Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମଏସପିରେ ଅତିରିକ୍ତ ଗହମ କିଣି ଅଟା ଦର ନିୟନ୍ତ୍ରଣ କରିବେ ସରକାର
ଆଜିର ଖବର

ଏମଏସପିରେ ଅତିରିକ୍ତ ଗହମ କିଣି ଅଟା ଦର ନିୟନ୍ତ୍ରଣ କରିବେ ସରକାର

December 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଯେପରି ଏବେ ଖାଦ୍ୟଶସ୍ୟ ଉପରେ ନ ପଡ଼ିବ ସେଥିପାଇଁ ସରକାର ସତର୍କ ଅଛନ୍ତି। ଅଟା ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ସୁଲଭ ଭାରତ ଅଟା ଯୋଗାଣ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଛି।
ଏଥିସହିତ ବଫର ଷ୍ଟକକୁ ସୁଦୃଢ଼ କରିବା ପାଇଁ ସରକାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ବିହାରରେ ଗହମ କ୍ରୟ କେନ୍ଦ୍ର ବୃଦ୍ଧି କରିବାକୁ ଯାଉଛନ୍ତି। ନିକଟରେ ଅନୁଷ୍ଠିତ ମନ୍ତ୍ରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବଡ଼ ଚେନ ରିଟେଲର ଏବଂ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ନାଫେଡ ଏବଂ ଏନସିସିଏଫ ଦ୍ୱାରା କିଲୋ ପିଛା ୨୭.୫୦ ଟଙ୍କାରେ ବିକ୍ରି ହେଉଥିବା ଭାରତ ଅଟାର ଯୋଗାଣ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି।

ବଫର ଷ୍ଟକକୁ ସନ୍ତୁଳନ କରିବାକୁ ଚାହୁଁଛି ମନ୍ତ୍ରାଳୟ

ସରକାରୀ ବ୍ରାଣ୍ଡର ଏହି ଅଟା ଯୋଗାଣ ସତ୍ତ୍ୱେ ବଜାରରେ ଅଟା ଦର ବଢ଼ୁନଥିବାରୁ ଏଥିପାଇଁ ଖୋଲା ବଜାର ଉପରେ ମଧ୍ୟ ସରକାରଙ୍କ ନଜର ରହିଛି। ବର୍ତ୍ତମାନ ବଫର ଷ୍ଟକରୁ ବାହାର କରି ଓପନ ମାର୍କେଟ ସେଲ ସ୍କିମ (ଘରୋଇ) ଅଧୀନରେ ବିକ୍ରି ହେଉଥିବା ୩ ଲକ୍ଷ ମେଟ୍ରିକ ଟନ ଗହମର ପରିମାଣ ମଧ୍ୟ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୨୦୨୩ ଡିସେମ୍ବର ୨୦ରୁ ସପ୍ତାହକୁ ୪ ଲକ୍ଷ ମେଟ୍ରିକ ଟନ ବିକ୍ରି ଲକ୍ଷ୍ୟ ରଖାଯାଇଛି। ଏହି ବିକ୍ରି ବଢ଼ାଇବା ସହ ମନ୍ତ୍ରାଳୟ ଏହାର ବଫର ଷ୍ଟକ୍କୁ ସନ୍ତୁଳିତ କରିବାକୁ ଚାହୁଁଛି।

ପ୍ରଚାର ଦାୟିତ୍ୱ ଏଫସିଆଇକୁ ଦିଆଯାଇଛି

ଏହି ସନ୍ତୁଳନକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ନିଗମ, ନାଫେଡ ଏବଂ ଏନସିସିଏଫ ଦ୍ୱାରା ଗହମ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ବିହାରରେ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଗହମ କିଣିବା ପାଇଁ କ୍ରୟ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୨୦୨୪ ଫେବ୍ରୁଆରି ୧୫ତାରିଖରୁ ଧାନ କିଣା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷକମାନଙ୍କ ମଧ୍ୟରେ ଏହାର ପର୍ଯ୍ୟାପ୍ତ ପ୍ରଚାର ପାଇଁ ଏଫସିଆଇକୁ ଦାୟିତ୍ୱ ଦିଆଯାଇଛି।

ଅଟା ଏମଏସପି ଗହମ ବଫର ଷ୍ଟକ ମୁଦ୍ରାସ୍ଫୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନ ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣ କରିବା କ୍ଷମତା BCIର ନାହିଁ: ସୁପ୍ରିମକୋର୍ଟ

September 4, 2026

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ: ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

September 4, 2026

କରୈକଲ୍‌ର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିଛି ସାମୁଦ୍ରିକ ଶୈବାଳ ଚାଷ

September 4, 2026

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026
Latest News

ଜିମ୍‌ରେ ଝାଳ, ହୃଦୟରେ ବିପଦ? ICMR ଅଧ୍ୟୟନରେ ଖୋଲିଲା ବିପଦର ରହସ୍ୟ

September 4, 2026

ତୀର୍ଥରୁ ସମୁଦ୍ରତଟ, ସଂସ୍କୃତିରୁ ଆଧ୍ୟାତ୍ମିକତା: ରେଳପଥରେ ଦକ୍ଷିଣ ଭାରତ ଯାତ୍ରା

September 4, 2026

ଓଡ଼ିଶାରେ ବୃଦ୍ଧି ପାଇବ ପୁଞ୍ଜିନିବେଶ: ୩୭ଟି ପ୍ରକଳ୍ପକୁ ମିଳିଲା ଇଡ୍‌କୋର ଜମି ମଞ୍ଜୁରୀ

September 4, 2026

ଆଘାତ ନଥାଇ ହଠାତ୍ ଗୋଡ଼ରେ ଯନ୍ତ୍ରଣା ହେଉଛି କି ! ଶରୀରର ଏହି ‘ସିଗନାଲ୍‌’କୁ ବୁଝନ୍ତୁ

September 4, 2026

ଆଇନ ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣ କରିବା କ୍ଷମତା BCIର ନାହିଁ: ସୁପ୍ରିମକୋର୍ଟ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.