Categories
ଆଜିର ଖବର ରାଜ୍ୟ ଖବର

ଉଦ୍‌ଯାପିତ ହେଲା ଓଷ୍ଟାର ୪୦ ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ

କଟକ: ତିନିଦିନ ଧରି ଚାଲିଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ୪୦ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ତୃତୀୟ ଦିବସରେ ପୂର୍ବାହ୍ନ ୯ ଘଟିକା ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ ଓ ନେତୃମଣ୍ଡଳୀଙ୍କୁ ନେଇ ଏକ ଶାନ୍ତି ଶୋଭାଯାତ୍ରା ଓଷ୍ଟା କାର୍ଯ୍ୟାଳୟ ନୟାସଡ଼କରୁ ବାହାରି ଚୌଧୁରୀ ବଜାର, ଦରଘାବଜାର ଦେଇ ଓଡ଼ିଆ ବଜାରସି୍ଥତ ନେତାଜୀଙ୍କ ଜନ୍ମ ପୀଠରେ ପହଞ୍ôଚଥିଲା। ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।

ପୂର୍ବାହ୍ନ ୧୧ ଘଟିକା ସମୟରେ ଏକକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜ ନିଜ ଜିଲ୍ଳାର ଭୌଗୋଳିକ ଅବସ୍ଥିତି, ଶିକ୍ଷା, ସାହିତ୍ୟ ଓ ସଂସ୍କୃତିକୁ ଆଧାର କରି ସଂକ୍ଷିପ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମେ ଓ ଆମ ଓଡ଼ିଶା” ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସାଂଗଠନିକ ଜିଲ୍ଲାର ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ଦ୍ୱାରା ଏହି ଦଳଗତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏହା ଫଳରେ ସମଗ୍ର ଓଡ଼ିଶାର ସଂସ୍କୃତି ଓ ସାଂସ୍କୃତିକ ପରିବେଶର ଏକ ଚିତ୍ର ପ୍ରତିଫଳିତ ହୋଇଥିଲା।

ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ସୁଶାନ୍ତ କୁମାର ଦାଶ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ଯୋଗଦେଇ ଓଷ୍ଟାର ଏଭଳି ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିବା ସହିତ କଠିନ ପ୍ରରିଶ୍ରମ ମାଧ୍ୟମରେ ସଫଳତା ପ୍ରାପ୍ତି ସମ୍ଭବ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଶୁଭଶ୍ରୀ ନନ୍ଦ, ସ୍ୱତନ୍ତ୍ର ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଯୋଗଦେଇ ସ୍ୱପ୍ନ ଓ ସମ୍ଭାବନାକୁ ସାକାରା କରିବା ତଥା ସମସ୍ତେ ବିକଶିତ ହେବା, ଆଗକୁ ଯିବା ଓ ଭଲ ମଣିଷଟିଏ ହେବା କଥା କହି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଜ୍ଞାନ ବିନା କୌଣସି ଜିନିଷ ହାସଲ କରାଯାଇ ନପାରେ।

ସେବା ହିଁ ପରମ ଧର୍ମ, ସବୁ ମଣିଷ ସମାନ, ମଣିଷକୁ ହୃଦୟଙ୍ଗମ କରିବା , ଶୃଙ୍ଖଳିତ ଓ ସମୟାନୁବର୍ତ୍ତି ହେବା ଇତ୍ୟାଦି । ମୁଖବକ୍ତା ଭାବେ ଶ୍ରୀଯୁକ୍ତ ବିଜୟାନନ୍ଦ ସିଂ, ପ୍ରଫେସର, କିସ୍ ବିଶ୍ୱବିଦ୍ୟାଳୟ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ଶିକ୍ଷାର ଆଲୋକରେ ଆଲୋକିତ ହେବା ସହ ଆତ୍ମବିଶ୍ୱାସୀ ହେବାପାଇଁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ନିମନ୍ତ୍ରିତ ଅତିଥିବୃନ୍ଦ ତିନି ଦିନ ମଧ୍ୟରେ ହୋଇଥିବା ତର୍କ, କଣ୍ଠସଂଗୀତ, କବିତା ରଚନା, ଗଳ୍ପଲିଖନ, ଚିତ୍ରାଙ୍କନ, ଆବୃତ୍ତି, ଏକକ ଅଭିନୟ, ଏକକ ନୃତ୍ୟ, ବୁଦ୍ଧି ପରୀକ୍ଷା ଓ ସାଧାରଣଜ୍ଞାନ ଇତ୍ୟାଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ମହାପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ। କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଓ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷାପ୍ରଦୀପର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱିତୀୟ ଦିବସରେ ଓଷ୍ଟାର ୪୦ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ

କଟକ: ସଂସ୍କୃତି ସମ୍ପନ୍ନ କଟକ ମହାନଗର ସ୍ଥିତ ନୟାସଡ଼କ ଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା)ର ୪୦ ତମ ରାଜ୍ୟସ୍ତରୀୟ ଶିଶୁଉତ୍ସବ ଦ୍ୱିତୀୟ ଦିବସର ପୂର୍ବାହ୍ନରେ ଚିତ୍ରାଙ୍କନ, ବକ୍ତୃତା, ଗଳ୍ପଲିଖନ, କବିତା ରଚନା, ସାଧାରଣଜ୍ଞାନ, ଆବୃତ୍ତି, ଏକକ ଅଭିନୟ ଓ ବୁଦ୍ଧିପରୀକ୍ଷା ପ୍ରତିଯୋଗିତା ହୋଇଯାଇଛି। ଅପରାହ୍ଣରେ ପୂଜ୍ୟପୂଜା ଆସର ଓ ପ୍ରତିଭା ସମ୍ମାନ ଉତ୍ସବର ସଭାକାର୍ଯ୍ୟ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନବକଳିକା ସଂଗୀତ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ରାରମ୍ଭିକ ସଂଗୀତ ପରିବେଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଖ୍ୟଅତିଥି ଭାବେ ବ୍ରହ୍ମାକୁମାର ରମଣୀକାନ୍ତ, ବରିଷ୍ଠ ଆଇନ୍‌ଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ ଯୋଗଦେଇ ନିଜର ବକ୍ତବ୍ୟ ମାଧ୍ୟମରେ ଓଷ୍ଟାର ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ସାରା ଓଡ଼ିଶାର ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହ ପିଲାମାନଙ୍କୁ ମଣିଷ ପରି ମଣିଷଟିଏ ହେବାକୁ ଉପଦେଶ ଦେଇଥିଲେ। ତାଙ୍କର ଅଭିଭାଷଣରେ ସେ ଆହୁରି ମଧ୍ୟ କହିଥିଲେ ଦୁଃଖ ସୁଖର ଚାବି ଗୋଟିଏ। ତାହା ହେଉଛି କର୍ମ। ତେଣୁ କର୍ମଯୋଗୀ ହେବାପାଇଁ ପିଲାମାନଙ୍କୁ ଶିକ୍ଷାର ମନ୍ତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଓଷ୍ଟାର ମେଧା ଅନ୍ୱେଷଣ ପରୀକ୍ଷାରେ ସଫଳତା ପୂର୍ବକ ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମେଧା ତାଲିକା ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରଫେସର ଡ. ଲମ୍ବୋଦର ପ୍ରସାଦ ସିଂ, ପ୍ରାକ୍ତନ ମୁଖ୍ୟ, ପଦାର୍ଥ ବିଜ୍ଞାନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୀବନରେ ଲକ୍ଷ୍ୟ ଧାର୍ଯ୍ୟ କରି ନିରନ୍ତର ସାଧନାରେ ମଗ୍ନ ରହିବାକୁ ପରାମର୍ଶ ଦେବା ସହିତ ସାଧନା ସଫଳତା ଆଣିଥାଏ ବୋଲି କହିଥିଲେ। ଡ. ପ୍ରତିଭା ମହାରଥୀ, ପ୍ରାକ୍ତନ ବିଭାଗୀୟ ମୁଖ୍ୟ, ମନସ୍ତତ୍ତ୍ୱ ବିଭାଗ, ପିପିଲି ମହାବିଦ୍ୟାଳୟ, ପୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଷ୍ଟା ଟେଷ୍ଟ ପେପର ତାଙ୍କୁ ପରିଚୟ ପ୍ରଦାନ କରିଛି ବୋଲି ଉଲ୍ଲେଖ କରିଥିଲେ। ଅନେକ କ୍ଷୁଦ୍ର କ୍ଷୁଦ୍ର ଗଳ୍ପର ଅବତାରଣା କରି ପିଲାମାନଙ୍କ ମନକୁ ବାନ୍ଧିରଖିବା ସହିତ ସେମାନଙ୍କୁ ଆତ୍ମବିଶ୍ୱାସୀ ହେବା ପାଇଁ ଉତ୍ସାହିତ କରିଥିଲେ। ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ବିକ୍ରମ କୁମାର ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଉପଦେଶାତ୍ମକ ବକ୍ତୃତ୍ୱ ପ୍ରଦାନ କରିଥିଲେ।  ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ତ୍ରିପାଠୀ ମଧ୍ୟ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବହୁମୂଲ୍ୟ ମତାମତ ରଖିଥିଲେ।

ଶିଶୁ ଉତ୍ସବ ୨୦୨୩ର ଦ୍ୱିତୀୟ ଦିବସରେ ପୂଜ୍ୟପୂଜା ଆସର ଓ ପ୍ରତିଭା ସମ୍ମାନ ସମାରୋହରେ ସଂଗଠନ ଓ ସମାଜପ୍ରତି ଜୀବନବ୍ୟାପୀ ସାଧନା ପାଇଁ ସୁରଜିତା ନାୟକ, ରେବତୀ ଜେନା, ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସମେତ ଅନ୍ୟ ଶିକ୍ଷକ ନେତୃତ୍ୱ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିରଳ ପ୍ରତିଭା ପ୍ରାଚୁର୍ଯ୍ୟ ପ୍ରଧାନ ଓ ମେଧାବୀ ଛାତ୍ରୀ ଶ୍ରେୟଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ପୂର୍ବସୂରୀ ମାନଙ୍କର ଲକ୍ଷ୍ୟ ଓ ସ୍ୱପ୍ନ ପୂରଣ ହୋଇପାରିଛି ବୋଲି ଉଲ୍ଲେଖ କରିବା ସହ ତିନିଦିନର ଏହି କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିବା ପାଇଁ ଆହ୍ୱାନ କରିଥିଲେ। ସହ ସଂପାଦକ ଆଶୁତୋଷ ପ୍ରସାଦ ରଥ ଅତିଥି ମାନଙ୍କୁ ସ୍ୱାଗତ କରିବା ପୂର୍ବକ ମଞ୍ଚନକୁ ଆହ୍ୱାନ କରିଥିଲେ।

ଶିକ୍ଷାପ୍ରଦୀପର ସଂପାଦକ ଶଙ୍କର କୁମାର ସୁବୁଦ୍ଧି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅକ୍ଷୟ କୁମାର ହୋତା ନାଗରିକ ସମ୍ବର୍ଦ୍ଧନା ପରିଚାଳନା କରିଥିଲେ। ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏକାଡେମିକ୍ ସଂପାଦକ ପ୍ରଣବ କୁମାର ଜେନା ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଓଷ୍ଟା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନୀଳମଣି ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।