Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ
ଆଜିର ଖବର

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

December 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଟକ: ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ, ଆଇ.ପି.ଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡି.ଜି.ପି ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଆଇ.ପି.ଏସ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ। ଏହାପରେ ଡିଜିପି ଶ୍ରୀ ଷଡଙ୍ଗୀ ଶହିଦ ସ୍ମୃତି ସ୍ତମ୍ଭ ଠାରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ଦାୟିତ୍ଵ ଗ୍ରହଣ କରିଥିଲେ।
ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ, ଓଡିଶା ପୋଲିସର ସ୍ଵତନ୍ତ୍ର ଗରିମା ଏବଂ ଗୌରବ ରହିଛି। ଗତ କିଛି ବର୍ଷ ଧରି ରାଜ୍ୟ ପୋଲିସକୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି କହିଥିଲେ। ପୋଲିସକୁ ସଶକ୍ତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହଯୋଗ ରହିଛି ବୋଲି ସେ କହିବା ସହ  ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ପୋଲିସ ଅଧିକ ଶକ୍ତିଶାଳୀ ହେବ। ଏହି ଅତିରିକ୍ତ ଦାୟିତ୍ଵର ସମୟ ସୀମା ମଧ୍ୟରେ ସମସ୍ତଙ୍କ  ସହଯୋଗରେ ନିଜର ଦାୟିତ୍ଵ ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଯେମିତି କୌଣସି ଉଦାସୀନତା ଦେଖାନଯିବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି ପ୍ରତିକ୍ରିୟା ରଖିଥିଲେ। ସାଧାରଣ ଲୋକଙ୍କୁ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ସହ ସମାଜକୁ ଅପରାଧ ମୁକ୍ତ, ଅପରାଧ ଦମନ ଏବଂ ସଶକ୍ତ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ।
ସୂଚନାଯୋଗ୍ୟ ଯେ, ୧୯୯୦ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଷଡଙ୍ଗୀ ବଲାଙ୍ଗୀର ଜିଲ୍ଲାର ମୂଳବାସିନ୍ଦା ଅଟନ୍ତି। ତାଙ୍କ ଚାକିରି କାଳ ମଧ୍ୟରେ ସେ ରାୟଗଡ଼ା, ଜଗତସିଂହପୁର, ବ୍ରହ୍ମପୁର, କଟକ (ରେଲୱେ), ଏଟିସି (ଏନଫୋର୍ସମେଣ୍ଟ), କୋରାପୁଟ, ଖୋର୍ଦ୍ଧା, ରାଉରକେଲା, କ୍ରାଇମବ୍ରାଞ୍ଚର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ଡିଆଇଜି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ (ତାଳଚେର), ଅପରେସନ (ଭୁବନେଶ୍ବର), ଆଇନ ଓ ଶୃଙ୍ଖଳା, କଟକ ଠାରେ କାର୍ଯ୍ୟ କରିଥିଲେ। ସେହିପରି ଆଇଜିପି (ଆଇନ ଓ ଶୃଙ୍ଖଳା), କଟକ ସମେତ ବିପିଏସପିଏ, ଭୁବନେଶ୍ବରର  ଅତିରିକ୍ତ ଦାୟିତ୍ଵ ତୁଲାଇ ଥିଲେ। ବିପିଏସପିଏ ର ଆଇଜିପି (ଟ୍ରେନିଂ), ଆଇଜିପି (ଅପରେସନ), (ଗୁଇନ୍ଦା), ଭିଜିଲାନ୍ସ  ଭାବେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ। ଏହାପରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା) ଏବଂ ନିର୍ଦ୍ଦେଶକ (ବିପିଏସପିଏ), ଭୁବନେଶ୍ବରରେ କାର୍ଯ୍ୟ କରୁଥିଲେ। ଏହାପରେ ତାଙ୍କର ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ହୋଇଥିଲା। ଏବେମଧ୍ୟ ସେଠାରେ ସେ ନିର୍ଦ୍ଦେଶକ (ବିପିଏସପିଏ) ଭାବେ କାର୍ଯ୍ୟରତ ଅଛନ୍ତି।
ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଆରକ୍ଷୀ ମହାନିର୍ଦ୍ଦେଶକ ଓଡିଶା ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026
Latest News

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.