Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦେଶରେ ଚାକିରି ନାଁରେ ଠକେଇର ଶିକାର ହେଲେ ଚିଲିକାର ୭୦ ଶ୍ରମିକ: ଆନ୍ଧ୍ରା ପୋଲିସରେ କଲେ ଅଭିଯୋଗ
ଆଜିର ଖବର

ବିଦେଶରେ ଚାକିରି ନାଁରେ ଠକେଇର ଶିକାର ହେଲେ ଚିଲିକାର ୭୦ ଶ୍ରମିକ: ଆନ୍ଧ୍ରା ପୋଲିସରେ କଲେ ଅଭିଯୋଗ

March 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୭୦ଜଣ ଶ୍ରମିକ ଠକେଇର ଶିକାର ହୋଇଥିବା ଖବର ହସ୍ତଗତ ହୋଇଛି। ଖବରରୁ ଜଣାପଡିଛି ଯେ, ବିଗତ ଦୁଇମାସ ତଳେ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକ ମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଲାଇଫ ଲାଇନ ଟ୍ରାଭେଲ ଏଜେନସି, ବିଜୟୱାଡା, ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇଥିଲା। ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରାଇବାର ଲେଖା ଥିଲା। ଯେଉଁ ବ୍ୟାନରର ଲେଖାକୁ ବିଶ୍ୱାସ କରି ଏବଂ ବ୍ୟାନରରେ ଲେଖା ଯାଇଥିବା କଥାର ପ୍ରଲୋଭନରେ ପଡ଼ି କମ୍ପାନୀର ମ୍ୟାନେଜର ଆର.ରାବଣା ରାଓଙ୍କୁ ବାଣପୁର ଅଂଚଳର ବହୁ ଶ୍ରମିକ ଯୋଗାଯୋଗ କରିଥିଲେ।

ଯୋଗାଯୋଗ ପରେ କମ୍ପାନୀ ତରଫରୁ ସମସ୍ତ ଶ୍ରମିକ ମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ଶ୍ରମିକ ମାନେ ମଧ୍ୟ ଭିସାକୁ ସଠିକ ବୋଲି ପରଖି ଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୫୯,୪୦୦ଟଙ୍କା ଲେଖା ଦେବାକୁ ପଡିବ ବୋଲି ଦାବୀ କରିଥିଲା ଉକ୍ତ କମ୍ପାନୀ। ଶ୍ରମିକ ମାନେ ମଧ୍ୟ ମ୍ୟାନେଜର ଆର. ରାବଣା ରାଓଙ୍କ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟ ଯାହାର ନମ୍ବର୧୪୭୨୧୫୫୦୦୦୦୯୭୨୪୨, ବ୍ରାଞ୍ଚ ଗଜୱାକାକୁ ସମସ୍ତ ଟଙ୍କା ପଠାଇଥିବା ଶ୍ରମିକ ମାନେ କହିଛନ୍ତି। ପରେ କମ୍ପାନୀ ତରଫରୁ ବିଦେଶ ଯିବାକୁ ଶ୍ରମିକ ମାନଙ୍କୁ ପ୍ଲେନ ଟିକେଟ ପ୍ରଦାନ କରାଯାଇଥିଲା। କିନ୍ତୁ ଶ୍ରମିକ ମାନେ ବିଜୟୱାଡା ଠାରେ ଥିବା କମ୍ପାନୀର ଅଫିସଠାରେ ପହଁଚିଲେ ସେଠାରେ କୌଣସି ଅଫିସ ନଥିବା ଏବଂ ଟିକେଟ କ୍ୟାନ୍ସଲ ହୋଇଯାଇଥିବା ମଧ୍ୟ ଜାଣିବାକୁ ପାଇଥିଲେ।

ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକ ମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ତାଙ୍କ ନିଷ୍ପତ୍ତି କ୍ରମେ ରୁରାଲ ପୋଲିସ ଥାନାରେ ଲିଖିତ ଏତଲା ଦାୟର କରିଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ଶ୍ରମିକ ମାନେ ଉପରୋକ୍ତ ଥାନାରେ ବସିରହିଥିବା ଜଣାପଡିଛି। ତେଣୁ ଆନ୍ଧ୍ରପ୍ରଦେଶ ସରକାର ଓଡିଶା ଶ୍ରମିକ ମାନଙ୍କ ଠାରୁ ଲୁଟ କରିଥିବା କମ୍ପାନୀକୁ ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କରିବା ସହ ଓଡିଶାର ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ଦେବାକୁ ସାଧାରଣରେ ଦାବୀ ହେଉଛି।

banpur chilika
Share. Facebook Twitter LinkedIn Email WhatsApp Copy Link

Related Posts

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026
Latest News

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.