Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର ଏକ୍ରାମହାଟରେ ଆରମ୍ଭ ହେଲା ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ୨୦୨୩
ଆଜିର ଖବର

ଭୁବନେଶ୍ବରର ଏକ୍ରାମହାଟରେ ଆରମ୍ଭ ହେଲା ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ୨୦୨୩

November 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ଏକ୍ରାମହାଟରେ ଆରମ୍ଭ ହେଲା ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ୨୦୨୩

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର ଉତ୍କଳିକା ଦ୍ଵାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଆର୍ଥିକ  ସହାୟତାରେ ଏକ ଦଶଦିନ ବ୍ୟାପି ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଗାନ୍ଧୀଶିଳ୍ପ ବଜାର -୨୦୨୩ ଆୟୋଜିତ ହୋଇଛି।

ଏହା ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏକାମ୍ରହାଟ ଭୁବନେଶ୍ଵରଠାରେ ଚାଲିବ। ଏଥିରେ ଓଡ଼ିଶା ସମେତ ବାହାର ୨୧ଟି ରାଜ୍ୟରୁ ମୋଟ ୧୦୦ ଜଣ ଶିଳ୍ପୀ ଏବଂ ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି।

ଏଥିରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ଜାମୁ ଓ କାଶ୍ମୀରର ଏମବ୍ରୋଡୋରୀ ପଟ୍ଟଚିତ୍ର, କାଶ୍ମିରୀ ଶାଲ, ରାଜସ୍ଥାନର ଜୁଏଲାରୀ ଚମଡ଼ାଶିଳ୍ପ, ଜାରୀଶିଳ୍ପ, ମଧ୍ୟପ୍ରଦେଶର ଏମବ୍ରୋଡୋରୀ ଜରୀ ଶିଳ୍ପ,ଆଦିବାସୀ ଜୁଏଲାରୀ, ମଣିପୁରର ମଣିପୁରୀ ଶାଢି, ନାଗଲାଣ୍ଡର ପୁଷ୍ପଶିଳ୍ପ ଓ ବୟନ ଶିଳ୍ପ, ଉତ୍ତର ପ୍ରଦେଶର କାର୍ପେଟ ଖୋଦେଇ ଚମଡ଼ାଶିଳ୍ପ, ଜରିଶିଳ୍ପ , ଜୁଏଲାରୀ, ବୟନ ଶିଳ୍ପ, ଲୌହଶିଳ୍ପ, ପଶ୍ଚିମବଙ୍ଗର ଝୋଟ ଶିଳ୍ପ ସାମଗ୍ରୀ,ଏମବ୍ରୋଡୋରୀ, ପେଣ୍ଟିଙ୍ଗ ଶାଢୀ ରହିଛି।

ସେହିପରି ଓଡ଼ିଶାର ପଥର ଖୋଦେଇ କାଠ ଖୋଦେଇ, ଶାମୁକା କାର୍ପେଟ, କଂସା ଓ  ପିତଳ ଢୋକରା, ସିଂଘ, ଝୋଟ କମଭଳି ଅତ୍ୟନ୍ତ ଉଚ୍ଚମାନର ହସ୍ତଶିଳ୍ପ ସମଗ୍ରୀମାନଙ୍କର ପ୍ରଦର୍ଶନ ତଥା ବିକ୍ରୟ କରାଯିବ।

ଏହିଭଳି ଏକ ଗୌରବମୟ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବପରୀ ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ଜନ ସାଧରଣଙ୍କ ଆବଶ୍ୟକଟାକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୩୦ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମାନର ସମ୍ଭାବନା ରହିଛି।

ଶ୍ରୀମତୀ ପ୍ରଣତୀ ଛୋଟରାୟ, ନିର୍ଦ୍ଦେଶିକା ହସ୍ତଶିଳ୍ପଏହି ପ୍ରଦର୍ଶନୀର ଶୁଭ ଉଦଘାଟନ କରିଥିଲେ। କୁମାରୀ ଦେବସ୍ମିତା ସାହୁ, ସଭାପତୀ, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଉପ ସଭାପତୀ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. ଭୁବନେଶ୍ଵର, ଶ୍ରୀ ବିକ୍ରମାଦିତ୍ଵ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ଯୁଗ୍ମ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ନିର୍ଦ୍ଦେଶିକା ଉତ୍କଳିକା,ଶ୍ରୀ ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଭୁବନେଶ୍ବର ଓ ଅନ୍ୟାନ୍ୟ ଅଧିକାରୀଗଣ  ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀ ପ୍ରତ୍ୟହ ଦିନ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ।

ପ୍ରଦର୍ଶନୀ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ହସ୍ତତନ୍ତ ପ୍ରଦର୍ଶନୀ ହସ୍ତତନ୍ତ ମେଳା ହସ୍ତଶିଳ୍ପ ପ୍ରଦର୍ଶନୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026
Latest News

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.