Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ପାଇଁ ମିନି ମାରାଥନ
ଆଜିର ଖବର

ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ପାଇଁ ମିନି ମାରାଥନ

April 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର। ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର ବିକାଶ ତ୍ୱରିତ ହେବ। ରାଜଧାନୀରେ ଅଧିକ ଶିକ୍ଷିତ ଲୋକ ବସବାସ କରୁଥିଲେ ମଧ୍ୟ ମତଦାନ ପାଇଁ ଯାଉ ନାହାଁନ୍ତି। ତେଣୁ ଭୋଟରମାନେ ଯେପରି ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ଯୁବ ଭୋଟରମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି। ଭୋଟ୍ ହାର ବଢ଼ାଇବାର ପ୍ରମୁଖ ଭମିକା ରହିଛି ନୂଆଭୋଟର ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ। ଆମ ରାଜଧାନୀରେ ଏଥର ସର୍ବାଧିକ ମତଦାନ ହେଉ ଏବଂ ସ୍ମାର୍ଟ ନଗରୀର ସ୍ମାର୍ଟ ଭୋଟର ଭାବେ ପ୍ରତ୍ୟେକ ନାଗରିକ ନିଜ ନିଜ ବୁଥରେ ଭୋଟ ଦେବାକୁ ଯିବା ପାଇଁ ଅନୁରୋଧ କରିଛନ୍ତି ଉପସ୍ଥିତ ଅତିଥି ବୃନ୍ଦ।

ଆଜି ଭୁବନେଶ୍ୱର ମହାନଗନର ନିଗମ (ବିଏମ୍ସି) ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ଇମ୍ପୋସିଟି ଛକରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନରେ ମୁଖ୍ୟ ଅତିଥି ଭାବେ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ, ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ  ରାଣା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ବିଏମ୍ସି ସ୍ୱଚ୍ଛ ଆମ୍ବାସାଡାର ତଥା ଅଲମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ସମେତ ବିଏମ୍ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ମିନି ମାରାଥନରେ କିଟ୍, ସିଲିକନ୍ ଓ ପ୍ରତିଭା ଦେବୀ ନର୍ସିଂ କଲେଜରୁ ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ୫ ଶହରୁ ଅଧିକ ନାଗରିକ ସାମିଲ ହୋଇଥିଲେ।

ଏହି ଅବସରରେ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ପ୍ରଥମଥର ଭୋଟ ଦେବାକୁ ଯାଉଥିବା ନୂତନ ଭୋଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଆସନ୍ତା ମଇ ୨୫ ତାରିଖ ଦିନ ନିଜ ନିଜ ମତଦାନ କେନ୍ଦ୍ରରେ ନିଶ୍ଚିତ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ଦେଶ ଗଠନରେ ସକ୍ରିୟ ଭୂମିକା ନିଭାଇବା ପାଇଁ ଉପସ୍ଥିତ ଭୋଟରମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ସଚେତନତା ବାର୍ତା ଉଲ୍ଲେଖ ଥିବା ହିଲିୟମ ବେଲୁନକୁ ଅତିଥିମାନେ ଉଡାଇବା ପରେ ଭୋଟର ସଚେତନତା ମଶାଲ ହସ୍ତାନ୍ତର କରିଥିଲେ। ଏହା ପରେ ଅତିଥିମାନେ ପତାକା ଦେଖାଇ ମିନି ମାରାଥନର ଶୁଭାରମ୍ଭ କରିଥିଲେ। ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା ଏହି ମିନି ମାରାଥନ।

ଶିକ୍ଷିତ ଓ ସରକାରୀ କର୍ମଚାରୀ ନିଶ୍ଚିତ ଭୋଟ ଦେବା ସହ ଅନ୍ୟମାନଙ୍କୁ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତାଧିକାର ସାବସ୍ତ୍ୟ କରିବାକୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି।

ଗଣତନ୍ତ୍ରର ଏହି ମହାନ ପର୍ବରେ ସମସ୍ତ ଭୋଟର ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ରାଣା। ଖୋର୍ଦ୍ଧା ଜିଲ୍ଲା ବିଶେଷ କରି ମହାନଗର ନିଗମ ଅଂଚଳରେ ମତଦାନ ହାର ବୃଦ୍ଧି କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଭୋଟର ସଚେତନତା ମିନି ମାରାଥନ
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.