ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ମିଳିବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ଜୟନ୍ତ ଚୌଧୁରୀ, ସେ କ’ଣ କହିଲେ?

Published: Feb 9, 2024, 1:52 pm IST

ନୂଆଦିଲ୍ଲୀ: ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରାଷ୍ଟ୍ରିୟ ଲୋକ ଦଳର ନେତା ଜୟନ୍ତ ଚୌଧୁରୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଉତ୍ତର ଡେଲ ଲେଖିଛନ୍ତି ଯେ, ମୋର ହୃଦୟ ଜିତିଛନ୍ତି!

ଏହା ବ୍ୟତୀତ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଏକ ପୋଷ୍ଟ କରିଛି। ଦଳର ଆକାଉଣ୍ଟରୁ ଲେଖାଯାଇଥିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରଦ୍ଦେୟ ଚୌଧୁରୀ ଚରଣ ସିଂ ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଦେଶର କୃଷକ, ଦଳିତ, ବଞ୍ଚିତ ତଥା ଶୋଷିତ ଶ୍ରେଣୀର ଲୋକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି, ଯେଉଁମାନଙ୍କ ପାଇଁ ଚୌଧୁରୀ ସାହେବ ତାଙ୍କର ସମସ୍ତ ଜୀବନ ଉତ୍ସର୍ଗ କରିଥିଲେ। ଜୟ ଜୱାନ୍ ଜୟ କିସାନ୍।

କେନ୍ଦ୍ରର ଏହି ନିଷ୍ପତ୍ତି ଉପରେ ଆରଏଲଡି ମୁଖପାତ୍ର ରୋହିତ ଅଗ୍ରୱାଲ କହିଛନ୍ତି ଯେ, ଚୌଧୁରୀ ଚରଣ ସିଂ ଜୀଙ୍କୁ ଭାରତ ରତ୍ନ ଦେବା କୃଷକ ଶ୍ରମିକ ଏବଂ ସେମାନଙ୍କ କୋଟି କୋଟି ଅନୁଗାମୀଙ୍କ ପାଇଁ ଖୁସିର ମୁହୂର୍ତ୍ତ, ଆଜି ଏହା ଏକ ପର୍ବ ଠାରୁ କମ ନୁହେଁ।

Related posts