Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା ବିପର୍ଯ୍ୟୟ ପରେ ସହାୟତା ଓ ବିକାଶ କାର୍ଯ୍ୟ ପାଇଁ ରିଲାଏନ୍ସ ପକ୍ଷରୁ ୨୫ କୋଟି ଟଙ୍କାର ଯୋଗଦାନ
ଆଜିର ଖବର

ବନ୍ୟା ବିପର୍ଯ୍ୟୟ ପରେ ସହାୟତା ଓ ବିକାଶ କାର୍ଯ୍ୟ ପାଇଁ ରିଲାଏନ୍ସ ପକ୍ଷରୁ ୨୫ କୋଟି ଟଙ୍କାର ଯୋଗଦାନ

September 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ଉତ୍ତରାଖଣ୍ଡ ରାଜ୍ୟରେ ନିଜର ନିରନ୍ତର ସାମାଜିକ ବିକାଶ ପ୍ରୟାସ ଜାରି ରଖି ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ ପୁନଃନିର୍ମାଣରେ ସହାୟତା କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ଅନନ୍ତ ଅମ୍ବାନିଙ୍କ ଜରିଆରେ ୨୫ କୋଟି ଟଙ୍କାର ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଉତ୍ତରାଖଣ୍ଡରେ ବିକାଶ କାର୍ଯ୍ୟ ଜାରି ରଖିବାର ପ୍ରତିବଦ୍ଧତା ସମ୍ପର୍କରେ ଅନନ୍ତ ଅମ୍ବାନି କହିଛନ୍ତି, “ଆମେ ଉତ୍ତରାଖଣ୍ଡ ଜନସାଧାରଣଙ୍କ ସହିତ ବିଗତ ଏକ ଦଶକରୁ ସୁଖ ଦୁଃଖରେ ଗଭୀର ସମ୍ପର୍କ ନିଭାଇ ଆସୁଛୁ। ସଙ୍କଟ ସମୟରେ ରାଜ୍ୟ ଏବଂ ଏହାର ଅଧିବାସୀଙ୍କ ଅଭୂତପୂର୍ବ ସହନଶକ୍ତି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ସମ୍ପ୍ରତି ଉତ୍ତରାଖଣ୍ଡରେ ଆମେ ଯେତେବେଳେ ଆମ ସମ୍ପର୍କର ଦଶବର୍ଷ ପୂରଣ କରୁଛୁ, ଏହି ସମ୍ପର୍କକୁ ଅଧିକ ନିବିଡ କରିବା ସକାଶେ ଆମେ ରାଜ୍ୟର କଲ୍ୟାଣ ନିମନ୍ତେ ସାର୍ଥକ ଯୋଗଦାନ ରଖୁଛୁ।”

ଚଳିତ ବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଉତ୍ତରାଖଣ୍ଡରେ ଭୀଷଣ ବର୍ଷା କାରଣରୁ ସୃଷ୍ଟି ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ଯୋଗୁ ବିପୁଳ ଧନ ଜୀବନ ହାନି ଘଟିଛି। ୨୦୧୩ରେ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେ ଉତ୍ତରାଖଣ୍ଡ ସହିତ କଠିନ ସମୟରେ ରିଲାଏନ୍ସ ଛିଡା ହୋଇଛି। ଦୂର ଦୂରାନ୍ତ ଅଞ୍ଚଳରେ ପହଞ୍ଚିବା କ୍ଷେତ୍ରରେ ଅନ୍ୟତମ ପ୍ରଥମ ସଂଗଠନ ଭାବରେ ରିଲାଏନ୍ସ ଫାଉଣ୍ଡେସନ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା, ସେମାନଙ୍କୁ ସହାୟତା ଏବଂ ଆଶ୍ରୟ ଯୋଗାଇ ଦେଇଥିଲା ଏବଂ ସେମାନଙ୍କ ଜୀବନ ପୁନଃନିର୍ମାଣ ଦିଗରେ ପ୍ରୟାସ କରିଥିଲା। ସ୍ଥାନୀୟ ଜନସାଧାରଣଙ୍କ ଅଧିକ ପ୍ରତିରୋଧୀ କ୍ଷମତା ବିକାଶ କରିବା ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ, ବିଭିନ୍ନ ସଂସ୍ଥାନଗୁଡିକର ପୁନଃନିର୍ମାଣ କରାଯାଇଛି, ଯେଉଁଥିରେ ଦୁଇଟି ବିଦ୍ୟାଳୟ ମଧ୍ୟ ସାମିଲ ଥିଲା। ଉକ୍ତ ବିଦ୍ୟାଳୟ ଦୁଇଟି ୩୦ଟି ଗ୍ରାମର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଳା। ରିଲାଏନ୍ସ ୨୦୨୧ ବନ୍ୟା ପରବର୍ତ୍ତୀ ସମୟରେ ଏବଂ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କୁ ସହାୟତା କରିଥିଲା।

ଉତ୍ତରାଖଣ୍ଡ ସରକାର ଏବଂ ଅନ୍ୟାନ୍ୟ ସଂଗଠନଗୁଡିକର ସହଯୋଗରେ ରିଲାଏନ୍ସ ବିଭିନ୍ନ ସାମାଜିକ ପ୍ରୟାସ କରିଛି। ଏହା ଗ୍ରାମୀଣ ଜନସାଧାରଣଙ୍କୁ ସହାୟତା କରିବା ସହିତ ପ୍ରାୟ ୫ ଲକ୍ଷ ଘନମିଟର ଜଳ ସଞ୍ଚୟ କ୍ଷମତା ନିର୍ମାଣରେ ସହାୟତା କରିଥିଲା, ଯେଉଁଥିରେ ୯୦ଟି ଗ୍ରାମରେ କୃଷି ଓ ପିଇବା ଉଦ୍ଦେଶ୍ୟରେ ପାଣି ଉପଲବ୍ଧତା ପରିସ୍ଥିତିରେ ସୁଧାର ଆସିଥିଲା। ଏହା ବ୍ୟତୀତ ବିଭିନ୍ନ ସାମଗ୍ରିକ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଦ୍ୱାରା ଚିକିତ୍ସା ସେବାକୁ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହାୟତା ମିଳିଥିଲା। ସାମଗ୍ରିକ ବିକାଶରେ ପ୍ରଶିକ୍ଷିତ ୧୫୦୦ ମହିଳା ଏବଂ ଗ୍ରାମପଞ୍ଚାୟତଗୁଡିକର ୧୨୦୦ ପ୍ରତିନିଧିଙ୍କ ମଧ୍ୟରେ ଅନେକ ତୃଣମୂଳ ସ୍ତରର ଅଗ୍ରଦୂତ ପାଲଟିଥିଲେ।

ବିକାଶ ନିମନ୍ତେ କ୍ରୀଡାର ବିପୁଳ ସମର୍ଥକ ରିଲାଏନ୍ସ ନିଜର ଶିକ୍ଷା ଏବଂ ‘ସମସ୍ତଙ୍କ ପାଇଁ ଖେଳ କାର୍ଯ୍ୟକ୍ରମ’ ମାଧ୍ୟମରେ ଫୁଟବଲ, ବାସ୍କେଟବଲ ଏବଂ ଆଥଲେଟିକ୍ସ ନିମନ୍ତେ ରାଜ୍ୟର ୩.୮ ଲକ୍ଷରୁ ଅଧିକ ପିଲା ଓ ଯୁବବର୍ଗଙ୍କୁ ନିଜର ପୂର୍ଣ୍ଣ ସହଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କୁ କ୍ରୀଡା ସହିତ ଯୋଡିହେବାରେ ସହାୟତା କରିଛି। ୨୦୧୮ ଓ ୨୦୧୯ରେ ଅଦ୍ୱିତୀୟ ଚିରବତୀୟା ଲୁଥିଆଗ ମାରାଥନ ରେ ସମସ୍ତ ବର୍ଗଙ୍କୁ ଏକତ୍ର କରିବା, ପ୍ରତିଭା ପ୍ରଦର୍ଶନ ଏବଂ ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବାରେ ସହାୟତା କରିଥିଲା।

‘ୱି କେୟାର’ ଭାବନା ଆଧାରରେ ରିଲାଏନ୍ସ ଭାରତରେ ସବୁ ସ୍ଥାନରେ ଜନସାଧାରଣଙ୍କର ସମାବେଶୀ ବିକାଶ ଏବଂ କଲ୍ୟାଣ ନିମନ୍ତେ ପ୍ରତିବଦ୍ଧ ରହିଛି।

ଉତ୍ତରାଖଣ୍ଡ ଜନସାଧାରଣଙ୍କୁ ସେମାନଙ୍କ ଆନନ୍ଦ ଓ ସମୃଦ୍ଧିରେ ଆଉ ଅଧିକ ସହଯୋଗ ଯୋଗାଇଦେବା ଏହି ଯୋଗଦାନର ଉଦ୍ଦେଶ୍ୟ।

ଅନନ୍ତ ଅମ୍ବାନି ଉତ୍ତରାଖଣ୍ଡ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.