ପ୍ରାରମ୍ଭିକ ଗଣତିରେ ବିଜେପି ଆଗୁଆ: ଏହି ଦୁଇ ରାଜ୍ୟରୁ କଂଗ୍ରେସ ଠାରୁ ଖସିପାରେ କ୍ଷମତା

Published: Dec 3, 2023, 11:19 am IST
BJPRally

ଭୁବନେଶ୍ଵର: ୫ ଟି ରାଜ୍ୟର ଭୋଟ ଗଣତି ଆଗକୁ ବଢିବା ସହିତ ରାଜନୈତିକ ଦଳର ନେତାମାନଙ୍କର ହୃଦସ୍ପନ୍ଦନ ବୃଦ୍ଧି ପାଉଛି। ୫ ଟି ରାଜ୍ୟ ମଧ୍ୟରୁ ୪ ଟି ରାଜ୍ୟରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ମିଜୋରମର ଫଳାଫଳ ବର୍ତ୍ତମାନ ହସ୍ତକ୍ଷେପ ହୋଇନାହିଁ।

ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ବିଜେପି କୁ ଉକ୍ତ ୪ ଟି ରାଜ୍ୟ ମଧ୍ୟରୁ ୩ ଟି ରାଜ୍ୟରେ ଅଗ୍ରଣୀ ହାସଲ ହୋଇଥିବା ବେଳେ ତେଲେଙ୍ଗନାରେ ଶାସକ ବିଆରଏସ ଠାରୁ କଂଗ୍ରେସ ଆଗରେ ରହିଛି। ଯଦି ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିବା, ତେବେ କଂଗ୍ରେସକୁ ତେଲେଙ୍ଗନାରେ ସଫଳତା ମିଳୁଥିବା ବେଳେ ଅନ୍ୟ ୩ ଟି ରାଜ୍ୟରେ କ୍ଷତି ହେଉଛି। ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତା ରଖୁଥିବା ସମ୍ଭାବନା ଦେଖାଯାଉଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ଠାରୁ ବିଜେପି କ୍ଷମତା ଛଡାଇ ଆଣୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଜଣାପଡୁଛି। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟାକୁ ନେଇ କିଛି କୁହାଯାଇପାରିବ ନାହିଁ। କାରଣ ଗଣତି ପାଇଁ ଆଉ ଅନେକ ରାଉଣ୍ଡ ବାକି ରହିଛି।

ଛତିଶଗଡ (ମୋଟ ଆସନ-୯୦): ବିଜେପି-୪୯, କଂଗ୍ରେସ-୩୯, ଅନ୍ୟାନ୍ୟ- ୦୨

ମଧ୍ୟପ୍ରଦେଶ (ମୋଟ ଆସନ-୨୩୦): ବିଜେପି-୧୩୯, କଂଗ୍ରେସ-୯୦, ଅନ୍ୟାନ୍ୟ- ୦୧

ରାଜସ୍ଥାନ (ମୋଟ ଆସନ-୧୯୯): ବିଜେପି-୧୧୩, କଂଗ୍ରେସ-୭୦, ଅନ୍ୟାନ୍ୟ- ୧୬

ତେଲେଙ୍ଗନା (ମୋଟ ଆସନ-୧୧୯): ବିଜେପି-୦୯, କଂଗ୍ରେସ-୬୫, ବିଆରଏସ- ୪୧, ଅନ୍ୟାନ୍ୟ- ୦୪

Related posts