Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଫଳତା ଓ ଅଗ୍ରଗତି ପଥେ, ସରାପାଲିର ମା’ ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠୀ
ଆଜିର ଖବର

ସଫଳତା ଓ ଅଗ୍ରଗତି ପଥେ, ସରାପାଲିର ମା’ ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠୀ

February 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଓଡିଶା ର ଅଗଣିତ ମହିଳା ସ୍ବୟଂ ସହାୟୀକା ଗୋଷ୍ଠୀ ଓରମାସ୍ ଓଡିଶା ମିଶନ୍ ଶକ୍ତି ଓ ଓଡିଶା ମିଲେଟ୍ ମିଶନ୍ ର ସାହାଯ୍ୟ ତଥା ସହଯୋଗ ରେ ମାଣ୍ଡିଆ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ବିକ୍ରି ରେ ଅଗ୍ରଗତି କରି ପାରିଛନ୍ତି। ଗ୍ରାମ୍ୟ ଉତ୍ପାଦିତ ଦ୍ରବ୍ୟ ର କିଣାବିକା ଉନ୍ନତି ପାଇଁ ଓରମାସ୍ (ଓଡିଶା ରୁରାଲ୍ ଡେଭଲପମେଣ୍ଟ୍ ଏଣ୍ଡ୍ ମାର୍କେଟିଙ୍ଗ୍ ସୋସାଇଟି) ୧୪.୧.୧୯୯୧ ରେ ଗଠିତ ହୋଇ ଥିଲା। ନାରୀ ସଶକ୍ତିକରଣ ନିମନ୍ତେ ଓଡିଶା ମିଶନ୍ ଶକ୍ତି ୮.୩.୨୦୦୧ ରେ ସ୍ଥାପିତ ହୋଇଥିଲା। ମାଣ୍ଡିଆ ଚାଷ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ବିକ୍ରି ପାଇଁ ୨୦୧୭ ରେ ଖୋଲିଥିଲା ଓଡିଶା ମିଲେଟ୍ ମିଶନ୍। ମହିଳା ମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

ସମ୍ବଲପୁର ଜିଲ୍ଲା ର ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ଗ୍ରାମ ରେ ପ୍ରାୟ ୧୫ ଟି ସ୍ବୟଂ ସହାୟୀକା ଗୋଷ୍ଠି ରହିଛି। ସରାପାଲି ର ଦିବ୍ୟ ଭାରତୀ ସ୍ବୟଂ ସହାୟିକା ଗୋଷ୍ଠି ର ସଭାନେତ୍ରୀ ମାନସୀ ପ୍ରଧାନ ଙ୍କ ନେତ୍ରୁତ୍ବ ରେ ପ୍ରତି ଏସ୍ ଏଚ୍ ଜି ର ୨ ଜଣ ଲେଖାଏଁ ସଦସ୍ୟା ଙ୍କୁ ନେଇ ୨୦୨୩ ନଭେମ୍ବର ମାସ ଠାରୁ ଗଠିତ ହୋଇଛି ସରାପାଲି ମା ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠି। ଓଡିଶା ମିଲେଟ୍ ମିଶନ୍ ତରଫ ରୁ ଦୁୁଇଟି ଇଲେକଟ୍ରିକ୍ ମେସିନ୍ ମାଗଣା ରେ ମା ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠି କୁ ଯୋଗେଇ ଦିଆ ଯାଇଛି। ସମସ୍ତ ସଦସ୍ୟା ଙ୍କ ସହଯୋଗ ରେ ମାଣ୍ଡିଆ ପାଉଡର୍ ପିଠା ,କେକ୍, ମୁଡୁକି ,ପକୁଡି ,ହଳଦୀ ଓ ଲଙ୍କାଗୁଣ୍ଡ ପ୍ରସ୍ତୁତ କରାଯାଉଛି। ଏପର୍ଯ୍ୟନ୍ତ ଏହି ଉତ୍ପାଦକ ଗୋଷ୍ଠୀକୁ ଆର୍ଥୀକ ସହାୟତା ମିଳି ନଥିଲେ ମଧ୍ୟ ପ୍ରତି ସଦସ୍ୟା ନିଜ ହାତରୁ ୧୫୦୦ ରୁ ୩୦୦୦ଟଙ୍କା ଦେଇ ଖର୍ଚ୍ଚ ତୁଲାଉଛନ୍ତି।

ଏହି ମାଣ୍ଡିଆ ଉତ୍ପାଦକ ଗୋଷ୍ଠୀ ଇତି ମଧ୍ୟ ରେ ମାଣ୍ଡିଆ ରୁ ପକୁଡି, ପିଠା ,ମୁଡୁକି, କେକ୍ ଓ ହଳଦୀ ଲଙ୍କା ଗୁଣ୍ଡ ଷ୍ଟଲ୍ ମାଧ୍ୟମ ରେ ସମ୍ବଲପୁର ଲୋକମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରେ ବିକ୍ରି କରିଛନ୍ତି। ସଦସ୍ୟା ମାନେ ୟୁ ଟ୍ୟୁବ୍ ରୁ ମାଣ୍ଡିଆ ପିଠା କେକ୍ ମୁଡୁକି ତିଆରି ଶିଖିଛନ୍ତି। ବର୍ତ୍ତମାନ୍ ଏହି ଗୋଷ୍ଠୀର ସଭାନେତ୍ରୀ ମାନସୀ ପ୍ରଧାନ ଓ ସମ୍ପାଦିକା ରଶ୍ମିତା ବାରିକ୍ ଅଛନ୍ତି। ଗ୍ରାମବାସୀ ଓ ବ୍ଲକ୍ ପ୍ରଶାସନ ଗୋଷ୍ଠୀର ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଛନ୍ତି। ସଦସ୍ୟା ମାନେ ମାଣ୍ଡିଆ ର ବିକାଶ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ସହିତ ନିଜେ ପେକେଟିଙ୍ଗ୍ କରି ବିକ୍ରି କରୁଛନ୍ତି। ସମସ୍ତଙ୍କ ପାଇଁ ମା ମାନେ ଉଦା ହରଣ ପାଲଟିଛନ୍ତି।

Mission Shakti ssg
Share. Facebook Twitter LinkedIn Email WhatsApp Copy Link

Related Posts

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026
Latest News

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.