ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ବଡ ଉପହାର ଦେଇପାରନ୍ତି ମୋଦୀ ସରକାର, ମିଳିପାରେ ପିଏମ କିସାନର ୧୬ ତମ କିସ୍ତି

Published: Nov 15, 2023, 4:05 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୦ମସିହା ନଭେମ୍ବର ୧୫ ତାରିଖ ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟିରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କ୍ଷୁଦ୍ର ଚାଷୀଙ୍କୁ ୨୦୦୦ ଟଙ୍କାର ୧୫ ତମ କିସ୍ତି ଜାରି କରିଥିଲେ। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ୧୬ ତମ କିସ୍ତି ରିଲିଜ୍ ହେବ, ସେତେବେଳେ ମୋଦୀ ସରକାର ଚାଷୀଙ୍କୁ ଆହୁରି ବଡ ଉପହାର ଦେଇପାରନ୍ତି।

ଏକ ସମ୍ଭାବନା ଅଛି ଯେ, ମାର୍ଚ୍ଚ ୨୦୨୪ ର ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମୋଦୀ ସରକାର ଏକାସାଙ୍ଗରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ 1୧୬ ତମ ଏବଂ ୧୭ ତମ କିସ୍ତି ପରିମାଣ ଜାରି କରିପାରନ୍ତି, ଯାହା ଦ୍ଵାରା ନିର୍ବାଚନରେ ​​କୃଷକଙ୍କ ଭୋଟ୍ ବ୍ୟାଙ୍କକୁ ମଜବୁତ କରାଯାଇପାରିବ।

ପିଏମ କିସାନ ଯୋଜନାର ପରିମାଣ ବୃଦ୍ଧି ପାଇପାରେ:

ପାଞ୍ଚ ବର୍ଷ ପୂର୍ବେ, ଫେବୃଆରୀ ୧ ତାରିଖ ୨୦୧୯ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରୁଥିବାବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏବଂ ସମ୍ଭାବନା ଅଛି ଯେ, ଯେତେବେଳେ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ୨୦୨୪ ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ, ସେତେବେଳେ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ଯୋଜନା ଅଧୀନରେ ତିନୋଟି କିସ୍ତିରେ ବାର୍ଷିକ ୮ ହଜାରରୁ ୯ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ।

Related posts