Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫାଷ୍ଟଟ୍ରାକ୍ କୋର୍ଟରେ ବିଚାରାଧୀନ ୨.୪୩ ଲକ୍ଷ ପୋକ୍ସୋ ମାମଲା: ମାତ୍ର ୩% ମାମଲାରେ ଦୋଷୀ ସାବ୍ୟସ୍ତ
ଆଜିର ଖବର

ଫାଷ୍ଟଟ୍ରାକ୍ କୋର୍ଟରେ ବିଚାରାଧୀନ ୨.୪୩ ଲକ୍ଷ ପୋକ୍ସୋ ମାମଲା: ମାତ୍ର ୩% ମାମଲାରେ ଦୋଷୀ ସାବ୍ୟସ୍ତ

December 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ୨,୪୩,୦୦୦ ପୋକ୍ସୋ (ଯୌନ ଅପରାଧରୁ ଶିଶୁ ସୁରକ୍ଷା) ମାମଲା ବିଚାରାଧୀନ ରହିଛି। ୨୦୨୨ରେ ମାତ୍ର ୩ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦି କୌଣସି ନୂଆ ମାମଲା ସାମ୍ନାକୁ ନ ଆସେ ତେବେ ଏହି ମାମଲାଗୁଡ଼ିକର ସମାଧାନ ପାଇଁ ଅଦାଲତକୁ ୯ ବର୍ଷ ସମୟ ଲାଗିବ।

ଫାଷ୍ଟଟ୍ରାକ୍ କୋର୍ଟ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବିଚାରାଧୀନ ପୋକ୍ସୋ ମାମଲାର ରିପୋର୍ଟ ପ୍ରକାଶ କରିଛନ୍ତି। ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି। ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ୍) ସଂଗଠନ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଆଇନ ମନ୍ତ୍ରାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ (ଏନସିଆରବି)ର ତଥ୍ୟକୁ ବ୍ୟବହାର କରାଯାଇଛି। ୨୦୨୩ ଜାନୁଆରି ସୁଦ୍ଧା ୨ ଲକ୍ଷ ୬୮ ହଜାର ୩୮ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ମାତ୍ର ୮୯୦୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ବର୍ଷକୁ ମାତ୍ର ୨୮ଟି ମାମଲାରେ ଦୋଷୀ ସାବ୍ୟସ୍ତ

୨୦୧୯ରେ କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ ଯୋଜନାକୁ ଆଗକୁ ବଢ଼ାଇଥିଲେ, ଯେଉଁଥିରେ ବର୍ଷକ ମଧ୍ୟରେ ପୋକ୍ସୋ ମାମଲାର ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୧୯୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଥିଲେ।

ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତ୍ୟେକ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତି ୪ ମାସରେ ୪୧-୪୨ଟି ମାମଲା ଏବଂ ପ୍ରତିବର୍ଷ ୧୬୫ଟି ମାମଲାର ସମାଧାନ କରିବା କଥା, କିନ୍ତୁ ପ୍ରତିବର୍ଷ ମାତ୍ର ୨୮ଟି ମାମଲାର ସମାଧାନ ହେଉଛି।

ପରିସ୍ଥିତିରେ କିପରି ସୁଧାର ଆସିବ?

ଆଇସିପିଏଫର ପ୍ରତିଷ୍ଠାତା ତଥା କୈଳାସ ସତ୍ୟାର୍ଥୀଙ୍କ ପୁଅ ଭୁବନ ରିଭୁ କହିଛନ୍ତି ଯେ ପୋକ୍ସୋ ଆକ୍ଟ କୁ ଏପରି କରାଯିବା ଉଚିତ ଯେପରି ପ୍ରତ୍ୟେକ ପୀଡ଼ିତ ଶିଶୁଙ୍କୁ ନ୍ୟାୟ ମିଳିପାରିବ।

ଏହି ସ୍ଥିତିରେ କିପରି ସୁଧାର ଆସିପାରିବ ସେ ନେଇ ରିପୋର୍ଟରେ ବର୍ଣ୍ଣନା କରାଯାଇଛି

– ପୋକ୍ସୋ ମାମଲାର ଡ୍ୟାସବୋର୍ଡ ୱେବ୍ ପୋର୍ଟାଲରେ ରହିବା ଉଚିତ।

– ଫାଷ୍ଟଟ୍ରାକ୍ କୋର୍ଟ ସଂଖ୍ୟା ବୃଦ୍ଧି କରାଯାଉ।

– ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ଦରକାର, ଯାହାଦ୍ୱାରା ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ପଛରେ ନ ପଡ଼ିବେ।

ଦୋଷୀ ସାବ୍ୟସ୍ତ ପୋକ୍ସୋ ମାମଲା ଯୌନ ଅପରାଧ ଶିଶୁ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026
Latest News

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.