Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ ଅର୍ଜୁନ-୨୦୨୪: ଦର୍ଶକଙ୍କ ମନ ମୋହିଲା ପାଇକ ଆଖଡା ଓ ପଶୁ ନୃତ୍ୟ 
ଆଜିର ଖବର

ରଣପୁର ମହୋତ୍ସବ ଅର୍ଜୁନ-୨୦୨୪: ଦର୍ଶକଙ୍କ ମନ ମୋହିଲା ପାଇକ ଆଖଡା ଓ ପଶୁ ନୃତ୍ୟ 

January 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିୟମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନ-୨୦୨୪ ର ଚତୁର୍ଥ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଖୋର୍ଦ୍ଧା ପାଇକ ଆଖଡା ଓ ଗଞ୍ଜାମ ପଶୁ ନୃତ୍ୟ ମନ ମୋହି ଥିଲା। ତେବେ ଏହି ପରିପ୍ରେକ୍ଷୀରେ ସଂନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ।

ଏଥିରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତମେଶ ଚନ୍ଦ୍ର ବେହେରା, ମୂଖ୍ୟ ବକ୍ତା ଭାବେ ନୟାଗଡ ଉପଜିଲ୍ଲାପାଳ ଶକ୍ତକାନ୍ତ ରାୟ, ସମ୍ମାନୀତ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ରଞ୍ଜନ କୁମାର ଦାଶ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବାର ଆସୋସିଏସନର ସଭାପତି ଗିରିଜାକାନ୍ତ ମହାପାତ୍ର, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାମୟୀ ଦଳବେହେରା, ରଣପୁର ମହୋତ୍ସବ କମିଟି କୋଷାଧ୍ୟକ୍ଷ ତଥା ସମାଜସେବୀ ଲିଙ୍ଗରାଜ ନାୟକ ପ୍ରମୂଖ ମଂଚାସୀନ ଥିଲେ। ସଙ୍ଗୀତ କଳା ବିଦ୍ୟାନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିଦ୍ଦେର୍ଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଭରପୂର ଦର୍ଶକଙ୍କ ଗହଣରେ ଲୋକମାନେ ଚତୁର୍ଥ ସଂନ୍ଧ୍ୟାର ମଜା ଉଠାଇ ଥିଲେ। ଜିଲ୍ଲା୍ସ ସାଂସ୍କୃତିକ ଦଳ ତରଫରୁ ଆସିଥିବା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ସୁନ୍ଦରଗଡ ସାଂସ୍କୃତିକ କଳା ଏକାଡେମୀ ତରଫରୁ ଆସିଥିବା ଓଡିଶୀ ଅଭିନୟ, ପୁରୀ ଶିଳ୍ପୀ ଏଟଂରଟେନ୍‌ମେଂଟର ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ପଶୁ ନୃତ୍ୟ ଏବଂ ଖୋର୍ଦ୍ଧା ବରୁଣେଇ ପାଇକ ଆଖଡା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଏହି ସାଂସ୍କୃତିକ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ।

ପୂର୍ବାହ୍ଣରେ ବିଭିନ୍ନ କବିମାନଙ୍କୁ ନେଇ ଏକ କବି ସମ୍ମିଳନୀ କରାଯାଇଥିଲା। ଅପରାହ୍ଣ ଏକ କୁଇଜ ପ୍ରତଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା ପୋଲିସ ବିଭାଗ ଓ ଦମକଳ ବାହିନୀ ବିଭାଗ ପକ୍ଷରୁ ବ୍ୟାପକ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ମହୋତ୍ସବ ଅବସରରେ ସ୍କୁଲ ଛକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦୋକାନ ବଜାର ପଡିଥିବା ଦେଖିବାକୁ ମିଳିଛି। ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି। ଦୋକାନ ବଜାର ଓ ଦୋଲି ପଡିଥିବା ସ୍ଥାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ଅର୍ଜୁନ-୨୦୨୪ ଖୋର୍ଦ୍ଧା ଗଞ୍ଜାମ ପଶୁ ନୃତ୍ୟ ପାଇକ ଆଖଡ଼ା ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026
Latest News

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.