ବିବାହର କିଛି ଘଣ୍ଟା ପୂର୍ବରୁ ଜିମ୍ ମାଲିକଙ୍କୁ ଛୁରୀ ମାରି ହତ୍ୟା: ପିତା ଗିରଫ

Published: Mar 8, 2024, 1:23 pm IST

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଏକ ଖୁସିର ମୂହୁର୍ତ୍ତ ଶୋକରେ ପରିଣତ ହୋଇଥିଲା, ଯେତେବେଳେ ବିବାହର କିଛି ଘଣ୍ଟା ପୂର୍ବରୁ ଜଣେ ଜିମ୍ ମାଲିକଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା। ପୋଲିସ କହିଛି ଯେ, ୨୯ ବର୍ଷିୟ ଗୌରବ ସିଙ୍ଘଲଙ୍କୁ ତାଙ୍କ ପିତା ରଙ୍ଗଲାଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ, ରଙ୍ଗଲାଲ କ୍ରୋଧରେ ଏହି ଘଟଣା କରିଥିଲେ କାରଣ ତାଙ୍କ ପୁଅ ପ୍ରତିଦିନ ତାଙ୍କୁ ଅପମାନିତ କରୁଥିଲେ।

ସେ କହିଛନ୍ତି ଯେ, ଜିମ୍ ଚଳାଉଥିବା ଗୌରବଙ୍କୁ ଦେଓଲି ଏକ୍ସଟେନ୍ସନ୍ ସ୍ଥିତ ତାଙ୍କ ଘରେ ୧୫ ଥର ମୁହଁ ଓ ଛାତିରେ ଛୁରୀରେ ଆକ୍ରମଣ କରଯାଇଥିଲା, ଯେଉଁ କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଯୁବକ ଜଣକ ବିବାହ କରିବାର କିଛି ଘଣ୍ଟା ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ବିବାହରେ ଅତିଥିମାନେ ଗୌରବଙ୍କ ବିବାହ ବରଯାତ୍ରୀକୁ ଅପେକ୍ଷା କରିଥିଲେ, କିନ୍ତୁ ଗୌରବ ସେଠାରୁ ନିଖୋଜ ଥିଲେ। ଯେତେବେଳେ ଅତିଥିମାନେ ଖୋଜିବା ଆରମ୍ଭ କଲେ, ଗୌରବଙ୍କ ମୃତଦେହ ପାର୍କରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହା ପରେ ସୁଖର ଉତ୍ସବ ଶୋକରେ ପରିଣତ ହେଲା।

ଡେପୁଟି କମିଶନର (ଦକ୍ଷିଣ ଦିଲ୍ଲୀ) ଅଙ୍କିତ ଚୌହାନ କହିଛନ୍ତି ଯେ, ଗୁରୁବାର ସକାଳେ ପାର୍କରେ ପୀଡିତଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତୁରନ୍ତ ପରେ ଯୁବକଙ୍କ ବାପା ନିଖୋଜ ହୋଇଯାଇଥିଲେ, ପରେ ତାଙ୍କୁ ଖୋଜିବା ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ସୁଦ୍ଧା ତାଙ୍କୁ ଗିରଫ କରାଯାଇଥିଲା।

Related posts