Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟର ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଆଜିର ଖବର

ଭୋଟର ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

April 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସବୁ ବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣାଙ୍କ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମର୍ମରେ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲରେ ଭୋଟର ସଚେତନତା ଉପରେ ଏକ ଆଲୋଚନା ଚକ୍ର ତଥା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡ଼. ବାଦଲ କୁମାର ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ବେସରକାରୀ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୈଠକରେ ଯୋଗଦାନ କରିଥିଲେ ।

ମତଦାନ ଏକ ସଚେତନ ନାଗରିକର ଅଧିକାର । ଦେଶର ସମସ୍ତ ଯୋଗ୍ୟ ନାଗରିକ ସ୍ଵ-ଇଛା ରେ ସଠିକ ବ୍ୟକ୍ତିଙ୍କୁ ଚୟନ କରି ମତଦାନ କରିବା ନିତାନ୍ତ ଆବଶ୍ୟକ।ଏଥି ନିମନ୍ତେ ବିଦ୍ୟାଳୟ ସ୍ତରରେ କୁନି କୁନି ପିଲାଙ୍କ କୋମଳ ମନରେ ଉତ୍ସାହ ସୃଷ୍ଟି କରି ସେମାନଙ୍କୁ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବା ଏକ ଅଭିନବ ପ୍ରୟାସ । ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ଭୋଟର ସଚେତନ ମୂଳକ ଚିତ୍ରାଙ୍କନ, ରଚନା, ବକ୍ତୃତା ତଥା ସ୍ଲୋଗାନ, ପ୍ଲା କାର୍ଡ଼,ଏକକ ଅଭିନୟ, ଡ୍ରାମା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ତଥା ସେମାନଙ୍କ ପିତାମାତା ଗୁରୁଜନ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଆସନ୍ତା ୨୫ ତାରିଖରୁ ସରକାରୀ ସ୍ତରରେ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଥିବାରୁ ପିଲାମାନଙ୍କୁ ଛୁଟି ସମୟରେ ମଧ୍ୟ ଭୋଟର ସଚେତନତାମୂଳକ ଛୋଟ ଛୋଟ କାର୍ଯ୍ୟକ୍ରମ ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ପ୍ରେରଣ କରିବା ଓ ପିଲାମାନଙ୍କ ଦ୍ୱାରା ନିଜର ଶିକ୍ଷକ, ଅଭିଭାବକ ବା ସାଙ୍ଗ ନିକଟକୁ ପତ୍ର ଲିଖନ କରି ପ୍ରେରଣ କରି ମତଦାନ ନିମନ୍ତେ ପରାମର୍ଶ ଦେବା ପାଇଁ କୁହାଯାଇଥିଲା । ଏଥି ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯେଭଳି ନିଜ ଘରେ ଥିବା ଯୋଗ୍ୟ ଭୋଟର, ଅଭିଭାବକ, ସମ୍ପର୍କୀୟ ଏବଂ ପଡୋଶୀ ମାନଙ୍କୁ ମଇ ୨୫ ତାରିଖରେ ନିଶ୍ଚୟ ମତଦାନ କରିବା ପାଇଁ ଅନୁରୋଧ କରିବେ । ଏଥି ସହିତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଭୋଟର ସଚେତନତା ସହ ସମସ୍ତ ଅନୁଷ୍ଠାନିକ କାମକୁ ସଫଳତାର ରୂପରେଖ ଦେବା ପାଇଁ ସହଯୋଗ କରିବା ବୋଲି ସ୍ଥିର କରାଯାଇଥିଲା।

ଏତଦବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବୃଦ୍ଧି ଲକ୍ଷ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମତଦାନ ନିମନ୍ତେ ଅଭିଭାବକ ମାନଙ୍କ ନିକଟକୁ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟରୁ ପତ୍ରଆଳାପ କରିଛନ୍ତି । ଏପରିକି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି ।

ଆଜିର କାର୍ଯ୍ୟକ୍ରମ ଶେଷରେ ଭୋଟର ସଚେତନତା ଶପଥ ପାଠ କରାଯାଇ ଅତିଥିମାନଙ୍କୁ ଓ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକଟିକୁ ସାଙ୍ଗ କରାଯାଇଥିଲା ।

ଆଲୋଚନା ଚକ୍ର ଭୁବନେଶ୍ୱର ମହାନଗର ନିଗମ ଭୋଟର ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Latest News

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.