Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଦିବସରେ ଓଷ୍ଟାର ୪୦ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ
ଆଜିର ଖବର

ଦ୍ୱିତୀୟ ଦିବସରେ ଓଷ୍ଟାର ୪୦ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ

December 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

କଟକ: ସଂସ୍କୃତି ସମ୍ପନ୍ନ କଟକ ମହାନଗର ସ୍ଥିତ ନୟାସଡ଼କ ଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା)ର ୪୦ ତମ ରାଜ୍ୟସ୍ତରୀୟ ଶିଶୁଉତ୍ସବ ଦ୍ୱିତୀୟ ଦିବସର ପୂର୍ବାହ୍ନରେ ଚିତ୍ରାଙ୍କନ, ବକ୍ତୃତା, ଗଳ୍ପଲିଖନ, କବିତା ରଚନା, ସାଧାରଣଜ୍ଞାନ, ଆବୃତ୍ତି, ଏକକ ଅଭିନୟ ଓ ବୁଦ୍ଧିପରୀକ୍ଷା ପ୍ରତିଯୋଗିତା ହୋଇଯାଇଛି। ଅପରାହ୍ଣରେ ପୂଜ୍ୟପୂଜା ଆସର ଓ ପ୍ରତିଭା ସମ୍ମାନ ଉତ୍ସବର ସଭାକାର୍ଯ୍ୟ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନବକଳିକା ସଂଗୀତ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ରାରମ୍ଭିକ ସଂଗୀତ ପରିବେଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଖ୍ୟଅତିଥି ଭାବେ ବ୍ରହ୍ମାକୁମାର ରମଣୀକାନ୍ତ, ବରିଷ୍ଠ ଆଇନ୍‌ଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ ଯୋଗଦେଇ ନିଜର ବକ୍ତବ୍ୟ ମାଧ୍ୟମରେ ଓଷ୍ଟାର ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ସାରା ଓଡ଼ିଶାର ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହ ପିଲାମାନଙ୍କୁ ମଣିଷ ପରି ମଣିଷଟିଏ ହେବାକୁ ଉପଦେଶ ଦେଇଥିଲେ। ତାଙ୍କର ଅଭିଭାଷଣରେ ସେ ଆହୁରି ମଧ୍ୟ କହିଥିଲେ ଦୁଃଖ ସୁଖର ଚାବି ଗୋଟିଏ। ତାହା ହେଉଛି କର୍ମ। ତେଣୁ କର୍ମଯୋଗୀ ହେବାପାଇଁ ପିଲାମାନଙ୍କୁ ଶିକ୍ଷାର ମନ୍ତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଓଷ୍ଟାର ମେଧା ଅନ୍ୱେଷଣ ପରୀକ୍ଷାରେ ସଫଳତା ପୂର୍ବକ ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମେଧା ତାଲିକା ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରଫେସର ଡ. ଲମ୍ବୋଦର ପ୍ରସାଦ ସିଂ, ପ୍ରାକ୍ତନ ମୁଖ୍ୟ, ପଦାର୍ଥ ବିଜ୍ଞାନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୀବନରେ ଲକ୍ଷ୍ୟ ଧାର୍ଯ୍ୟ କରି ନିରନ୍ତର ସାଧନାରେ ମଗ୍ନ ରହିବାକୁ ପରାମର୍ଶ ଦେବା ସହିତ ସାଧନା ସଫଳତା ଆଣିଥାଏ ବୋଲି କହିଥିଲେ। ଡ. ପ୍ରତିଭା ମହାରଥୀ, ପ୍ରାକ୍ତନ ବିଭାଗୀୟ ମୁଖ୍ୟ, ମନସ୍ତତ୍ତ୍ୱ ବିଭାଗ, ପିପିଲି ମହାବିଦ୍ୟାଳୟ, ପୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଷ୍ଟା ଟେଷ୍ଟ ପେପର ତାଙ୍କୁ ପରିଚୟ ପ୍ରଦାନ କରିଛି ବୋଲି ଉଲ୍ଲେଖ କରିଥିଲେ। ଅନେକ କ୍ଷୁଦ୍ର କ୍ଷୁଦ୍ର ଗଳ୍ପର ଅବତାରଣା କରି ପିଲାମାନଙ୍କ ମନକୁ ବାନ୍ଧିରଖିବା ସହିତ ସେମାନଙ୍କୁ ଆତ୍ମବିଶ୍ୱାସୀ ହେବା ପାଇଁ ଉତ୍ସାହିତ କରିଥିଲେ। ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ବିକ୍ରମ କୁମାର ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଉପଦେଶାତ୍ମକ ବକ୍ତୃତ୍ୱ ପ୍ରଦାନ କରିଥିଲେ।  ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ତ୍ରିପାଠୀ ମଧ୍ୟ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବହୁମୂଲ୍ୟ ମତାମତ ରଖିଥିଲେ।

ଶିଶୁ ଉତ୍ସବ ୨୦୨୩ର ଦ୍ୱିତୀୟ ଦିବସରେ ପୂଜ୍ୟପୂଜା ଆସର ଓ ପ୍ରତିଭା ସମ୍ମାନ ସମାରୋହରେ ସଂଗଠନ ଓ ସମାଜପ୍ରତି ଜୀବନବ୍ୟାପୀ ସାଧନା ପାଇଁ ସୁରଜିତା ନାୟକ, ରେବତୀ ଜେନା, ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସମେତ ଅନ୍ୟ ଶିକ୍ଷକ ନେତୃତ୍ୱ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିରଳ ପ୍ରତିଭା ପ୍ରାଚୁର୍ଯ୍ୟ ପ୍ରଧାନ ଓ ମେଧାବୀ ଛାତ୍ରୀ ଶ୍ରେୟଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ପୂର୍ବସୂରୀ ମାନଙ୍କର ଲକ୍ଷ୍ୟ ଓ ସ୍ୱପ୍ନ ପୂରଣ ହୋଇପାରିଛି ବୋଲି ଉଲ୍ଲେଖ କରିବା ସହ ତିନିଦିନର ଏହି କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିବା ପାଇଁ ଆହ୍ୱାନ କରିଥିଲେ। ସହ ସଂପାଦକ ଆଶୁତୋଷ ପ୍ରସାଦ ରଥ ଅତିଥି ମାନଙ୍କୁ ସ୍ୱାଗତ କରିବା ପୂର୍ବକ ମଞ୍ଚନକୁ ଆହ୍ୱାନ କରିଥିଲେ।

ଶିକ୍ଷାପ୍ରଦୀପର ସଂପାଦକ ଶଙ୍କର କୁମାର ସୁବୁଦ୍ଧି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅକ୍ଷୟ କୁମାର ହୋତା ନାଗରିକ ସମ୍ବର୍ଦ୍ଧନା ପରିଚାଳନା କରିଥିଲେ। ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏକାଡେମିକ୍ ସଂପାଦକ ପ୍ରଣବ କୁମାର ଜେନା ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଓଷ୍ଟା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନୀଳମଣି ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଓଷ୍ଟା ଶିଶୁ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.