Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି -୨୦ ବିଶ୍ୱକପରେ ଖେଳିବେ ନାହିଁ ଶାମି, ଋଷଭ ପନ୍ତଙ୍କ ପାଇଁ ଦ୍ୱାର ଖୋଲା ଅଛି: କଲେ ନିଶ୍ଚିତ ଜୟ ଶାହା
ଆଜିର ଖବର

ଟି -୨୦ ବିଶ୍ୱକପରେ ଖେଳିବେ ନାହିଁ ଶାମି, ଋଷଭ ପନ୍ତଙ୍କ ପାଇଁ ଦ୍ୱାର ଖୋଲା ଅଛି: କଲେ ନିଶ୍ଚିତ ଜୟ ଶାହା

March 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ଜୁନ୍ ରେ ଖେଳାଯିବାକୁ ଥିବା ଆଇପିଏଲ୍ ୨୦୨୪ ଏବଂ ୨୦୨୪ ଟି -୨୦ ବିଶ୍ୱକପ୍ ଖେଳି ପାରିବେ ନାହିଁ। ବିସିସିଆଇ ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି। ଶାମି ବର୍ତ୍ତମାନ ତାଙ୍କ ଗୋଡରେ ଆଘାତ ଯୋଗୁଁ ଚିକିତ୍ସିତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ସେ ବାଂଲାଦେଶ ବିପକ୍ଷ ସିରିଜରୁ ଫେରିବେ।

ଶାମି ବ୍ୟତୀତ ଋଷଭ ପନ୍ତଙ୍କ ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ବାହାରିଛି। ଋଷଭ ୨୦୨୪ ଟି-୨୦ ବିଶ୍ଵକପ ୱାର୍ଲ୍ଡ ଖେଳିପାରନ୍ତି। ପନ୍ତଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ସେ ଭଲ ବ୍ୟାଟିଂ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଆମେ ତାଙ୍କୁ ଶୀଘ୍ର ଫିଟ୍ ଘୋଷଣା କରିବୁ। ଯଦି ସେ ଆମ ପାଇଁ ଟି -୨୦ ବିଶ୍ୱକପ ଖେଳିପାରନ୍ତି, ତେବେ ଏହା ଆମ ପାଇଁ ଏକ ବଡ଼ କଥା ହେବ।

ପ୍ରକାଶ ଯେ, ୨୦୨୩ ଦିନିକିଆ ବିଶ୍ୱକପ ପରଠାରୁ ଶାମି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ନିକଟରେ ଶାମି ତାଙ୍କ ଗୋଡରେ ଅସ୍ତ୍ରୋପଚାର କରିବାକୁ ବ୍ରିଟେନ ଯାଇଥିଲେ। ଶାମିଙ୍କ ବିଷୟରେ ଜୟ ଶାହା କହିଛନ୍ତି ଯେ, “ଶାମି ଅସ୍ତ୍ରୋପଚାର କରିଛନ୍ତି। ସେ ଭାରତ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ପାଇଁ ଶାମିଙ୍କ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି। କେ.ଏଲ ରାହୁଲଙ୍କୁ ଇଞ୍ଜେକ୍ସନ ଦରକାର, ସେ ପୁନଃ ଫିଟନେସ ପାଇଁ ଏନସିଏରେ ଅଛନ୍ତି।”

ଜୟ ଶାହା ବିଶ୍ୱାସ କରନ୍ତି ଯେ, ଋଷଭ ପନ୍ତଙ୍କ ପାଇଁ ଟି -୨୦ ବିଶ୍ୱକପ ଦଳର ଦ୍ୱାର ଖୋଲା ଅଛି। ସେ କହିଛନ୍ତି କେ, “ଯଦି ସେ ୱିକେଟ୍ କିପିଂ କରିପାରିବେ, ତେବେ ସେ ବିଶ୍ୱକପ୍ ଖେଳିପାରିବେ। ପ୍ରଥମେ ଆଇପିଏଲ୍ ୨୦୨୪ ରେ ସେ କିପରି ପ୍ରଦର୍ଶନ କରୁଛନ୍ତି ଦେଖିବା।”

ସୂଚନାଯୋଗ୍ୟ ଯେ, ଜିତେଶ ଶର୍ମା କିଛି ସମୟ ଧରି ଭାରତ ପାଇଁ କ୍ରମାଗତ ଭାବେ ଟି -୨୦ କ୍ରିକେଟ୍ ଖେଳୁଥିଲେ। କିଛି ସମୟ ପୂର୍ବରୁ ଜିତେଶ ଟି -୨୦ ବିଶ୍ୱକପ ଖେଳିବେ ବୋଲି ନିଶ୍ଚିତ କରାଯାଇଥିଲା। ଜିତେଶ ପ୍ରଥମ ବଲରୁ ବଡ ସଟ୍ ଖେଳିବାରେ ପାରଦର୍ଶୀ ଅଟନ୍ତି ଏବଂ ସେଥିପାଇଁ ତାଙ୍କୁ କ୍ରମାଗତ ଭାବରେ ଟି -୨୦ ଦଳରେ ଅନ୍ତର୍ଭୁକ୍ତ କରାଯାଉଥିଲା। ଯଦି ଋଷଭ ସମ୍ପୂର୍ଣ୍ଣ ଫିଟ୍ ହୋଇଯା’ନ୍ତି, ତେବେ ଏହା ଜିତେଶଙ୍କ ପାଇଁ ଏକ ଝଟକାଠାରୁ କମ୍ ହେବ ନାହିଁ।

Cricket News Jay Shah Mohammed Shami Rishabh Pant T20 World Cup 2024
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.