Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦଘାଟନ ଉତ୍ସବ
ଆଜିର ଖବର

ଖୋର୍ଦ୍ଧା: ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦଘାଟନ ଉତ୍ସବ

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଆଜି ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଏଥିରେ ୭୦୦ ରୁ ଉର୍ଦ୍ଧ୍ଵ ଚାଷୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦାନ କରିଥିଲେ। ଏହି ମେଳାରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଚାଷୀ ଭାଇମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା।

ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ତାଙ୍କ ସଂଭାଷଣରେ ମୁଖ୍ୟତଃ ଚାଷୀଭାଇ ଓ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ମେଳାରେ ଉପସ୍ଥିତ ଚାଷୀଗଣ ବୈଜ୍ଞାନିକ ଏବଂ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ସହିତ ଭେଟି ସେମାନଙ୍କଠାରୁ ବିଶେଷ ଜ୍ଞାନକୌଶଳ ସମ୍ପର୍କରେ ଆଦାନପ୍ରଦାନ କରିଥିଲେ।  ଜୀବନ୍ତପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଷ୍ଟଲରେ ବିଶେଷ ଆୟୋଜନଦ୍ୱାରା ଚାଷୀଗଣ ବ୍ୟବହାରିକ ଜ୍ଞାନ ଆହରଣ କରିବାର ସୁବିଧା ପ୍ରାପ୍ତ ହେଲେ।

ବିଶେଷ କରି ବାୟୋଫ୍ଲକ ଏବଂ ଇ ସି ବ୍ରଏଲର ଫାର୍ମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଭିନ୍ନ ସଂସ୍ଥା ଯେପରିକି ସିଫା, ମିଶନ ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ଅନ୍ୟାନ୍ୟ କମ୍ପାନୀ ଗୁଡିକ ମେଳାରେ ଷ୍ଟଲ ଆୟୋଜନ କରିଥିଲେ। ଏହି ଷ୍ଟଲ ଗୁଡିକରେ ଅତ୍ୟାଧୁନିକ ଜ୍ଞାନ ଏବଂ ବ୍ୟବହାରିକ କୌଶଳ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଅଗ୍ରଣୀ ଚାଷୀ ମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ସେମାନଙ୍କର ପରିଶ୍ରମ ଓ ଆଗ୍ରହକୁ ସମାନ ଦେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ମେଳାରେ ଆମୂଳଚୂଳ ଭାବେ ସଂଶ୍ଲିଷ୍ଟ ରହି ବିଭିନ୍ନ ଷ୍ଟଲଗୁଡିକ ବୁଲି ଦେଖିବା ସହିତ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ମେଳାରେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦେବୀଦତ୍ତ ମାଝୀ ଉକ୍ତ ସଭାରେ ସ୍ୱାଗତ ଭାଷଣ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ମେଳା ଯେ ନିକଟ ଭବିଷ୍ୟତରେ ଖୋର୍ଦ୍ଧା ଜିଲ୍ଲାରେ ମସ୍ତ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀ ମାନଙ୍କର ଆୟ ଦ୍ବିଗୁଣିତ କରିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ। ସର୍ବଶେଷରେ ଉପ ମତ୍ସ୍ୟ ନିର୍ଦ୍ଦେଶକ, ପୁରୀ ମଣ୍ଡଳ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜଗଦୀଶ ଚନ୍ଦ୍ର ପଣ୍ଡା ମଂଚାସୀନ ଅତିଥି ଏବଂ ଉପସ୍ଥିତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ହାବେଳୀ ପଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.