Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦ୍‌ଯାପିତ ହେଲା ଓଷ୍ଟାର ୪୦ ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ
ଆଜିର ଖବର

ଉଦ୍‌ଯାପିତ ହେଲା ଓଷ୍ଟାର ୪୦ ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ

December 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ତିନିଦିନ ଧରି ଚାଲିଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ୪୦ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ତୃତୀୟ ଦିବସରେ ପୂର୍ବାହ୍ନ ୯ ଘଟିକା ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ ଓ ନେତୃମଣ୍ଡଳୀଙ୍କୁ ନେଇ ଏକ ଶାନ୍ତି ଶୋଭାଯାତ୍ରା ଓଷ୍ଟା କାର୍ଯ୍ୟାଳୟ ନୟାସଡ଼କରୁ ବାହାରି ଚୌଧୁରୀ ବଜାର, ଦରଘାବଜାର ଦେଇ ଓଡ଼ିଆ ବଜାରସି୍ଥତ ନେତାଜୀଙ୍କ ଜନ୍ମ ପୀଠରେ ପହଞ୍ôଚଥିଲା। ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।

ପୂର୍ବାହ୍ନ ୧୧ ଘଟିକା ସମୟରେ ଏକକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜ ନିଜ ଜିଲ୍ଳାର ଭୌଗୋଳିକ ଅବସ୍ଥିତି, ଶିକ୍ଷା, ସାହିତ୍ୟ ଓ ସଂସ୍କୃତିକୁ ଆଧାର କରି ସଂକ୍ଷିପ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମେ ଓ ଆମ ଓଡ଼ିଶା” ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସାଂଗଠନିକ ଜିଲ୍ଲାର ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ଦ୍ୱାରା ଏହି ଦଳଗତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏହା ଫଳରେ ସମଗ୍ର ଓଡ଼ିଶାର ସଂସ୍କୃତି ଓ ସାଂସ୍କୃତିକ ପରିବେଶର ଏକ ଚିତ୍ର ପ୍ରତିଫଳିତ ହୋଇଥିଲା।

ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ସୁଶାନ୍ତ କୁମାର ଦାଶ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ଯୋଗଦେଇ ଓଷ୍ଟାର ଏଭଳି ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିବା ସହିତ କଠିନ ପ୍ରରିଶ୍ରମ ମାଧ୍ୟମରେ ସଫଳତା ପ୍ରାପ୍ତି ସମ୍ଭବ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଶୁଭଶ୍ରୀ ନନ୍ଦ, ସ୍ୱତନ୍ତ୍ର ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଯୋଗଦେଇ ସ୍ୱପ୍ନ ଓ ସମ୍ଭାବନାକୁ ସାକାରା କରିବା ତଥା ସମସ୍ତେ ବିକଶିତ ହେବା, ଆଗକୁ ଯିବା ଓ ଭଲ ମଣିଷଟିଏ ହେବା କଥା କହି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଜ୍ଞାନ ବିନା କୌଣସି ଜିନିଷ ହାସଲ କରାଯାଇ ନପାରେ।

ସେବା ହିଁ ପରମ ଧର୍ମ, ସବୁ ମଣିଷ ସମାନ, ମଣିଷକୁ ହୃଦୟଙ୍ଗମ କରିବା , ଶୃଙ୍ଖଳିତ ଓ ସମୟାନୁବର୍ତ୍ତି ହେବା ଇତ୍ୟାଦି । ମୁଖବକ୍ତା ଭାବେ ଶ୍ରୀଯୁକ୍ତ ବିଜୟାନନ୍ଦ ସିଂ, ପ୍ରଫେସର, କିସ୍ ବିଶ୍ୱବିଦ୍ୟାଳୟ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ଶିକ୍ଷାର ଆଲୋକରେ ଆଲୋକିତ ହେବା ସହ ଆତ୍ମବିଶ୍ୱାସୀ ହେବାପାଇଁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ନିମନ୍ତ୍ରିତ ଅତିଥିବୃନ୍ଦ ତିନି ଦିନ ମଧ୍ୟରେ ହୋଇଥିବା ତର୍କ, କଣ୍ଠସଂଗୀତ, କବିତା ରଚନା, ଗଳ୍ପଲିଖନ, ଚିତ୍ରାଙ୍କନ, ଆବୃତ୍ତି, ଏକକ ଅଭିନୟ, ଏକକ ନୃତ୍ୟ, ବୁଦ୍ଧି ପରୀକ୍ଷା ଓ ସାଧାରଣଜ୍ଞାନ ଇତ୍ୟାଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ମହାପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ। କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଓ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷାପ୍ରଦୀପର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଓଷ୍ଟା ଶିଶୁ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.