Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଆଇଇ ଭୁବନେଶ୍ୱର ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ
ଆଜିର ଖବର

ଆରଆଇଇ ଭୁବନେଶ୍ୱର ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ

September 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ଅସଂଖ୍ୟ କ୍ୟାରିୟର ବିକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଏନ୍‌ସିଇଆରଟି, ଭୁବନେଶ୍ୱର ପକ୍ଷରୁ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ବୃତ୍ତି ଓ ଉଦ୍ୟୋଗ ବିଷୟରେ ବୁଝିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସାବ୍ୟସ୍ତ ହୋଇଥିଲା । ଏହି ପ୍ରଦର୍ଶନୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଠାରୁ ଆରମ୍ଭ କରି କଳା ଓ ବାଣିଜ୍ୟ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କ୍ୟାରିୟର ସମ୍ବନ୍ଧୀୟ ମାର୍ଗ ପ୍ରଦର୍ଶିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ସମ୍ମାନିତ ମୁଖ୍ୟ ଅତିଥି ଆର୍‌ଆଇଇ ପ୍ରିନ୍ସିପାଲ୍ ପ୍ରଫେସର ପି. ସି. ଅଗ୍ରୱାଲ, ବିଶେଷ ଅତିଥି ଭୁବନେଶ୍ୱର କେଭି ସଂଗଠନ ଆରଓର ଡେପୁଟି କମିଶନର ଡଃ  ଶିହରଣ ବୋଷ  ଓ ୩ ନମ୍ବର କେଭିର ପ୍ରିନ୍ସିପାଲ ଡଃ  ଏ. କେ.  ମିଶ୍ର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ଆସୋସିଏଟ୍ ପ୍ରଫେସର ଡଃ  ଆର୍ ସେଠୀ, ଉପାଧ୍ୟକ୍ଷ,  ଏସ୍ . କେ. ଦାଶ, ବି. ଏନ୍‌. ଷଡ଼ଙ୍ଗୀ ଓ କେଭି – ୩ର ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ । ପ୍ରଫେସର ପିସି ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବର୍ତନ ଓ ନବସୃଜନକୁ ଆପଣାଇବାକୁ ପ୍ରୋତ୍ସାହିତ କରିବା ସହ କ୍ୟାରିୟର ଚୟନ କରିବା ଏବଂ ପ୍ରାସଙ୍ଗିକ ଦକ୍ଷତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତିର ସୁପାରିସ ଉପରେ ସେ ଆଲୋକପାତ କରିଥିଲେ । କେଭିଏସ୍ ଆରଓ, ଭୁବନେଶ୍ୱରର ଡେପୁଟି କମିଶନର ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଆଗ୍ରହ ଭିତ୍ତିରେ ଏବଂ ବିନା କୌଣସି ଚାପରେ କ୍ୟାରିୟର ଚୟନ କରିବାକୁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଆର୍‌ଆଇଇର ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ୪୮ରୁ ଅଧିକ ଉଦୀୟମାନ କ୍ୟାରିୟର ପ୍ରଦର୍ଶନ କରାଯାଇଥିଲା।

ପ୍ରଦର୍ଶନୀ କେବଳ ସୂଚନାପ୍ରଦ ନୁହେଁ ବରଂ ଆକର୍ଷଣୀୟ ଏବଂ ମଜାଦାର ମଧ୍ୟ ଥିଲା ଯାହା ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ କ୍ୟାରିୟର ପସନ୍ଦ ବ୍ୟତୀତ ଚିନ୍ତା କରିବାକୁ ଏବଂ ଉଦୀୟମାନ କ୍ଷେତ୍ରଗୁଡିକ ଉପରେ ବିଚାର କରିବାକୁ ଉତ୍ସାହିତ କରିଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀକୁ ବିଭିନ୍ନ ବିଦ୍ୟାଳୟର ୬ ଶହରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ପରିଦର୍ଶନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.