ଆଦିତ୍ୟ – ଏଲ୍ ୧ ଗନ୍ତବ୍ୟ ସ୍ଥଳରେ ପହଂଚିବା ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Published: Jan 7, 2024, 9:25 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତର ପ୍ରଥମ ସୌର ଅନୁସନ୍ଧାନ ଉପଗ୍ରହ ଆଦିତ୍ୟ – ଏଲ୍ ୧ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି।

ଏହି ସଫଳତା ଆମ ବୈଜ୍ଞାନିକ ମାନଙ୍କ ସମର୍ପଣର ପ୍ରମାଣ ବୋଲି ଅଭିହିତ କରି ସେ କହିଛନ୍ତି ଯେ ଆମେ ମାନବ ଜାତିର ହିତ ପାଇଁ ବିଜ୍ଞାନର ନୂତନ ଦିଗର ଅନୁସନ୍ଧାନ ଜାରି ରଖିବୁ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, “ଭାରତ ଆଉ ଏକ ଐତିହାସିକ ସଫଳତା ପାଇଛି। ଭାରତର ପ୍ରଥମ ସୌର ଅନୁସନ୍ଧାନ ଉପଗ୍ରହ ଆଦିତ୍ୟ – ଏଲ୍ ୧ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି। ସବୁଠାରୁ ଜଟିଳ ଏବଂ କଠିନ ମହାକାଶ ଅଭିଯାନକୁ ସାକାର କରିବାରେ ଆମ ବୈଜ୍ଞାନିକ ମାନଙ୍କ ନିରନ୍ତର ସମର୍ପଣର ଏହା ପ୍ରମାଣ। ଏହି ଅସାଧାରଣ ସଫଳତାକୁ ପ୍ରଶଂସା କରିବାରେ ମୁଁ ଦେଶବାସୀଙ୍କ ସହ ରହିଛି। ଆମେ ମାନବିକତାର କଲ୍ୟାଣ ପାଇଁ ବିଜ୍ଞାନର ନୂତନ ଦିଗକୁ ଅନୁସନ୍ଧାନ ଜାରି ରଖିବୁ।”

Related posts