Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତରାଖଣ୍ଡରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ
ଆଜିର ଖବର

ଉତ୍ତରାଖଣ୍ଡରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ

November 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକିୟାରାରେ ନିର୍ମାଣଧୀନ ଟନେଲ ଭୁଶୁଡି ପଡିବା ଫଳରେ ତା ଭିତରେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା କାର୍ଯ୍ୟ ଚାଲିଛି । ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ମର୍ମରେ ଏକ ପରାମର୍ଶମୂଳକ ବାର୍ତ୍ତା (ଆଡଭାଇଜରି) ଜାରି କରାଯାଇଛି । ଏହା ମୁଖ୍ୟତଃ ଟିଭି ଚ୍ୟାନେଲ ଗୁଡିକ ପାଇଁ ଉଦ୍ଦିଷ୍ଟ । ଏଥିରେ କୁହାଯାଇଛି ଯେ ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବର ଓ ଚିତ୍ର ପ୍ରସାରଣ ବେଳେ ଟିଭି ଚ୍ୟାନେଲଗୁଡିକ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଏହା ଚାଞ୍ଚଲ୍ୟକର ଯେପରି ନ ହୁଏ ସେଥିପ୍ରତି ସାବଧାନ ରହିବା ଆବଶ୍ୟକ ।

ଟନେଲର ଅତି ଆଖପାଖରୁ କୌଣସି ଲାଇଭ ପୋଷ୍ଟ/ଭିଡିଓ ପ୍ରସାର ନ କରିବାକୁ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦେଇଛି । ଆହୁରି ମଧ୍ୟ ଟନେଲ ପାଖରେ କ୍ୟାମେରାମ୍ୟାନ, ରିପୋର୍ଟରଙ୍କ ଉପସ୍ଥିତି ଓ ବିଭିନ୍ନ ଉପକରଣ ରଖିବାକୁ ମନା କରାଯାଇଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ସ୍ଥାନରେ ଭିଡ ଜମାଇଲେ ଏହି କାମରେ ବ୍ୟାଘାତ ଘଟିବ । ତେଣୁ ଟନେଲ ଭିତରେ ଅଟକି ରହିଥିବା ମଣିଷଙ୍କୁ ଉଦ୍ଧାର କରିବାରେ କୌଣସି ପ୍ରତିବନ୍ଧକ ଯେପରି ନ ହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସେଠାରେ ଯେଉଁ ମାନବୀୟ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ତାହାକୁ ସମ୍ମାନ ଦେଇ ଏଭଳି ଖବରକୁ ଚାଞ୍ଚଲ୍ୟ କର ନ କରିବାକୁ ମନ୍ତ୍ରଣାଳୟ କହିଛି । ଉଦ୍ଧାର ସ୍ଥଳରେ ଲୋକଭିଡ, ବିଶେଷକରି ମିଡିଆ କର୍ମଚାରୀ ଓ ସେମାନଙ୍କ ଉପକରଣର ଭିଡ ଜମିଲେ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

ପ୍ରାୟ ଦୁଇ କିମି ଯାଏ ନିର୍ମିତ ଏହି ଟନେଲ ମଧ୍ୟରେ ମାଟି ଅତଡା ଧସିବାରୁ ସେଥିରେ  ଫସି ରହିଥିବା ୪୧ଜଣ ଶ୍ରମିକଙ୍କ ମନୋବଳକୁ ସୁଦୃଢ ରଖିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ସେମାନଙ୍କ ସହ ନିରନ୍ତର ଯୋଗସୂତ୍ର ରକ୍ଷା କରାଯାଇଛି । ଏହି ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବାକୁ ବିଭିନ୍ନ ସରକାରୀ ସଂସ୍ଥା ନିରଳସ ଉଦ୍ୟମ ଜାରି ରଖିଛନ୍ତି । ଏହି ଟନେଲ ଭିତରୁ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା ଏକ ଅତ୍ୟନ୍ତ କଷ୍ଟସାଧ୍ୟ ଓ ସ୍ପର୍ଶର୍କାତର ପ୍ରୟାସ । ସେମାନଙ୍କର କୌଣସି କ୍ଷତି ଯେପରି ନ ହୁଏ ସେଥି ପାଇଁ ସବୁ ପ୍ରକାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି । ତେଣୁ ଉଦ୍ଧାର କାର୍ଯ୍ୟର ସିଧାପ୍ରସାରଣ ପାଇଁ ଟନେଲରେ ଅତି ନିକଟରେ କ୍ୟାମେରା ରଖି ଓ ସେଠାରେ କ୍ୟାମେରା ମ୍ୟାନ ଓ ସାମ୍ବାଦିକ ଭିଡ ଜମାଇ ଯେଉଁ ଚିତ୍ର ଓ ତଥ୍ୟ ପ୍ରଦାନ କରୁଛନ୍ତି ତାହାର କୁପ୍ରଭାବ ଉଦ୍ଧାର କାର୍ଯ୍ୟ ଉପରେ ପଡିପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆହୁରି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଉଦ୍ଧାର କାର୍ଯ୍ୟର  ରିପୋଟିଂ, ସିଧାସଳଖ ଚିତ୍ର, ଭିଡିଓ ଓ ହେଡ୍‌ଲାଇନ୍ ପ୍ରଦର୍ଶନ ବେଳେ ଟିଭି ଚ୍ୟାନେଲମାନେ ସତର୍କ ତଥା ସମ୍ବେଦନଶୀଳ ହେବା ଆବଶ୍ୟକ । ଏହି ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ସ୍ପର୍ଶକାତରର ହୋଇଥିବାରୁ ଖବର, ଭିଡିଓ ଓ ଲାଇଭ ପ୍ରସାରଣ ମନସ୍ୱାତ୍ତିକ ପ୍ରଭାବ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ଉପରେ ବିଶେଷଭାବେ ପଡିବ । ଏହାର କୁପ୍ରଭାବ ମଧ୍ୟ ସାଧାରଣ ଦର୍ଶକଙ୍କୁ ବିବ୍ରତ କରିପାରେ । ତେଣୁ ଏହି ଖବର ପ୍ରସାରଣରେ ଯଥାସାଧ୍ୟ ସତର୍କତା ଓ ସଂଯମ ଆଚରଣ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦିଆଯାଇଛି ।

ଉତ୍ତରାଖଣ୍ଡ ଉଦ୍ଧାର କାର୍ଯ୍ୟ ସିଲ୍‌କିୟାରା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ରାଜଧାନୀରେ ସିରିଜ ଦୁର୍ଘଟଣା

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026
Latest News

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ରାଜଧାନୀରେ ସିରିଜ ଦୁର୍ଘଟଣା

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.