Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦ୍ଵାରା ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ: ବିଡିଓ ଙ୍କୁ ଓକିଲ ନୋଟିସ
ଆଜିର ଖବର

କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦ୍ଵାରା ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ: ବିଡିଓ ଙ୍କୁ ଓକିଲ ନୋଟିସ

April 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲା ପରିଷଦ ଉପାଧ୍ୟକ୍ଷା ଙ୍କ ସ୍ବାମୀ ପରମେଶ୍ବର ମେହେର ଚିଚୈଗୁଡା ସରପଞ୍ଚ ଭାବେ ନାମାଙ୍କନ ଦାଖଲ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇ ସତ୍ୟ ପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ ଓକିଲ ସୁଶୀଲ କୁମାର ପଣ୍ଡା ଜୁନାଗଡ ବିଡିଓ ଙ୍କୁ ଲିଗାଲ ନୋଟିସ ଦେଇ ସେହି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର ଆଇନ ଅନୁସାରେ ଗତ ୧୭.୦୬.୨୦୨୩ ରେ ଜୁନାଗଡ ବ୍ଲକ ରୁ ମିଳିଥିବା ନୋମିନେସନ ପତ୍ର ର ଫଟୋ କପି ଅନୁସାରେ ଶ୍ରୀ ମେହେର ଙ୍କ କୌଣସି ଶିକ୍ଷା ଗତ ଯୋଗ୍ୟତା ଉଲ୍ଲେଖ କରାଯାଇ ନ ଥିବା ବିଷୟ ଓକିଲ ଶ୍ରୀପଣ୍ଡା ଉଲ୍ଲେଖ କରିଛନ୍ତି।

ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪ ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ୧୯୯୧ ର ସଂଶୋଧନ ସେକ୍ସନ ୪୫ ଅନୁସାରେ ନୋମିନେସନ ସମୟରେ ଯେଉ ପ୍ରାର୍ଥୀ ଫୌଜଦାରୀ କେଶ, ସମ୍ପତ୍ତି ଓ ଋଣ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଠିକ ତଥ୍ୟ ସହିତ ସତ୍ୟପାଠ ଦାଖଲ କରିବ ନାହି ତେବେ ସେହି ପ୍ରାର୍ଥୀ ଙ୍କର ନାମାଙ୍କନ ପତ୍ର ଗ୍ରହଣୀୟ ହେବ ନାହି ବୋଲି ଆଇନ ରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ଶ୍ରୀ ମେହେର ଙ୍କ ସରପଞ୍ଚ ଭାବେ ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ତଥା ଜୁନାଗଡ ବିଡିଓଙ୍କ ତରଫରୁ ଦାୟିତ୍ବରେ ଥିବା ସମ୍ପୃକ୍ତ ପଂଚାୟତ ନିର୍ବାଚନ ଅଧିକାରୀ ଅଣଦେଖା କରି ନିଜ ଦାୟିତ୍ବ ସମ୍ପନ୍ନ କର୍ତ୍ତବ୍ୟ ର ଅବହେଳା କରିଥିବା ଓକିଲ ଶ୍ରୀ ପଣ୍ଡା ଉକ୍ତ ପତ୍ର ରେ ଉଲ୍ଲେଖ କରିଛନ୍ତି।

ସେହି କ୍ରମରେ ଜୁନାଗଡ ବିଡିଓ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜିଲ୍ଲାପାଳଙ୍କୁ ସେହି କ୍ରମରେ ସୁପାରିଶ କରିବାକୁ ଓକିଲ ଶ୍ରୀ ପଣ୍ଡା ଅନୁରୋଧ କରିଥିବା ଜଣାପଡିଛି। ଅନ୍ୟଥା ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହେବାକୁ ଚେତାବନୀ ଦେଇଥିବା ଜଣାପଡିଛି। ଜୁନାଗଡ ବିଡିଓ ଶ୍ରୀ ମେହେରଙ୍କ ସତ୍ୟପାଠ କୁ ନାକଚ କରିବା ବଦଳରେ ଅଣଦେଖା କରି ସରପଞ୍ଚ ନାମାଙ୍କନ ପତ୍ରକୁ ଗ୍ରହଣ କରିଦେଇଥିବା ପ୍ରକାଶ।

ସୂଚନା ଯୋଗ୍ୟ ଯେ, ପରମେଶ୍ବର ମେହେର ଚିଚୈଗୁଡା ଗ୍ରାମ ପଂଚାୟତ ର ସରପଞ୍ଚ ଭାବେ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଶ୍ରୀ ମେହେର ଙ୍କ ପତ୍ନୀ ଶ୍ରୀମତୀ ଶୁଦ୍ଧିର ମେହେର ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ପରିଚଡ ଉପାଧ୍ୟକ୍ଷ୍ୟା ଅଛନ୍ତି। ଏସମ୍ପର୍କରେ ଜୁନାଗଡ ବିଡିଓ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ। ସାଧାରଣ ଭାବରେ ମିଥ୍ୟା ସତ୍ୟ ପାଠ ର ଭିନ୍ନ ଅର୍ଥ ବାହାର କରି ସମ୍ପୃକ୍ତ ପଦଧିକାରୀ ମାନେ ସରକାରଙ୍କ ନୀତି ନିୟମ କୁ ଅଣଦେଖା କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଇନରେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ନିର୍ବାଚନ ଅଧିକାରୀ ମାନେ କିପରି ଓ କାହିଁକି ସେଭଳି ଅନଦେଖା କରୁଛନ୍ତି ସେସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଜୁନାଗଡ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଞ୍ଚ ନିଜ ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ଏଭଳି ଭୁଲ ସତ୍ୟ ପାଠ ଦାଖଲ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଜଣାପଡିଛି।

ଓଡିଶା ହାଇକୋର୍ଟ କଳାହାଣ୍ଡି ଜିଲ୍ଲା ମିଥ୍ୟା ସତ୍ୟ ପାଠ ଲିଗାଲ ନୋଟିସ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.