Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ପାଇଁ ଏକ ଉତ୍ସବ ଭେଟି: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ
ଆଜିର ଖବର

ଓଡ଼ିଶା ପାଇଁ ଏକ ଉତ୍ସବ ଭେଟି: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

September 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ଦେ ଭାରତ
ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

ଭୁବନେଶ୍ଵର: ଓଡ଼ିଶା ପାଇଁ ଏହି ପାର୍ବଣ ଅବସରରେ ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯିବ।

ପ୍ରଧାନମନ୍ତ୍ରୀ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଆସନ୍ତା 24 ସେପ୍ଟେମ୍ବର, 2023 ରେ ସମଗ୍ର ଦେଶରେ ଅନ୍ୟାନ ଆଠଟି ବନ୍ଦେ ଭରତ ଏକ୍ସପ୍ରେସ ସହ ଏହି ଟ୍ରେନର ଶୁଭାରମ୍ଭ କରିବେ।

ପ୍ରଗତିଶୀଳ ତଥା ଆତ୍ମନିର୍ଭରଶୀଳ ଭାରତର ପ୍ରତୀକ ଏହି ବନ୍ଦେ ଭାରତ ଏକ୍ସପ୍ରେସ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ “ଆତ୍ମନିର୍ଭାରଭାରତ” ଉଦ୍ୟମର ସଫଳତାର ପ୍ରମାଣ ଅଟେ। ଏହି ବନ୍ଦେ ଭାରତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ ଏବଂ ଏହା ଯାତ୍ରୀମାନଙ୍କୁ ଏକ ନୂତନ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଗତି, ନିରାପତ୍ତା ଏବଂ ସେବା ଏହି ଟ୍ରେନର ହଲମାର୍କ ଅଟେ।

ବନ୍ଦେ ଭାରତ ଏକ୍ସପ୍ରେସ ଉନ୍ନତ ମାନର ଵିଶେଶ୍ୱତଃ ସହ ଆରାମଦାୟକ ଯାତ୍ରାର ଅନୁଭୁତି ପ୍ରଦାନ କରିଥାଏ। ଓଡିଶାର କେତେକ ପ୍ରମୁଖ ସହର ଯଥା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର କୁ ସଂଯୋଗ କରିବା ସହିତ ଏହି ଟ୍ରେନ୍ଟି ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ କୁ ଯଥେଷ୍ଟ ଭାବରେ ହ୍ରାସ କରିବ ଏବଂ ଏହା ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଉପକୃତ କରିବ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ 05.00 ଘଣ୍ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12: 45 ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ, 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ 14:10 ଘଣ୍ଟାରେ ରାଉରକେଲା ଛାଡି ସେହି ଦିନ 21.40 ଘଣ୍ଟାରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ 11.50 ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ 10.25 ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ।

ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ଵିଶେଶ୍ୱତଃ ରହିଛି। ଯାତ୍ରୀମାନଙ୍କଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି।

ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ। ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

ଓଡିଶା ପୁରୀ-ରାଉରକେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ବନ୍ଦେ ଭାରତ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.