ ହୃଦୟର ଗୁରୁ ଭାବେ ମନେ ପକାଇଥିଲେ। ନୀତା କହିଛନ୍ତି ଯେ, “ପାପା (ଧୀରୁଭାଇ ଅମ୍ବାନି) ନିଜ ସରଳ ସ୍ୱଭାବ ଢଙ୍ଗରେ ପ୍ରଶ୍ନ କରୁଥିଲେ। ବେଳେ ବେଳେ ସେହି ପ୍ରଶ୍ନ ଶୁଣି ମୋତେ ଭୟ ଲାଗୁ ଥିଲା, କିନ୍ତୁ ଆଜି ମୁଁ ଜାଣିପାରୁଛି ଯେ ସେହି ପ୍ରଶ୍ନଗୁଡ଼ିକ ହିଁ ମୋତେ ଜୀବନର ରୀତିନୀତି ଶିଖାଇଥିଲା। ଧୀରୁଭାଇ ମୋତେ ବଡ଼ ଲକ୍ଷ୍ୟ ଦେଇଥିଲେ । ମୋତେ ଶିଖାଇଥିଲେ କିଭଳି ଶୃଙ୍ଖଳା ଜ୍ଞାନ ଓ କଠୋର ପରିଶ୍ରମ ବଦଳରେ ସବୁ ସ୍ୱପ୍ନ ପୂରଣ କରାଯାଇପାରିବ। ସମ୍ପର୍କକୁ ମହତ୍ୱ ଦେବା ମଧ୍ୟ ମୋତେ ସେ ଶିଖାଇଥିଲେ ବୋଲି ନୀତା ଅମ୍ବାନି କହିଥିଲେ।

ଶନିବାର ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ୮୫ତମ ଜନ୍ମଦିନ ଥିଲା ଓ ସେ ବଂଶୀରେ ହାପି ବାର୍ଥଡେ ସ୍ୱର ଶୁଣାଇ ତାହାକୁ ସ୍ମରଣୀୟ କରିଦେଇଥିଲେ। ଦର୍ଶକମାନେ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। “ତିିନି ପିଢ଼ି-ଗୋଟିଏ ପରମ୍ପରା ‘ (ଥ୍ରି ଜେନେରେସନ୍‌, ୱାନ୍ ଲିଗାସି)କୁ ନେଇ ଆୟୋଜିତ ପରମ୍ପରା ଉତ୍ସବରେ ରବିବାର ଉସ୍ତାଦ ଅମଜଦ୍ ଅଲ୍ଲୀ ଖାନ୍ ଓ ତାଙ୍କ ପୁଅ ଅମାନ ଅଲ୍ଲୀ ବଂଗଶ ଏବଂ ଅୟାନ ଅଲ୍ଲୀ ବଂଗଶ ଏବଂ ତାଙ୍କ ସହିତ ଉସ୍ତାଦଙ୍କ ନାତି-୧୦ ବର୍ଷୀୟ ଯମଜ ସନ୍ତାନ ଜୋହାନ ଓ ଅବୀର ଅଲ୍ଲୀ ବଂଗଶଙ୍କୁ ଏକସଙ୍ଗେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

ନୀତା ମୁକେଶ ଅମ୍ବାନି ପରମ୍ପରା
Share. Facebook Twitter LinkedIn Email WhatsApp Copy Link

Related Posts

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Latest News

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.