ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା ଉଦ୍ଘାଟିତ

Published: Mar 24, 2024, 6:14 pm IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସହାୟତାରେ ଥିମ୍ପୁରେ ନିର୍ମିତ ହୋଇଥିବା ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟୋବ୍ଗେ ଉଦ୍ଘାଟନ କରିଛନ୍ତି।

ଭାରତ ସରକାର ଦୁଇଟି ପର୍ଯ୍ୟାୟରେ ୧୫୦ ଶଯ୍ୟା ବିଶିଷ୍ଟ ଏହି ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନାର ବିକାଶ ଦିଗରେ ସହାୟତା କରିଛନ୍ତି। ଏହି ଡାକ୍ତରଖାନାର ପ୍ରଥମ ପର୍ଯ୍ୟାୟ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଏବଂ ଏହା ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିଲା। ଦ୍ବାଦଶ ପଞ୍ଚବାର୍ଷିକ ଯାଜନାର ଅଂଶ ଭାବରେ ୧୧୯ କୋଟି ଟଙ୍କା ବ୍ୟୟରେ ଦ୍ବିତୀୟ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା, ଯାହା ଏବେ ସମାପ୍ତ ହୋଇଛି।

ଏହି ନବନିର୍ମିତ ଡାକ୍ତରଖାନା ଭୁଟାନ୍ ରେ ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସେବାର ଗୁଣବତ୍ତା ମାନ ବୃଦ୍ଧି କରିବ। ଏହି ନୂତନ ବ୍ୟବସ୍ଥାରେ ଶିଶୁରୋଗ, ସ୍ତ୍ରୀରୋଗ ଏବଂ ପ୍ରସୂତି ଚିକିତ୍ସା, ଆନାସ୍ସ୍ଥେସିଓଲୋଜି, ଅପରେସନ୍ ଥିଏଟର୍, ନିଓନେନ୍ଟାଲ୍ ଇନ୍ଟେନ୍ସିଭ୍ କେୟାର୍ ଓ ପେଡିଆଟ୍ରିକ୍ ଇନ୍ଟେନ୍ସିଭ୍ କେୟାର୍ ପାଇଁ ଅତ୍ୟାଧୁନିକ ସୁବିଧା ରହିବ।

ଏହି ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ-ଭୁଟାନ୍ ସହଭାଗିତାର ଏକ ଜ୍ବଳନ୍ତ ଉଦାହରଣ।

Related posts