Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ନିର୍ବାଚନମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡ଼ିରେ ଦେଲେ ଯୋଗ
ଆଜିର ଖବର

ଚିଲିକା ନିର୍ବାଚନମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡ଼ିରେ ଦେଲେ ଯୋଗ

May 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକା ନିର୍ବାଚନମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡ଼ିରେ ଦେଲେ ଯୋଗ

ଭୁବନେଶ୍ୱର: ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଚିଲିକା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ସମିତି ସଭ୍ୟା ମନୋରମା ବେହେରା, କିଶୋର ବେହେରା, ବିଭୂତି ରଂଜନ ବେହେରା, କାହ୍ନୁ ଚରଣ ବେହେରା ଓ ସୁକଦେବ ବେହେରା, ବିଦ୍ୟାଧର ବେହେରା, ସୁବାସ ବେହେରା ଓ ସୁଶାନ୍ତ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Chilika BJD odishaelection2024 ଚିଲିକା ଚିଲିକା ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026

ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ

August 14, 2026

ହସ୍ପିଟାଲର ୪ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

August 14, 2026

ବିପଦ ସଙ୍କେତ ଉପରେ ବୈତରଣୀ, ଜଳମଗ୍ନ ଯୋଡ଼ା-ବଡ଼ବିଲ

August 14, 2026
Latest News

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026

ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ

August 14, 2026

ହସ୍ପିଟାଲର ୪ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

August 14, 2026

ବିପଦ ସଙ୍କେତ ଉପରେ ବୈତରଣୀ, ଜଳମଗ୍ନ ଯୋଡ଼ା-ବଡ଼ବିଲ

August 14, 2026

ପ୍ରବଳ ବର୍ଷା: ମୟୂରଭଞ୍ଜରେ ଆଜି ସବୁ ସ୍କୁଲ୍ ବନ୍ଦ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.