Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ: ରିପୋର୍ଟ
ଆଜିର ଖବର

ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ: ରିପୋର୍ଟ

February 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଏହି କ୍ରମରେ ସେ ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କ, ଗୁଗଲର ସୁନ୍ଦର ପିଚାଇ, ଆପଲ୍ ର ଟିମ୍ କୁକ୍ ଏବଂ ଟେସଲାର ଏଲନ୍ ମସ୍କଙ୍କୁ ଅତିକ୍ରମ କରି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟେନ୍ସେଣ୍ଟର ହୁଆଟେଙ୍ଗ ମା ପ୍ରଥମ ସ୍ଥାନରେ ରହିଛନ୍ତି।

ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ହେଉଛି ସିଇଓମାନଙ୍କର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି, ଯେଉଁମାନେ ସମସ୍ତ ହିତାଧିକାରୀ – କର୍ମଚାରୀ, ନିବେଶକ ଏବଂ ବ୍ୟାପକ ସମାଜର ଆବଶ୍ୟକତାକୁ ସନ୍ତୁଳିତ କରି ଦୀର୍ଘସ୍ଥାୟୀ ଭାବରେ ବ୍ୟବସାୟ ଗଢୁଛନ୍ତି।

ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ଏହି ର଼୍ୟାଙ୍କିଙ୍ଗରେ ୫ ନମ୍ବର ସ୍ଥାନରେ ରହିଥିବା ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅନିଶ ଶାହା ଷଷ୍ଠ ଓ ଇନଫୋସିସର ସଲିଲ ପାରେଖ ୧୬ ନମ୍ବର ସ୍ଥାନରେ ଅଛନ୍ତି।

୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ମୁକେଶ ଅମ୍ବାନୀ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ସ୍ଥାନିତ ହୋଇଥିଲେ । ଚଳିତ ବର୍ଷ ସେ ଡାଇଭର୍ସିଫାଏଡ୍ କନଗ୍ଲୋମରେଟ୍ସ ମଧ୍ୟରେ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ଏକ ନମ୍ବର ସ୍ଥାନରେ ସ୍ଥାନିତ ହୋଇଛନ୍ତି।

ଏହି ବର୍ଷର ବିଶ୍ଳେଷଣରୁ ଜଣାପଡିଛି ଯେ ସିଇଓ ମାନଙ୍କ ପ୍ରତିଷ୍ଠା ନିର୍ଣ୍ଣୟ କରିବାରେ ଇଏସଜି ଏକକ ଗୁରୁତ୍ୱପୂର୍ଣ୍ଣ ଡ୍ରାଇଭିଙ୍ଗ୍ ଫୋର୍ସ ହୋଇପାରିଛି। ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ, ବ୍ରାଣ୍ଡ ଏବଂ ବ୍ୟବସାୟ ମୂଲ୍ୟ ଗଠନ କରିବା ପାଇଁ ଏକ ବ୍ରାଣ୍ଡ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ସେହି ସିଇଓମାନଙ୍କୁ ସମ୍ମାନୀତ କରେ ଯେଉଁମାନେ ବ୍ୟବସାୟିକ ସଫଳତା, ଦୀର୍ଘକାଳୀନ ବ୍ରାଣ୍ଡ ନିର୍ମାଣ ଏବଂ ବ୍ୟକ୍ତିଗତ ପ୍ରତିଷ୍ଠା ପରିଚାଳନା ଆବଶ୍ୟକତାକୁ ସନ୍ତୁଳିତ ରଖିଥାନ୍ତି।

ବ୍ରାଣ୍ଡ୍ ଫାଇନାନ୍ସ ଏକ ସନ୍ତୁଳିତ ସ୍କୋରକାର୍ଡ ଅନୁସରଣ କରେ ଯାହା ଜଣେ ସିଇଓଙ୍କ ନିଜ କମ୍ପାନୀର ବ୍ରାଣ୍ଡର ଅଭିଭାବକ ଏବଂ ଦୀର୍ଘମିଆଦୀ ସେୟାରହୋଲ୍ଡର ମୂଲ୍ୟର ଷ୍ଟିୱାର୍ଡ ଭାବରେ କାର୍ଯ୍ୟ କରିବାର କ୍ଷମତାକୁ ଆକଳନ କରିଥାଏ।

ନିକଟରେ, ଏକ ଅପେକ୍ଷାକୃତ ନୂତନ ବ୍ରାଣ୍ଡ ହୋଇଥିଲେ ମଧ୍ୟ ଜିଓ ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ‘ଗ୍ଲୋବାଲ୍ ୫୦୦ – ୨୦୨୪’ ରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଥିଲା ଏବଂ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ବହୁ ଦଶନ୍ଧି ପୁରୁଣା ଭାରତୀୟ ବ୍ରାଣ୍ଡମାନଙ୍କ ଠାରୁ ଆଗରେ ରହିଥିଲା। ବ୍ରାଣ୍ଡ ଫାଇନାନ୍ସର ୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ଜିଓ ଭାରତର ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ଶୀର୍ଷରେ ରହିଥିଲା।

Mukesh Ambani
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026
Latest News

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.