
ଭୁବନେଶ୍ଵର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ଓ ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଏହି ମେଗା ଧାରାବାହିକ ସବୁ ୧ ରୁ ୫ ମଧ୍ୟରେ ସମାନ କ୍ରମରେ ଅଛନ୍ତି। ଏଥିପାଇଁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି।
ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର କଳା, ସଂସ୍କୃତି, ସେବା ହେଇଛି ଏକ ପ୍ରକୃଷ୍ଟ ନାରୀର ବୈଶିଷ୍ଟ୍ୟ ଯାହାକୁ ଆମେ ଆଖି ଆଗରେ ରଖି ଅମର ସମସ୍ତ ଲୋକପ୍ରିୟ ମେଗା ଧରବାହିକର ଚରିତ୍ର ସବୁ ତିଆରି କରିଛୁ ଯାହା ସବୁ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ଓ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛନ୍ତି। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା କ୍ଷେତ୍ର ସର୍ବଦା ଆଗରେ ରହିଛି ଏହି ଖବର ହେଉଛି ତାର ଏକେ ଜ୍ଵଳନ୍ତ ଉଦାହରଣ। ବହୁତ ଶୀଘ୍ର ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ”।