
କ୍ରିକେଟ ବିଶ୍ବକପ୍-୨୦୧୯ ଚାଲିଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଛି। ଉଚ୍ଚାୟୁକ୍ତଙ୍କ ଲଣ୍ଡନ ସ୍ଥିତ ବାସଭବନରେ ଖେଳାଳି ଭେଟିଥିଲେ। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଖେଳାଳି ମାନେ ଉଚ୍ଚାୟୁକ୍ତଙ୍କୁ ଭେଟିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଉଚ୍ଚାୟୁକ୍ତ ଋଚି ଘନଶ୍ୟାମଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବିସିସିଆଇର ଅଫିସିଆଲ ଟ୍ବିଟ୍ଟର ଆକାଉଣ୍ଟରୁ ଖେଳାଳି ମାନେ ଯୋଗ ଦେଇଥିବା ନେଇ ଏକ ଫଟୋ ପୋଷ୍ଟ କରାଯାଇଥିଲା। ଭାରତୀୟ ଦଳ ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ବିକେଟରେ ପରାସ୍ତ କରିଥିବା ବେଳେ ଓଭାଲରେ ରବିବାର ପୂର୍ବତନ ବିଶ୍ବଚାମ୍ପିୟନ୍ ଅଷ୍ଟ୍ରେଲିଆର ମୁକାବିଲା କରିବ।