Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୫ତମ ଦିନରେ ପହଞ୍ଚିଲା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଜନଜାତୀୟ ଅଭିଯାନ
ଆଜିର ଖବର

୧୫ତମ ଦିନରେ ପହଞ୍ଚିଲା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଜନଜାତୀୟ ଅଭିଯାନ

November 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନାଗାଲାଣ୍ଡର ଦିମାପୁର, ତୁଏନସାଙ୍ଗ ଏବଂ ମୋକୋକଚୁଙ୍ଗ ଜିଲ୍ଲାର ଆଦିବାସୀ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଚାର ଅଭିଯାନ, ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ୧୫ ଦିନରେ ପହଞ୍ଚିଛି। ନଭେମ୍ବର ୧୫ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିଗ୍ରାମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନକୁ ଶୁଭାରମ୍ଭ କରିଥିଲେ ଏବଂ ଅଭିଯାନରେ ସମଗ୍ର ଦେଶରେ ପ୍ରଭାବଶାଳୀ ଅନୁସୂଚିତ ଜନଜାତି ଜନସଂଖ୍ୟା ଥିବା ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ଦିମାପୁର ଜିଲ୍ଲାରେ ଆଜି ମୋଟ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଥମ କାର୍ଯ୍ୟକ୍ରମ ଛେଣ୍ଡିମା ବ୍ଲକ ଧନସିରିପାର ଗ୍ରାମରେ ଏବଂ ଦ୍ବିତୀୟ କାର୍ଯ୍ୟକ୍ରମ ଚୁମୁକେଡିମା ବ୍ଲକ ଅନ୍ତର୍ଗତ ରଜାଫେ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଉଭୟ କାର୍ଯ୍ୟକ୍ରମରେ ଏଲଇଡି ସ୍କ୍ରିନ୍ ଲାଗିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ବାହନ ଜରିଆରେ ସଚେତନତା ସୃଷ୍ଟି କରାଯାଇଥିଲା, ଯେଉଁଥିରେ ସରକାରୀ କଲ୍ୟାଣକାରୀ ଯୋଜନାର ବିବରଣୀ ଜନସାଧାରଣଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।

ମୋକୋକଚୁଙ୍ଗ ଜିଲ୍ଲାର ଓଙ୍ଗପାଙ୍ଗକୋଙ୍ଗ ଉତ୍ତର ବ୍ଲକ ଅନ୍ତର୍ଗତ ମେଇଲଙ୍ଗ ଗ୍ରାମରେ ଏହି ଅଭିଯାନ କରାଯାଇଥିଲା। କାର୍ଯ୍ୟକ୍ରମ ସ୍ଥଳରେ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଓ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦିଆଯାଇଥିବା ବେଳେ ସରକାରୀ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନେ ସଫଳତାର କାହାଣୀ ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ୟାନ୍ୟ ଆକର୍ଷଣ ଥିଲା ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଗ୍ରାମବାସୀଙ୍କୁ କୃଷି ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଡ୍ରୋନ୍ ଟେକ୍ନୋଲୋଜି ପ୍ରଦର୍ଶନ କରିବା ।

ଟୁଏନସାଙ୍ଗ ଜିଲ୍ଲା ନୋକସେନ ବ୍ଲକ ଅନ୍ତର୍ଗତ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା – ଗୋଟିଏ ନୋକସେନ ଗ୍ରାମରେ ଏବଂ ଅନ୍ୟଟି ଲିଟେମ ଗ୍ରାମରେ । ଉଭୟ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଗ୍ରାମବାସୀ ସାମିଲ ହୋଇଥିଲେ, ଯେଉଁମାନଙ୍କୁ ଏସଡିଓ ନୋକସେନ ରୋହବି ସାଙ୍ଗଟମ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ସହିତ ପରିଚିତ କରାଇଥିଲେ ଏବଂ ଜନସାଧାରଣଙ୍କୁ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା କିଷାନ କ୍ରେଡିଟ୍ କାର୍ଡର ହିତାଧିକାରୀ ବି ୟୋହମ୍, ଏସ୍ଏଚଜି ସଦସ୍ୟ ନେମଚେଙ୍ଗନାଙ୍ଗଲା, ଚୁବାଙ୍ଗନେମଲା ଓ ବେଞ୍ଜୋଙ୍ଗଲେମଲା ସେମାନଙ୍କ ସଫଳତାର କାହାଣୀ ବଖାଣିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026
Latest News

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.