Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ଅନୁଷ୍ଠିତ ହେଲା ପୂର୍ବ ଜୋନ ବ୍ୟାଣ୍ଡ ପ୍ରତିଯୋଗିତା
ଆଜିର ଖବର

ଓଡିଶାରେ ଅନୁଷ୍ଠିତ ହେଲା ପୂର୍ବ ଜୋନ ବ୍ୟାଣ୍ଡ ପ୍ରତିଯୋଗିତା

December 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଅନୁଷ୍ଠିତ ହେଲା ପୂର୍ବ ଜୋନ ବ୍ୟାଣ୍ଡ ପ୍ରତିଯୋଗିତା

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦେଶନାମା ଅନୁଯାୟୀ ଓଡିଶାରେ ତା. ୨୨.୧୨. ୨୦୨୩ ରିଖ ଶୁକ୍ରବାର ଦିନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ -୯, ଭୁବନେଶ୍ୱର ଠାରେ ପୂର୍ବ ଜୋନ ଅନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା ୨୦୨୩ -୨୪ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗ, ମିଜୋରାମ, ସିକିମ, ଝାଡଖଣ୍ଡ, ତ୍ରିପୁରା ଓ ଓଡ଼ିଶା ଆଦି ୬ ଗୋଟି ରାଜ୍ୟର ବ୍ୟାଣ୍ଡ ପ୍ରତିଯୋଗୀମାନେ ଭାଗ ନେଇଥିଲେ।

ଏହି ପ୍ରତିଯୋଗିତାରେ ୬ଗୋଟି ରାଜ୍ୟରୁ ଆସିଥିବା ୧୫ ଗୋଟି ବ୍ୟାଣ୍ଡ ଦଳ ଭାଗ ନେଇଥିଲେ। ଉକ୍ତ ପ୍ରତିଯୋଗିତାରେ ୯ ଗୋଟି ପାଇପ ବ୍ୟାଣ୍ଡ ଦଳ ଓ ୬ ଗୋଟି ବ୍ରାସ ବ୍ୟାଣ୍ଡ ଦଳ ଭାଗ ନେଇଥିଲେ। ଏଥିରୁ ଓଡିଶାରୁ ୨ଗୋଟି ବ୍ରାସ ବ୍ୟାଣ୍ଡ ଦଳ ଓ ଗୋଟିଏ ପାଇପ ବ୍ୟାଣ୍ଡ ଦଳ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

ଏହି ଜୋନ ସ୍ତରୀୟ ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଗୋଟିଏ ଲେଖାଏଁ ସମୁଦାୟ ୪ ଗୋଟି ବ୍ୟାଣ୍ଡ ଦଳ ଆସନ୍ତା ଜାନୁଆରୀ ୨୧ ଓ ୨୨ ତାରିଖରେ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଷ୍ଟାଡିୟମ ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

ଏହି ଅବସରରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ପ୍ରମୁଖ ଶିକ୍ଷା ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ଯୋଗଦାନ କରି ସମସ୍ତ ପ୍ରତିଯୋଗୀ ଦଳଙ୍କୁ ଉପଦେଶ ଦେଇ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅନୁପମ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ବ୍ୟାଣ୍ଡ ପ୍ରତିଯୋଗିତାର ତାତ୍ପର୍ଯ୍ୟ ସମ୍ବନ୍ଧରେ ପିଲାମାନଙ୍କୁ ଧାରଣା ଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭଗବାନ ବେହେରା, ଅତିରିକ୍ତ ନିର୍ଦ୍ଦେଶକ, ଓସେପା, କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ଆଲୋକପାତ କରିଥିଲେ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉପନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଓଡ଼ିଶା ଯୋଗଦେଇ ଓଡିଶାରେ ପୂର୍ବ ଜୋନ ଅନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଏହି ବ୍ୟାଣ୍ଡ ପ୍ରତିଯୋଗିତା ପିଲାମାନଙ୍କ ମଧ୍ୟରେ ଏକ ନୂତନ ଜାଗରଣ, ପ୍ରତିଯୋଗୀ, ଦେଶପ୍ରେମ, ଆତ୍ମୀୟତା ମନୋଭାବ ଇତ୍ୟାଦି ସୃଷ୍ଠି କରିବ ବୋଲି ମତବ୍ୟକ୍ତ କରିଥିଲେ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ଦଳଗୁଡିକୁ ପୁରସ୍କୃତ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଉକ୍ତ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନ୍ୟାନ୍ୟ ପଦାଧିକାରୀବୃନ୍ଦ, ବିଚାରକ ମଣ୍ଡଳୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ରାଜ୍ୟର ପ୍ରତିନିଧି ଦଳ ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତାରେ ବ୍ରାସ୍‌ବ୍ୟାଣ୍ଡ ବାଳକରେ େୱଷ୍ଟ ପଏଣ୍ଟ ଗ୍ୟାଙ୍ଗଟକ୍‌ ସରକାରୀ ହାଇସ୍କୁଲ, ସିକିମ୍‌ ପ୍ରଥମ ସ୍ଥାନ, ସେଣ୍ଟ ଜାଭିୟର ହାଇସ୍କୁଲ, ଲୁପ୍‌ବୁଟୁ, ଚାଉଁବାସା, ଝାଡଖଣ୍ଡ ଦ୍ୱିତୀୟ ସ୍ଥାନ ଓ ଜଜ୍‌ ସରକାରୀ ହାଇସ୍କୁଲ, ବରଗଡ଼, ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବ୍ରାସ୍‌ବ୍ୟାଣ୍ଡ ବାଳିକାରେ ସେଣ୍ଟ ଜାଭିୟର ହାଇସ୍କୁଲ, ସେଫାଡିଜାଲ୍‌, ତି୍ରପୁରା ପ୍ରଥମ, ରାଜଧାନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୨, ଭୁବନେଶ୍ୱର, ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ପାଇପ ବ୍ୟାଣ୍ଡର ବାଳିକା ବିଭାଗରେ ଦ୍ରୌପଦୀ ବାଳିକା ହାଇସ୍କୁଲ, ମୟୂରଭଞ୍ଜ, ଓଡ଼ିଶା ପ୍ରଥମ, ଜେଏବିଭି, ଫତେପୁର ଜନ୍ତର, ଝାଡଖଣ୍ଡ ଦ୍ୱିତୀୟ, ସରକାରୀ ମିଜୋ ହାଇସ୍କୁଲ, ମିଜୋରାମ୍‌ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବାଳକ ବିଭାଗରେ ସରକାରୀ ମିଜୋ ହାଇସ୍କୁଲ, ମିଜୋରାମ ପ୍ରଥମ, କାଇରାଲି ସ୍କୁଲ, ରାଞ୍ଚି, ଝାଡଖଣ୍ଡ ଦ୍ୱିତୀୟ, ସରକାରୀ ବରିଷ୍ଠ ମାଧ୍ୟମିକ ସ୍କୁଲ, ସୋରେନ୍‌, ସିକିମ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.