Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ ଏମଓୟୁ
ଆଜିର ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ ଏମଓୟୁ

December 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ କେବଳ ଡିଗ୍ରୀ ରହିବା ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମକୁ ଭାରତରେ ଜ୍ଞାନ ଓ ଦକ୍ଷତାର ଏକ ସୁପର ହାଇୱେ ନିର୍ମାଣ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ  ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ବଜାଜ ଫାଇନାନ୍ସ କମ୍ପାନୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଏକ ସାର୍ଟିଫିକେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜିର ଏମଓୟୁ ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ । ଯୁବବର୍ଗଙ୍କୁ ସଶକ୍ତ କରିବ। ବିଶ୍ୱସ୍ତରୀୟ ଦକ୍ଷତା ଦେଇ ଭବିଷ୍ୟତ ପାଇଁ ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରାଇବା ସହ ଆର୍ଥିକ କ୍ଷେତ୍ରରେ ବ୍ୟାପକ ଦକ୍ଷତା ସୃଷ୍ଟି କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ପାଇଁ ଥିବା ଦୂରଦୃଷ୍ଟି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଲୋକଙ୍କର ଦକ୍ଷତା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ସହ ଯୋଡିଲେ ହିଁ ଦେଶ ଆଗକୁ ବଢିବ। ଆଜି ଦେଶରେ ଡିପିଆଇ ବା ଡିଜିଟାଲ ପବ୍ଲିକ ଇନଟ୍ରେଷ୍ଟ କାରଣରୁ ଦେଶ ଆଗକୁ ବଢୁଛି। ଭାରତର ଆର୍ଥିକ କ୍ଷେତ୍ର ମଜଭୂତ୍ ହେଉଛି। ଏକ ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ସୃଜନଶୀଳ ଚିନ୍ତାଧାରା ସହ ବିକଶିତ ଭାରତ ଗଠନରେ ଦକ୍ଷତା ବିକାଶ ଓ ଆର୍ଥିକ କ୍ଷେତ୍ରର ଯୋଗଦାନକୁ ଏକାଠି କରିବା ପାଇଁ ହେବ।  ବିଶ୍ୱସ୍ତରୀୟ ଦକ୍ଷତା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦେଶର ଯୁବବର୍ଗ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏଆଇସିଟିଇ ଏମଓୟୁ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି ବିକଶିତ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.