ସୁପ୍ରିମକୋର୍ଟଙ୍କ ଠାରୁ କୌଣସି ଆଶ୍ଵସ୍ତି ନାହିଁ: ଜୁନ ୨ ରେ ହିଁ ଜେଲ ଫେରିବେ କେଜ୍ରିୱାଲ

Published: May 29, 2024, 11:38 am IST

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଚାହୁଁଥିବା ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହେବ ନାହିଁ।

ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ସେଦିନ ସୁପ୍ରିମକୋର୍ଟ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ଅନୁମତି ଦେଇଥିଲେ। ତେଣୁ ଆବେଦନ ଶୁଣାଯାଇପାରିବ ନାହିଁ।

Related posts