Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିନ୍ଧୁଦୁର୍ଗରେ ଭାରତୀୟ ନୌସେନାର ଅପରେସନ ପ୍ରଦର୍ଶନ ୨୦୨୩ “ଜଳମେବ ୟସ୍ୟ, ବଳମେବ ତସ୍ୟ”
ଆଜିର ଖବର

ସିନ୍ଧୁଦୁର୍ଗରେ ଭାରତୀୟ ନୌସେନାର ଅପରେସନ ପ୍ରଦର୍ଶନ ୨୦୨୩ “ଜଳମେବ ୟସ୍ୟ, ବଳମେବ ତସ୍ୟ”

November 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ନୌସେନା 4 ଡିସେମ୍ବର 2023ରେ ଭାରତର ପଶ୍ଚିମ ସମୁଦ୍ର କୂଳରେ ଥିବା ପ୍ରସିଦ୍ଧ ସିନ୍ଧୁଦୁର୍ଗ ଦୁର୍ଗରେ ଜାହାଜ ଏବଂ ଯୁଦ୍ଧବିମାନ ସହିତ ନୌସେନା ଅପରେସନାଲ ପ୍ରଦର୍ଶନ ମାଧ୍ୟମରେ ନିଜର କାର୍ୟ୍ୟକ୍ଷମ ଦକ୍ଷତା ଏବଂ ସାମର୍ଥ୍ୟ ପ୍ରଦର୍ଶନ କରିବ। ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସେନାବାହିନୀର ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଏବଂ ସ୍ଥାନୀୟ ଲୋକ ମାନେ ତରକଲି ବେଳାଭୂମିର ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆମର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ପାଳନ କରିବା ଏବଂ ଔପନିବେଶିକ ଅଭ୍ୟାସରୁ ଦୂରେଇ ରହିବା

ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା 1660ରେ ନିର୍ମିତ ସିନ୍ଧୁଦୁର୍ଗ ଦୁର୍ଗ ଭାରତର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ମହିମାମଣ୍ଡିତ କରିବା ସହ ନୌସେନାର ଅଗ୍ରଣୀ ସମ୍ପତ୍ତି ସହିତ କାର୍ୟ୍ୟ କରିବାର ଆବଶ୍ୟକତାକୁ ମଧ୍ୟ ପୂରଣ କରେ ।

ଡିସେମ୍ବର 4ରେ ଭାରତୀୟ ନୌସେନା ନୌସେନା ଦିବସ ପାଳନ କରିଥାଏ। 1971 ଯୁଦ୍ଧ ସମୟରେ କରାଚି ବନ୍ଦର ଉପରେ ନୌସେନାର ଦୁଃସାହସିକ ଆକ୍ରମଣ ‘ଅପରେସନ୍ ଟ୍ରାଇଡେଣ୍ଟ’କୁ ଏହି ଦିବସ ସ୍ମରଣ କରେ । କର୍ମଚାରୀଙ୍କ ବୀରତା ଓ ସାହସ ଏବଂ ପ୍ରତିକୂଳ ପରିସ୍ଥିତିରେ ଅସମ୍ଭବ ଲକ୍ଷ୍ୟ ହାସଲ କରିବାର ସଂକଳ୍ପକୁ ପାଳନ କରିବା ପାଇଁ ଓପି ଡେମୋ ବା ଅପରେସନ ପ୍ରଦର୍ଶନର ଆୟୋଜନ କରାଯାଉଛି । ଏହି କାର୍ୟ୍ୟକ୍ରମରେ ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଏବଂ ବିମାନକୁ ସିଧାସଳଖ ପ୍ରସାରଣ ମାଧ୍ୟମରେ ସାଧାରଣ ଜନତା ଏବଂ ଅନଲାଇନ୍ ଦର୍ଶକଙ୍କ ନିକଟରେ ପ୍ରଦର୍ଶିତ କରାଯିବ।

ଏହି କାର୍ଯ୍ୟକ୍ରମରେ ମିଗ୍-29କେ ଏବଂ ଏଲସିଏ ନୌସେନାର 40ଟି ବିମାନ ସହ 20ଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବା ସହିତ ଯୁଦ୍ଧ ବେଳାଭୂମି ଅନୁଧ୍ୟାନ ଏବଂ ଭାରତୀୟ ନୌସେନାର ସାମୁଦ୍ରିକ କମାଣ୍ଡୋଙ୍କ ଆକ୍ରମଣର ଅଭ୍ୟାସ ଦେଖିବାକୁ ମିଳିବ । ଅନ୍ୟ ପ୍ରମୁଖ ଆକର୍ଷଣ ମଧ୍ୟରେ ନୌସେନା ବ୍ୟାଣ୍ଡ ପ୍ରଦର୍ଶନ, ନିରନ୍ତରତା ଅଭ୍ୟାସ ଏବଂ ଏସସିସି କ୍ୟାଡେଟମାନଙ୍କ ଦ୍ୱାରା ହର୍ଣ୍ଣ ପାଇପ୍ ନୃତ୍ୟ ଅନ୍ତର୍ଭୁକ୍ତ । ସିନ୍ଧୁଦୁର୍ଗ ଦୁର୍ଗରେ ଲେଜର ସୋ ପରେ ଆଙ୍କୋରେଜରେ ଜାହାଜ ଆଲୋକିତ କରି କାର୍ଯ୍ୟକ୍ରମ ଶେଷ ହେବ।

ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଏକ ମେଗା ଇଭେଣ୍ଟ ଆୟୋଜନ କରିବ ଯାହା କୌଣସି ପ୍ରମୁଖ ନୌସେନା ଷ୍ଟେସନରେ ହେଉନାହିଁ । ସିନ୍ଧୁଦୁର୍ଗ ଦୁର୍ଗ ମୁମ୍ବାଇଠାରୁ 550 କିଲୋମିଟର ଏବଂ ଗୋଆ ନୌସେନା ଷ୍ଟେସନଠାରୁ ପ୍ରାୟ 135 କିଲୋମିଟର ଦୂରରେ ଅବସ୍ଥିତ । ଏସବୁ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିବା ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତଥା ନୌସେନା ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଇଛି ।

ନୌସେନା ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଆମ ନାଗରିକମାନଙ୍କ ମଧ୍ୟରେ ଅଧିକ ସୁଗମତାକୁ ପ୍ରୋତ୍ସାହିତ କରିବା, ସାମୁଦ୍ରିକ ଚେତନାକୁ ପୁନଃ ଜାଗ୍ରତ କରିବା ଏବଂ ଜାତୀୟ ନିରାପତ୍ତା ଦିଗରେ ନୌସେନାର ଅବଦାନ ଉପରେ ଆଲୋକପାତ କରିବା ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026
Latest News

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.