
୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍-୩୨ର ଭଗ୍ନାବଶେଷ ଗତକାଲି ମିଳିଥିଲା। ଆଜି ଏନେଇ ଏକ ସର୍ଚ୍ଚ ଅପରେସନ ପରେ ବିମାନରେ ମହଜୁଦ ଥିବା ସମସ୍ତ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ବାୟୁସେନା ପକ୍ଷରୁ ପ୍ରକାଶ ପାଇଛି। ୧୩ ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡିଆ ପାଇଲଟ୍ ସୁନୀତ ମହାନ୍ତି। ଏନ-୩୨ ବିମାନରେ ସେ ଲେଫ୍ଟନାଣ୍ଟ ଥିଲେ। ତାଙ୍କର ଘର କବିସୂର୍ଯ୍ୟ ନଗରର ବଳିଆପଲ୍ଲି ଗ୍ରାମରେ।