Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓର ସାଧାରଣତନ୍ତ୍ର ଦିବସ ଅଫର
ଆଜିର ଖବର

ରିଲାଏନ୍ସ ଜିଓର ସାଧାରଣତନ୍ତ୍ର ଦିବସ ଅଫର

January 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି। ଏହି ଅଫର ଅନୁଯାୟୀ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ କରିବା ସହିତ ଗ୍ରାହକଙ୍କୁ ୩୬୫ ଦିନର ବୈଧତା, ଦୈନିକ ୨.୫ ଜିବି ହାଇ-ସ୍ପିଡ଼ ଡାଟା ସାଙ୍ଗକୁ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ରିହାତି କୁପନ ମିଳିବ । ସପିଂ, ଭ୍ରମଣ ଏବଂ ଖାଦ୍ୟ ବିଲ୍ ପ୍ରଦାନ ପାଇଁ ଏହି କୁପନ୍ ବ୍ୟବହାର କରାଯାଇପାରିବ । ଗ୍ରାହକ ଜିଓର ଏହି ବାର୍ଷିକ ପ୍ଲାନ୍ ରିଚାର୍ଜ କରିବା ସହିତ ତାଙ୍କୁ ମିଳୁଥିବା କୁପନ୍ ସଙ୍ଗେ ସଙ୍ଗେ ମାଇଁ ଜିଓ ଆପ୍‌‌ରେ ଉପଲବ୍ଧ ହେବ । ଏହି ଅଫରର ଲାଭ କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ମିଳିପାରିବ ।

ମିଳିଥିବା କୁପନ ବଳରେ ରିଲାଏନ୍ସର ଆଜିଓ ଆପ୍‌‌ରୁ ସର୍ବନିମ୍ନ ୨୪୯୯ ଟଙ୍କା କିଣିଲେ ଗ୍ରାହକଙ୍କୁ ୫୦୦ ଟଙ୍କାର ରିହାତି ମିଳିବ । ଏଥିସହିତ ଟିରାର ସୌନ୍ଦର୍ଯ୍ୟ ସାମଗ୍ରୀ କିଣିଲେ ଗ୍ରାହକଙ୍କୁ ୩୦% ରିହାତି ମିଳିବ, ଯାହା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ରିଲାଏନ୍ସ ଡିଜିଟାଲରେ ସର୍ବନିମ୍ନ ୫,୦୦୦ ଟଙ୍କାର କ୍ରୟ ଉପରେ ୧୦ ପ୍ରତିଶତ ରିହାତି ମିଳିବ ଏବଂ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ସର୍ବାଧିକ ରିହାତି ସୀମା ୧୦,୦୦୦ ଟଙ୍କା ରହିଛି ।

ସେହିଭଳି ଯାତ୍ରା କ୍ଷେତ୍ରରେ ଇକ୍ସିଗୋରୁ ବିମାନ ଟିକେଟ୍ ବୁକିଂ କରିବା ସହିତ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଜଣେ ଯାତ୍ରୀଙ୍କ ଟିକେଟ ସହିତ ୫୦୦ ଟଙ୍କା, ୨ ଜଣ ଯାତ୍ରୀଙ୍କ ଟିକେଟ ସହିତ ୧୦୦୦ ଟଙ୍କା ଏବଂ ୩ ଜଣ ଯାତ୍ରୀଙ୍କ ଟିକେଟ ସହିତ ୧୫୦୦ ଟଙ୍କା ରିହାତି ଧାର୍ଯ୍ୟ କରାଯାଇଛି । ଖାଦ୍ୟ ପ୍ରେମୀମାନେ ସ୍ୱିଗି ଆପ୍‌‌ରୁ ଖାଦ୍ୟ ବୁକ୍ କରିପାରିବେ ଏବଂ ଅନ୍ୟୁନ ୨୯୯ ଟଙ୍କାର ବରାଦ ମୂଲ୍ୟ ଉପରେ ୧୨୫ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଅଧିକରୁ ଅଧିକ କୁପନ୍ ଜିତିବା ପାଇଁ ଗ୍ରାହକ ନିଜ ନମ୍ବରରେ ଯେତିକି ଚାହିଁବେ ରିଚାର୍ଜ କରିପାରିବେ । ଏହି ଅଫର ଅଧୀନରେ ଜିତିଥିବା କୁପନ୍‌‌କୁ ଅନ୍ୟ ଜିଓ ନମ୍ବରକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ । ତେବେ କୁପନ୍‌‌କୁ ବନ୍ଧୁ/ପରିବାର ଲୋକଙ୍କ ସହ ସେୟାର କରାଯାଇପାରିବ ।

jio offer republic day ରିଲାଏନ୍ସ ଜିଓ ସାଧାରଣତନ୍ତ୍ର ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.