Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁବର୍ଣ୍ଣପୁରର ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ
ଆଜିର ଖବର

ସୁବର୍ଣ୍ଣପୁରର ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ

December 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁବର୍ଣ୍ଣପୁରର ମହାନଦୀ
ସୁବର୍ଣ୍ଣପୁରର ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ

ଭୁବନେଶ୍ବର: ରାଜ୍ୟରେ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଦୃଷ୍ଟିହୀନତା ଅନ୍ୟତମ। ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡିକରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ଏହି କ୍ରମରେ ପଶ୍ଚିମ ଓଡିଶାରେ ମଧ୍ୟ ଚକ୍ଷୁ ଜନିତ ସମସ୍ୟାର ସମାଧାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ନେତ୍ର ଚିକିତ୍ସାଳୟ କାର୍ଯ୍ୟ କରୁଛି ଏବଂ ଏହି ଚିକିତ୍ସାଳୟକୁ ଆହୁରୀ ସୁଦୃଢ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ।

ଆଜି ଖାରବେଳ ଭବନ ର ସମ୍ମିଳନୀ କକ୍ଷରେ ଆଭାଷୀ ମାଧ୍ୟମରେ ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ପରିଷଦର ଆର୍ଥିକ ଅନୁଦାନରେ ନିର୍ମାଣ କରାଯାଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଶ୍ରୀ ତ୍ରିପାଠୀ।

ଏ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟର ଅଧିକାରୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। 1 କୋଟିର ବ୍ୟୟ ବରାଦରେ ଚିକିତ୍ସାଳୟର ଉନ୍ନତିକରଣ କରାଯିବ।

ବର୍ତ୍ତମାନ ଚିକିତ୍ସାଳୟରେ 30 ଟି ଶଯ୍ୟା ଥିବା ବେଳେ ଏହାକୁ 80 ଶଯ୍ୟା ବିଶିଷ୍ଟ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ଆଧୁନିକ ଚିକିତ୍ସା ଉପକରଣ ର ବ୍ୟବସ୍ଥା କରାଯିବା ସମେତ ପଶ୍ଚିମ ଓଡିଶାରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏହା ଉତ୍କର୍ଷର କେନ୍ଦ୍ର ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଅନ୍ୟପକ୍ଷେ ସମ୍ବଲପୁରର କରଡୋଲାଠାରେ ବୁଣାକାର ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯିବା ନେଇ ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସଙ୍କ ସହ ଆଲୋଚନା କରିଥିବା ବେଳେ ଗଙ୍ଗାଧର ମେହେର କଲେଜ ସମସ୍ୟା ଓ ଟାଉନ ହଲ୍ ଅଡିଟୋରିୟମ ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହ ସୁବର୍ଣ୍ଣପୁରରେ ନିର୍ମାଣ ହେଉଥିବା ନୂତନ ପର୍ଯ୍ୟଟନ ଆକର୍ଷଣ ହସ୍ତତନ୍ତ ମଲ୍ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ବୁଝିବା ସହିତ ଜିଲ୍ଲା ଲାଇବ୍ରେରୀର ଉନ୍ନତିକରଣ ବିଷୟରେ ଆଲୋଚନା କରିଛନ୍ତି।

ଉକ୍ତ ବୈଠକରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.