Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟ ହାସଲ ପାଇଁ ବିଜେପି ନେତା ସମ୍ବିତ ପାତ୍ର କରୁଛନ୍ତି ତଳି ରୁଆ ନାଟକ !!!
ଆଜିର ଖବର

ଭୋଟ ହାସଲ ପାଇଁ ବିଜେପି ନେତା ସମ୍ବିତ ପାତ୍ର କରୁଛନ୍ତି ତଳି ରୁଆ ନାଟକ !!!

September 7, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
SambitPatra
ଭୋଟ ହାସଲ କରିବା ପାଇଁ ସମ୍ବିତ ପାତ୍ର କରୁଛନ୍ତି ତଳି ରୁଆ ନାଟକ !!!

ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ ବିଜେପିର ଆଶାୟୀ ପ୍ରାର୍ଥୀ ସମ୍ବିତ ପାତ୍ର ଖୁବ ଜୋରରେ ଲୋକଙ୍କ ମନ ଜିଣିବାରେ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ସେହି ପରିପ୍ରେକ୍ଷୀରେ ସମ୍ବିତ ପାତ୍ର ପିପିଲିର ଏକ ଧାନ ବିଲରେ ତଳି ରୁଆଉ ଥିବାର ଦେଖିବାକୁ ମିଳିଛି। ସମ୍ବିତ ଏହାକୁ ନେଇ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ବେଶ ପ୍ରଚାର ମଧ୍ୟ କରିଛନ୍ତି।

ତେବେ ସମ୍ବିତଙ୍କ ତଳିରୁଆରେ ତାଙ୍କର ବେଶଭୂଷା ଦେଖିଲେ କୌଣସି କଳାକାରଙ୍କଠାରୁ ବି କମ ହେବ ନାହିଁ। କାରଣ ସେ ଯେପରି ବେଶରେ କାଦୁଅ ସରସର ଧାନ ବିଲରେ କାମ କରୁଛନ୍ତି ତାହା ଏକ ପକ୍କା ଅଭିନେତା ପରି ଜଣାପଡୁଛି। ସେ ଧୋବ ଫରଫର ନୂଆ ଧୋତି ଏବଂ ଧଲା ଗଂଜି ପିନ୍ଧି ତଳି ରୁଆଉଛନ୍ତି। ତାଙ୍କ ତଳି ରୁଆ ତରିକା ଭୁଲ ହୋଇପାରେ ତାହା ବଡ କଥା ନୁହେଁ ହେଲେ ସେ ଯେଉଁ ପୋଷାକରେ କାଦୁଅ ସରସର ବିଲରେ ଅଛନ୍ତି ତାହାକୁ ନେଇ ଚର୍ଚ୍ଚା।

ଯେଉଁମାନେ ପ୍ରକୃତ ଚାଷୀ ସେମାନେ କେବେ ଧାନ ବିଲକୁ ଧୋବ ଫରଫର ଧୋତି ପିନ୍ଧି ତଳି ରୁଆନ୍ତି ନାହିଁ। ଏପରିକି ନୂଆ ଗଂଜି ପିନ୍ଧି କେହି ବିଲରେ କାମ କରେ ନାହିଁ। କେବଳ ପୂଜା ପାର୍ବଣ କିମ୍ବା ଅଖିମୁଠି ଅନୁକୂଳରେ ଚାଷୀ ନୂଆ ଲୁଗା ପିନ୍ଧି ବିଲକୁ ଯାଏ। ହେଲେ ସମ୍ବିତ ଯେପରି ବେଶ ଭୂଷାରେ ତଳି ରୁଆଉଛନ୍ତି ତାହାକୁ ଯେ କେହି ଦେଖିଲେ ସମାଲୋଚନା କରୁଛି। ଏସବୁ ଭୋଟ ହାତେଇବା ପାଇଁ ନାଟକ ବୋଲି ଯେକେହି ଦେଖି କହିବାରେ ଲାଗିଛି।

ସମ୍ବିତ ତଳି ରୁଆଇବେ ବୋଲି ସଂପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ହୋଇ ଆସିଛନ୍ତି। ବେଶଭୂଷା ହୋଇ ଏହି ବିଲରେ କାମ କରି ଫଟୋ ଉଠାଇବେ ବୋଲି ପ୍ରସ୍ତୁତି ହୋଇଛନ୍ତି। ତାଙ୍କ ସାଥିରେ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକ ମଧ୍ୟ ସୁନ୍ଦର ବେଶଭୂଷାରେ ସମ୍ବିତଙ୍କ ସହିତ ତଳି ରୁଆଛନ୍ତି। ସେ ରାହୁଳ ଗାନ୍ଧିଙ୍କ ପରି ହଠାତ ବିଲ ଭିତରକୁ ଫୁଲ ପ୍ୟାଣ୍ଟ ଉପରକୁ ଟେକି ପଶି ନାହାଁନ୍ତି।

ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧି ବିଲ ଭିତରକୁ ଯାଇ ଚାଷୀଙ୍କ ସହିତ କାମ କରିଥିଲେ ତଳି ରୁଆଉ ଥିଲେ। ହେଲେ ତାହା ଯେ କେହି ଦେଖିବ ସେ କେବେ ବି ନାଟକ କହିବ ନାହିଁ। କାରଣ ରାହୁଳ ରାସ୍ତାରେ ଯାଉଥିବା ବେଳେ ହଠାତ ଗାଡି ଅଟକାଇ ନିଜ ଫୁଲ ପ୍ୟାଣ୍ଟକୁ ଉପରକୁ ଟେକି କାଦୁଅ ବିଲରେ ପଶିଥିଲେ। ହେଲେ ସମ୍ବିତଙ୍କ ଏହି ତଳି ରୁଆ ପୁରା ପୂର୍ବ ପ୍ରସ୍ତୁତି ଏବଂ ଲୁଗାପଟା କିଣାକିଣି କରି ବିଲ ଭିତରକୁ ଯାଇଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି।

ରାହୁଳ ଗାନ୍ଧିଙ୍କ ତଳି ରୁଆକୁ ନେଇ ସେତେବେଳେ ବିଜେପି ତରଫରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହା ରାହୁଳ ବାବାଙ୍କ ନାଟକ ବୋଲି କୁହାଯାଉଥିଲା। ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ସଂସଦରେ ରାହୁଳଙ୍କ ଏହି ଚାଷୀମାନଙ୍କ ସହ କାମକୁ ନେଇ ସମାଲୋଚନା କରିଥିଲେ। ହେଲେ ଏବେ ଖୋଦ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଏପରି କାମକୁ ଦଳ କେଉଁ ଦୃଷ୍ଟିରେ ଦେଖିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବରୁ ସମ୍ବିତ ଜଗନ୍ନାଥଙ୍କୁ ମୂର୍ତ୍ତିକୁ ମୁଣ୍ଡରେ ମୁଣ୍ଡାଇ ବଡଦାଣ୍ଡରେ ଏକ ରାଜନୈତିକ ରାଲି କରିବା ନେଇ ବେଶ ସମାଲୋଚନା କରାଯାଇଥିଲା। ଏପରିକି 2019 ଲୋକସଭା ନିର୍ବାଚନ ବେଳେ ମୋତେ ଜଗନ୍ନାଥ ଡାକିଛନ୍ତି ବୋଲି କହି ସମ୍ବିତ ପୁରୀ ନିର୍ବାଚନ ମଣ୍ଡଳିରେ ବେଶ ତୁମ୍ବିତୋଫାନ କଲେ। ଭାବି ଥିଲେ ଜଗନ୍ନାଥ ପ୍ରେମୀ ପୁରୀ ଲୋକସଭା ଲୋକେ ଏହି କଥାରେ ଭାସିଯାଇ ତାଙ୍କ ଉପରେ ଭୋଟ ଗଦେଇ ଦେବେ। ହେଲେ ଶେଷରେ ସେ ହାରିବା ହିଁ ସାର ହୋଇଥିଲା।

ଏଥର ମଧ୍ୟ ସମ୍ବିତ ଏହି ପରି ବିଭିନ୍ନ ନାଟକ କରିବାରେ ଲାଗିଛନ୍ତି। ଦଳିତଙ୍କ ଘରେ ଖାଇବା ହେଉ କିମ୍ବା କେଉଁ ଉତ୍ସବରେ ବାଜା ବଜାଇବା ହେଉ, ଏହିପରି ନାଟକ ଜାରୀ ରଖିଛନ୍ତି। ହେଲେ ଏଥର ମଧ୍ୟ ତାଙ୍କୁ ଭୋଟରମାନେ କେତେ ବିଶ୍ବାସକୁ ନେବେ ତାହା ହିଁ ପ୍ରଶ୍ନ।

sambitpatra ଡଃ ସମ୍ବିତ ପାତ୍ର ବିଜେପି ମୁଖପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.