Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଠ ପୋଲ ହିଁ ୯ଟି ଗାଁର ସାହା ଭରସା: ସ୍ଥାନୀୟ ବାସିନ୍ଦାଙ୍କ ଚେତାବନୀ, “ସେତୁ ନାହିଁ ତ ଭୋଟ ନାହିଁ”
ଆଜିର ଖବର

କାଠ ପୋଲ ହିଁ ୯ଟି ଗାଁର ସାହା ଭରସା: ସ୍ଥାନୀୟ ବାସିନ୍ଦାଙ୍କ ଚେତାବନୀ, “ସେତୁ ନାହିଁ ତ ଭୋଟ ନାହିଁ”

January 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଲୋକ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ରାସ୍ତା ନାହିଁ ତ କେଉଁଠି ପୋଲ ନାହିଁ। ଯାହା ଫଳରେ ଗ୍ରାମାଞ୍ଚଳର ଲୋକ ମାନେ ବ୍ଲକ୍ ଅଫିସ୍ ହେଉ ବା ଡାକ୍ତରଖାନା ହେଉ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେମିତି ଗାଁ କେତୋଟି ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଞ୍ଚଳରେ। ଯାହାକି କାଠ ପୋଲ ତିଆରି କରି ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ବ୍ଲକ୍ ର ବାଟଗାଁ ଏବଂ ସାଲେଭଟା ପଂଚାୟତ ଦେଇ ଯାଇଥିବା ଟିକିରା ନଦୀ ଉଭୟ ପଂଚାୟତର ଅଧିବାସୀ ମାନଙ୍କ ପାଇଁ ବାଧକ ସାଜିଛି। ନଦୀ ଉପରେ ପୋଲ ଟିଏ ନଥିବାରୁ ସାଲେଭଟା ପଂଚାୟତ ର କଂଢଳ, ବସାଲୋଇ, ବାବୁତଇଲା, ନେଭରାପାଳ, ରୋହିନିଗାଡ଼ିଆ, ଗୋହିରାନାଲି, ତୁଳସୀତଇଲା, ଡେରାପଥର, ଶଙ୍କରପାଲି ଆଦି ଗ୍ରାମବାସୀଙ୍କୁ ଟିକିରା ନଦୀପାଇଁ ତିନି କିଲୋମିଟର ରାସ୍ତାକୁ ୨୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡୁଛି। ଏହି ନଅ ଖଣ୍ଡ ଗ୍ରାମରେ ପ୍ରାୟ ତିନି ହଜାର ଆଦିବାସୀ ଓ ହରିଜନ ଲୋକ ବସବାସ କରନ୍ତି।

ଉକ୍ତ ଗ୍ରାମବାସୀ ମାନେ ସାଲେଭଟା ପଂଚାୟତ ଅଧୀନରେ ଥିଲେବି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ବଜାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ବାଟଗାଁ ପଂଚାୟତ ଉପରେ ନିର୍ଭର କରିଥାନ୍ତି। ଏହା ସହ କଣ୍ଢଳ ଗ୍ରାମରେ ଏକ ସେବାଶ୍ରମ ସ୍କୁଲ ରହିଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରବାସ ମଧ୍ୟ ରହିଛି। ଯାହା ଫଳରେ କଣ୍ଢଳ ଓ ଗଦାଧରପୁର ରାସ୍ତାର ଟିକିରା ନଦୀରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ଲୋକମାନେ ଜୀବନକୁ ବାଜି ଲଗେଇ ନଦୀରେ ଯାତାୟାତ କରନ୍ତି।

ଏହି ଗ୍ରାମ ଗୁଡିକୁ ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ।  ଯାହା ଫଳରେ ରୋଗୀ ମୃତ୍ୟୁମୁଖରେ ପଡେ। ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସଂପ୍ରୁକ୍ତ ଗ୍ରାମବାସୀ। ଯଦି ଏହି ନାଳ ଉପରେ ଏକ ପୋଲ ତିଆରି କରା ନ ଯାଏ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟବର୍ଜନ କରିବାକୁ ଧମକ ଦେଇଛନ୍ତି ୯ ଖଣ୍ଡ ଗ୍ରାମର ବାସିନ୍ଦା।

bridge rairakhola sambalapur vote
Share. Facebook Twitter LinkedIn Email WhatsApp Copy Link

Related Posts

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026

ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି

September 10, 2026

ମଧୁ ଗୌଡ଼ ୟାସ୍ଖୀଙ୍କୁ ବଡ଼ ଦାୟିତ୍ୱ, ଅଲ୍ ଇଣ୍ଡିଆ ପ୍ରଫେସନାଲ୍ସ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ

September 10, 2026
Latest News

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026

ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି

September 10, 2026

ମଧୁ ଗୌଡ଼ ୟାସ୍ଖୀଙ୍କୁ ବଡ଼ ଦାୟିତ୍ୱ, ଅଲ୍ ଇଣ୍ଡିଆ ପ୍ରଫେସନାଲ୍ସ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ

September 10, 2026

ବିଲ୍ଡିଂ ଦୁର୍ଘଟଣା: ସ୍ଲାବ୍ ଭୁଶୁଡ଼ି ଫସିଲେ ୧୫ ଶ୍ରମିକ, ସମସ୍ତେ ସୁରକ୍ଷିତ ଉଦ୍ଧାର

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.